ଫଡ଼ନାବିସ୍‌ ‘ସାମ୍ନା’ ନପଢ଼ି ବାଟ ନାହିଁ: ସଞ୍ଜୟ ରାଉତ

ମୁମ୍ବାଇ: ଶିବସେନା ମୁଖପାତ୍ର ମହାରାଷ୍ଟ୍ର ରାଜନୀତିର ପ୍ରମୁଖ ଅଂଶ ହୋଇଥିଲେ ହେଁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍‌ ଏହି ପତ୍ରିକା ପଢ଼ନ୍ତିନି ବୋଲି କହିଛନ୍ତି। ତେବେ ଏହାର ପ୍ରତିକ୍ରିୟାରେ ଶିବସନେନା ନେତା ତଥା ‘ସାମ୍ନା’ ପତ୍ରିକାର ସମ୍ପାଦକ ସଞ୍ଜୟ ରାଉତ କହିଛନ୍ତି, ସେ ଏହାକୁ ନପଢ଼ି ବାଟ ନାହିଁ। ଏହି ରାଜ୍ୟସଭା ସାଂସଦ କହିଛନ୍ତି, ସେ ‘ସାମ୍ନା’ ପଢ଼ିବାକୁ ବାଧ୍ୟ, କିନ୍ତୁ ଖୋଲାଖୋଲି କହିପାରୁନାହାନ୍ତି। ସଞ୍ଜୟ ଆହୁରି ମଧ୍ୟ କହିଛନ୍ତି, ଯଦି ‘ସାମ୍ନା’ ପଢ଼ିବେନି ଦେଶରେ ଏବଂ ମହାରାଷ୍ଟ୍ରରେ […]

sanjay

sanjay

Subrat Kumar Nayak
  • Published: Saturday, 21 September 2019
  • Updated: 21 September 2019, 09:56 PM IST

Sports

Latest News

ମୁମ୍ବାଇ: ଶିବସେନା ମୁଖପାତ୍ର ମହାରାଷ୍ଟ୍ର ରାଜନୀତିର ପ୍ରମୁଖ ଅଂଶ ହୋଇଥିଲେ ହେଁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍‌ ଏହି ପତ୍ରିକା ପଢ଼ନ୍ତିନି ବୋଲି କହିଛନ୍ତି। ତେବେ ଏହାର ପ୍ରତିକ୍ରିୟାରେ ଶିବସନେନା ନେତା ତଥା ‘ସାମ୍ନା’ ପତ୍ରିକାର ସମ୍ପାଦକ ସଞ୍ଜୟ ରାଉତ କହିଛନ୍ତି, ସେ ଏହାକୁ ନପଢ଼ି ବାଟ ନାହିଁ।

ଏହି ରାଜ୍ୟସଭା ସାଂସଦ କହିଛନ୍ତି, ସେ ‘ସାମ୍ନା’ ପଢ଼ିବାକୁ ବାଧ୍ୟ, କିନ୍ତୁ ଖୋଲାଖୋଲି କହିପାରୁନାହାନ୍ତି। ସଞ୍ଜୟ ଆହୁରି ମଧ୍ୟ କହିଛନ୍ତି, ଯଦି ‘ସାମ୍ନା’ ପଢ଼ିବେନି ଦେଶରେ ଏବଂ ମହାରାଷ୍ଟ୍ରରେ ରାଜନୀତି କେମିତି କରିବେ?

ଏହା ପୂର୍ବରୁ ଇଣ୍ଡିଆ ଟୁଡେର ଏକ କାର୍ଯ୍ୟକ୍ରମରେ ଦେବେନ୍ଦ୍ର କହିଥିଲେ, ସେ ‘ସାମ୍ନା’ ପଢ଼ନ୍ତି ନାହିଁ। ତେଣୁ ଏଥିରେ ଛପୁଥିବା ଲେଖା ସବୁ ନପଢ଼ି ସେସବୁ ବାବଦରେ କେମିତି କହିପାରିବି। ‘ସାମ୍ନା’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପିକୁ ସମାଲୋଚନା କରାଯାଉଥିବା ନେଇ ପ୍ରଶ୍ନ କରାଯିବାରୁ ଦେବେନ୍ଦ୍ରଏପରି ଉତ୍ତର ରଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos