ଚାକିରି ମାଗିଲେ ସରକାର ଜହ୍ନ ଦେଖାଉଛନ୍ତି: ରାହୁଲ

ଲାଟୁର: ରବିବାର କଂଗ୍ରେସ ନେତା ରାହୁଲ ଗାନ୍ଧି କେନ୍ଦ୍ରର ବିଜେପି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଚନ୍ଦ୍ରଯାନ-୨କୁ ନେଇ ସେ କହିଛନ୍ତି, ସରକାର ଚନ୍ଦ୍ରଯାନ ବାହାନାରେ ବିଭିନ୍ନ ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟାଇବାକୁ ଉଦ୍ୟମ କରିଥିଲେ। ସୂଚନାଯୋଗ୍ୟ ଯେ, ଏଠାରେ ଅକ୍ଟୋବର ୨୧ରେ ନିର୍ବାଚନ ଅଛି। ୨୪ ତାରିଖରେ ଭୋଟ୍‌ ଗଣତି ହେବ। ମହାରାଷ୍ଟ୍ରର ଲାଟୁରଠାରେ ଏକ କାର୍ଯ୍ୟକ୍ରମରେ ସେ କହିଥିଲେ, ଯୁବକମାନେ ଚାକିରି ବିଷୟରେ ପଚାରିଲେ ସରକାର ସେମାନଙ୍କୁ ଜହ୍ନ ଦେଖିବାକୁ କହୁଛନ୍ତି। ସେ ଇସ୍ରୋର ବହୁ […]

rahul gandhi(1)

Subrat Kumar Nayak
  • Published: Sunday, 13 October 2019
  • , Updated: 13 October 2019, 05:52 PM IST

ଲାଟୁର: ରବିବାର କଂଗ୍ରେସ ନେତା ରାହୁଲ ଗାନ୍ଧି କେନ୍ଦ୍ରର ବିଜେପି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଚନ୍ଦ୍ରଯାନ-୨କୁ ନେଇ ସେ କହିଛନ୍ତି, ସରକାର ଚନ୍ଦ୍ରଯାନ ବାହାନାରେ ବିଭିନ୍ନ ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟାଇବାକୁ ଉଦ୍ୟମ କରିଥିଲେ। ସୂଚନାଯୋଗ୍ୟ ଯେ, ଏଠାରେ ଅକ୍ଟୋବର ୨୧ରେ ନିର୍ବାଚନ ଅଛି। ୨୪ ତାରିଖରେ ଭୋଟ୍‌ ଗଣତି ହେବ।

ମହାରାଷ୍ଟ୍ରର ଲାଟୁରଠାରେ ଏକ କାର୍ଯ୍ୟକ୍ରମରେ ସେ କହିଥିଲେ, ଯୁବକମାନେ ଚାକିରି ବିଷୟରେ ପଚାରିଲେ ସରକାର ସେମାନଙ୍କୁ ଜହ୍ନ ଦେଖିବାକୁ କହୁଛନ୍ତି। ସେ ଇସ୍ରୋର ବହୁ ଚଚ୍ଚିର୍ତ ଚନ୍ଦ୍ରଯାନ-୨ ମିଶନ୍‌କୁ ନେଇ ଏଭଳି ମନ୍ତବ୍ୟ ଦେଇଛନ୍ତି। ସେ ଆହୁରି ମଧ୍ୟ ପଚାରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କୁ ଭେଟିବା ସମୟରେ ୨୦୧୭ ମସିହାର ଡୋକ୍‌ଲାମ୍‌ ଘଟଣା ବିଷୟରେ ପ୍ରଶ୍ନ କରିଥିଲେ କି।

ସୂଚନାଯୋଗ୍ୟ ଯେ, ୨୦୧୭ ମସିହାରେ ଚାଇନା ସେନା ଡୋକ୍‌ଲାମ୍‌ଠାରେ ଭାରତୀୟ ସୀମା ଭିତରକୁ ମାଡ଼ି ଆସିଥିବା ଚର୍ଚ୍ଚା ହୋଇଥିଲା।

ରାହୁଲ କହିଥିଲେ, ସରକାର କେବଳ ୩୭୦ ଏବଂ ଚନ୍ଦ୍ର ବାବଦରେ କହୁଛନ୍ତି ଏବଂ ବିଭିନ୍ନ ସମସ୍ୟା ବାବଦରେ ଚୁପ୍‌ ରହୁଛନ୍ତି। ୧୫ ଜଣ ଧନୀ ଲୋକଙ୍କର ୫.୫ ଲକ୍ଷ କୋଟି ଋଣ ଛାଡ଼ ବିଷୟରେ ମଧ୍ୟ ସେ ପ୍ରଶ୍ନ କରିଛନ୍ତି। ନୋଟ୍‌ବନ୍ଦୀରୁ କିଏ ଫାଇଦା ପାଇଲା ଏବଂ ନିରବ୍‌ ମୋଦି ଦେଶ ଛାଡ଼ି କିପରି ଗଲା ଆଦି ପ୍ରଶ୍ନ ସେ ପଚାରିଛନ୍ତି। ସେ କହିଛନ୍ତି ଚନ୍ଦ୍ରକୁ ରକେଟ୍‌ ପଠାଇଦେଲେ ମହାରାଷ୍ଟ୍ର ଲୋକଙ୍କ ପେଟ ପୂରିଯିବନି।

Related story