ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଫଡ଼ନାଭିସ

ମୁମ୍ୱାଇ: ଆସନ୍ତାକାଲି ଚଳିତ ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି। ସରକାର ଗଢ଼ିବା ନେଇ ଶିବସେନା ସହ ବିଜେପିର ବିବାଦ ଚାଲିଥିବା ବେଳେ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ରାଜଭବନରେ ରାଜ୍ୟପାଳ ଭଗତ ସିଂହ କୋଶିୟାରିଙ୍କୁ ଭେଟି ଫଡ଼ନାଭିସ ଇସ୍ତଫା ଦେଇଛନ୍ତି। ରାଜ୍ୟପାଳ ମଧ୍ୟ ଇସ୍ତଫା ଗ୍ରହଣ କରିଛନ୍ତି। ଇସ୍ତଫା ଦେବା ବେଳେ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ମାନେ ଉପସ୍ଥିତ ଥିଲେ। ଇସ୍ତଫା ଦେବା ପରେ ଫଡ଼ନାଭିସ ଗଣମାଧ୍ୟମକୁ କହିଛନ୍ତି, ମୋତେ […]

fadnavis resign

Subhransu Sekhar
  • Published: Friday, 08 November 2019
  • , Updated: 08 November 2019, 05:20 PM IST

ମୁମ୍ୱାଇ: ଆସନ୍ତାକାଲି ଚଳିତ ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି। ସରକାର ଗଢ଼ିବା ନେଇ ଶିବସେନା ସହ ବିଜେପିର ବିବାଦ ଚାଲିଥିବା ବେଳେ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ରାଜଭବନରେ ରାଜ୍ୟପାଳ ଭଗତ ସିଂହ କୋଶିୟାରିଙ୍କୁ ଭେଟି ଫଡ଼ନାଭିସ ଇସ୍ତଫା ଦେଇଛନ୍ତି। ରାଜ୍ୟପାଳ ମଧ୍ୟ ଇସ୍ତଫା ଗ୍ରହଣ କରିଛନ୍ତି। ଇସ୍ତଫା ଦେବା ବେଳେ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ମାନେ ଉପସ୍ଥିତ ଥିଲେ।

ଇସ୍ତଫା ଦେବା ପରେ ଫଡ଼ନାଭିସ ଗଣମାଧ୍ୟମକୁ କହିଛନ୍ତି, ମୋତେ ମହାରାଷ୍ଟ୍ର ସେବା କରିବା ପାଇଁ ସୁଯୋଗ ମିଳିଥିଲା। ଏଥିପାଇଁ ମହାରାଷ୍ଟ୍ରବାସୀ, ପ୍ରଧାନମନ୍ତ୍ରୀ ମୋଦି, ବିଜେପି ଅଧ୍ୟକ୍ଷ ଅମିତ ଶାହ, କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି ନଡ୍ଡା ଓ ଅନ୍ୟାନ୍ୟ ନେତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ଶିବସେନାର ନାଁ ନନେଇ ସ୍ମିତହାସ୍ୟ ପ୍ରକାଶ କରି 'ସହଯୋଗୀ' ଦଳକୁ ଧନ୍ୟବାଦ ଦେଇଛନ୍ତି ଫଡ଼ନାଭିସ।

https://twitter.com/ANI/status/1192757058652631041
ଲୋକସଭା ନିର୍ବାଚନ ବେଳେ ମହାରାଷ୍ଟ୍ରବାସୀ ବିଜେପିକୁ ଅଧିକ ଆସନରେ ବିଜୟୀ କରାଇଥିଲେ। ସେହିଭଳି ବିଧାନସଭା ନିର୍ବାଚନରେ ମଧ୍ୟ ୧୦୫ ଆସନ ସହ ବିଜେପିକୁ ରାଜ୍ୟବାସୀ ଅଧିକ ଆସନରେ ବିଜୟୀ କରାଇଛନ୍ତି। ବିଜେପି ନେତୃତ୍ୱରେ ମେଣ୍ଟ ୧୬୦ରୁ ଅଧିକ ଆସନ ଜିତିଛି ବୋଲି ଫଡ଼ନାଭିସ କହିଛନ୍ତି। ଏହା ତାଙ୍କ ପାଇଁ ବଡ଼ ସଫଳତା ବୋଲି ସେ କହିଛନ୍ତି।

Related story