ନାମାଙ୍କନ ଦାଖଲ କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

ମୁମ୍ବାଇ: ଆସନ୍ତା ଅକ୍ଟୋବର ୨୧ରେ ହେବାକୁ ଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆଜି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ନାମାଙ୍କନ ଦାଖଲ କରିଛନ୍ତି। ସେ ନାଗପୁର ଦକ୍ଷିଣ-ପୂର୍ବ ଆସନରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି। ଜିଲ୍ଲାପାଳଙ୍କ ଅଫିସରେ ଫଡନାଭିସ ନାମାଙ୍କନ ଦାଖଲ କରିବା ସମୟରେ ତାଙ୍କ ପତ୍ନୀ ଅମୃତା ଓ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ଉପସ୍ଥିତ ରହିଥିଲେ। ନାମାଙ୍କନ ଦାଖଲ ପୂର୍ବରୁ ଫଡନାଭିସ୍ ଓ ଅମୃତା କେନ୍ଦ୍ରମନ୍ତ୍ରୀ ଗଡ଼କରୀ ଏବଂ ତାଙ୍କ ପତ୍ନୀ କାଞ୍ଚନଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ। […]

v

Hemant Lenka
  • Published: Friday, 04 October 2019
  • , Updated: 04 October 2019, 04:34 PM IST

ମୁମ୍ବାଇ: ଆସନ୍ତା ଅକ୍ଟୋବର ୨୧ରେ ହେବାକୁ ଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆଜି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ନାମାଙ୍କନ ଦାଖଲ କରିଛନ୍ତି। ସେ ନାଗପୁର ଦକ୍ଷିଣ-ପୂର୍ବ ଆସନରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି। ଜିଲ୍ଲାପାଳଙ୍କ ଅଫିସରେ ଫଡନାଭିସ ନାମାଙ୍କନ ଦାଖଲ କରିବା ସମୟରେ ତାଙ୍କ ପତ୍ନୀ ଅମୃତା ଓ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ଉପସ୍ଥିତ ରହିଥିଲେ।

ନାମାଙ୍କନ ଦାଖଲ ପୂର୍ବରୁ ଫଡନାଭିସ୍ ଓ ଅମୃତା କେନ୍ଦ୍ରମନ୍ତ୍ରୀ ଗଡ଼କରୀ ଏବଂ ତାଙ୍କ ପତ୍ନୀ କାଞ୍ଚନଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ। ଏହି ଆସନରେ କଂଗ୍ରେସ ପୂର୍ବତନ ବିଜେପି ବିଧାୟକ ଆଶିଷ ଦେଶମୁଖଙ୍କ ପ୍ରାର୍ଥୀ କରିଛି। ସେ ଦେବେନ୍ଦ୍ର ଫଡନାଭିସଙ୍କୁ ଟକ୍କର ଦେବେ ବୋଲି ଲକ୍ଷ୍ୟ ରଖିଛନ୍ତି।

Related story