୧୫ ଦିନ ଗୁରୁତ୍ୱପୂର୍ଣ୍ଣ! ଲକ୍‌ଡାଉନ୍‌ ଉଠାଇବା ସପକ୍ଷରେ ନାହିଁ ଏହି ରାଜ୍ୟ

ମୁମ୍ବାଇ: ଆସନ୍ତାକାଲି ରାତି ୧୨ଟା ପରେ କରୋନା ପାଇଁ ଦେଶରେ ଜାରି ହୋଇଥିବା ଲକଡାଉନ ୪.୦ ଶେଷ ହେବ। ଏକାଧିକ ରାଜ୍ୟ କରୋନା ସଂକ୍ରମଣ ବଢ଼ୁଥିବାରୁ ଏହି ଲକଡାଉନ ଅବଧିକୁ ବୃଦ୍ଧି କରିବା ସପକ୍ଷରେ ମତଦେବାରେ ଲାଗିଛନ୍ତି। ଆଜି କିମ୍ବା ଆସନ୍ତାକାଲି କେନ୍ଦ୍ର ସରକାର କରୋନା ଲକଡାଉନ ୫.୦ ସମ୍ପର୍କରେ ଘୋଷଣା କରିପାରନ୍ତି। ଏହାପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଲକଡାଉନ ନ ଉଠାଯାଉ ବୋଲି କହିଛନ୍ତି। ତେବେ ସେ କିଛି ସ୍ଥାନରେ କୋହଳ ନୀତି ଆପଣାଇବାକୁ […]

na

Hemant Lenka
  • Published: Saturday, 30 May 2020
  • , Updated: 30 May 2020, 12:16 PM IST

ମୁମ୍ବାଇ: ଆସନ୍ତାକାଲି ରାତି ୧୨ଟା ପରେ କରୋନା ପାଇଁ ଦେଶରେ ଜାରି ହୋଇଥିବା ଲକଡାଉନ ୪.୦ ଶେଷ ହେବ। ଏକାଧିକ ରାଜ୍ୟ କରୋନା ସଂକ୍ରମଣ ବଢ଼ୁଥିବାରୁ ଏହି ଲକଡାଉନ ଅବଧିକୁ ବୃଦ୍ଧି କରିବା ସପକ୍ଷରେ ମତଦେବାରେ ଲାଗିଛନ୍ତି। ଆଜି କିମ୍ବା ଆସନ୍ତାକାଲି କେନ୍ଦ୍ର ସରକାର କରୋନା ଲକଡାଉନ ୫.୦ ସମ୍ପର୍କରେ ଘୋଷଣା କରିପାରନ୍ତି।

ଏହାପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଲକଡାଉନ ନ ଉଠାଯାଉ ବୋଲି କହିଛନ୍ତି। ତେବେ ସେ କିଛି ସ୍ଥାନରେ କୋହଳ ନୀତି ଆପଣାଇବାକୁ ପରାମର୍ଶ ଦେଇଛନ୍ତି। ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୨ ହଜାର ଟପିଥିବା ବେଳେ ୨ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି।

ବିଶେଷ କରି ମୁମ୍ବାଇରେ କରୋନା ସ୍ଥିତି ଅଧିକ ସଂଗୀନ ରହିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଠାକରେ ମୁମ୍ବାଇ ଓ ପୁଣେ ଭଳି ସହର କରୋନାର ହଟସ୍ପଟ ପାଲଟିଥିବାରୁ ସେଠାରେ ଲକଡାଉନ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ସଙ୍କେତ ଦେଇଛନ୍ତି।

ସେ କହିଛନ୍ତି, “ଆସନ୍ତା ୧୫ ଦିନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆମ ସମସ୍ତଙ୍କୁ ଏଥିପ୍ରତି ସତର୍କ ରହିବାକୁ ପଡ଼ିବ। ରାଜ୍ୟ ସରକାର ଲକଡାଉନ ବେଳେ କ’ଣ ସବୁ କୋହଳ କରାଯିବ ତା’ର ବିସ୍ତୃତ ନୀତି ପ୍ରଣୟନ କରିବେ। ଆମେ ବର୍ତ୍ତମାନ ଟର୍ଣ୍ଣିଂ ପଏଣ୍ଟରେ ରହିଛୁ। ମହାମାରୀ ତା’ ସର୍ବୋଚ୍ଚ ଗତି ଦେଖାଇବା ସ୍ଥିତିରେ ପହଞ୍ଚିଛି।

ମୁମ୍ବାଇ ଓ ପୁଣେରେ ଏହାର ଗତି ବଢ଼ିବା ଆରମ୍ଭ ହେଲାଣି। ଏଠାରୁ ଆମେ କେମିତି ବଢ଼ିବା, ତାହା ହିଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ। କରୋନାର ଦ୍ୱିତୀୟ ଲହରୀ ଚାଇନା ଓ କେରଳରେ ଦେଖିବାକୁ ମିଳିଲାଣି। ଏହାର ଅର୍ଥ କଟକଣା କୋହଳ କରିବା କ୍ଷଣି କରୋନା ଦ୍ୱିତୀୟ ପର୍ଯ୍ୟାୟ ରୂପ ଦେଖିବାକୁ ମିଳୁଛି।

ଆମକୁ କରୋନାର ଦ୍ୱିତୀୟ ପର୍ଯ୍ୟାୟକୁ ରୋକିବାକୁ ହେବ। ତେବେ କେମିତି ଏହାକୁ କରାଯିବ, ତାହା ହିଁ ସବୁଠାରୁ ବଡ଼ ପ୍ରଶ୍ନ। ଆମକୁ ନିଜେ ନିଜେ ହିଁ ସତର୍କ ରହିବାକୁ ପଡ଼ିବ। କାରଣ ମୌସୁମୀ ବେଳେ ଆମେ ପ୍ରଶାସନିକ ବ୍ୟବସ୍ଥା ଉପରେ ଅଧିକ ଚାପ ସୃଷ୍ଟି କରିବା ନାହିଁ।”

Related story