ମେ ୩୧ ଯାଏ ବଢ଼ିବ ଲକଡାଉନ୍, ଉଦ୍ଧବ ଦେଲେ ଇସାରା

ମୁମ୍ୱାଇ: ମେ’ ୧୭ରେ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଅବଧି ଶେଷ ହେଉଛି। ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ନୂଆ ରୂପରେ ଆସିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିସାରିଛନ୍ତି। ହେଲେ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ହଜାରେ ଉପରେ ରହିଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମାସ ଶେଷ ଯାଏ ଲକଡାଉନ୍ ବଢ଼ାଇପାରନ୍ତି। ମହାରାଷ୍ଟ୍ର କ୍ୟାବିନେଟ୍ ମିଟିଂରେ ଏଭଳି କିଛି ଆଲୋଚନା ହୋଇଥିବା ଜଣାପଡ଼ିଛି। ସରକାରଙ୍କ ଜଣେ ଅଧିକାରୀ କହିଛନ୍ତି, ମୁମ୍ବାଇ ମହାନଗର ନିଗମ ଅଧିନରେ ଥିବା ପୁଣେ, ସୋଲାପୁର,ଔରଙ୍ଗାବାଦ […]

UDHAV THAKREY

Subhransu Sekhar
  • Published: Thursday, 14 May 2020
  • , Updated: 15 May 2020, 06:33 AM IST

ମୁମ୍ୱାଇ: ମେ’ ୧୭ରେ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଅବଧି ଶେଷ ହେଉଛି। ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ନୂଆ ରୂପରେ ଆସିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିସାରିଛନ୍ତି। ହେଲେ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ହଜାରେ ଉପରେ ରହିଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମାସ ଶେଷ ଯାଏ ଲକଡାଉନ୍ ବଢ଼ାଇପାରନ୍ତି। ମହାରାଷ୍ଟ୍ର କ୍ୟାବିନେଟ୍ ମିଟିଂରେ ଏଭଳି କିଛି ଆଲୋଚନା ହୋଇଥିବା ଜଣାପଡ଼ିଛି।

ସରକାରଙ୍କ ଜଣେ ଅଧିକାରୀ କହିଛନ୍ତି, ମୁମ୍ବାଇ ମହାନଗର ନିଗମ ଅଧିନରେ ଥିବା ପୁଣେ, ସୋଲାପୁର,ଔରଙ୍ଗାବାଦ ଏବଂ ମାଲେଗାଓଁରେ ୩୧ ମେ ଯାଏ ଲକଡାଉନ୍ ବୃଦ୍ଧି ହୋଇପାରେ। ସୂଚନଯୋଗ୍ୟ, ମହାରାଷ୍ଟ୍ରରେ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୭୦ ପ୍ରତିଶତରୁ ଅଧିକ ଆକ୍ରାନ୍ତ କେବଳ ମୁମ୍ୱାଇର।

ଆଜି ଗୋଟିଏ ଦିନରେ କେବଳ ମୁମ୍ୱାଇରେ ୯୯୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ମୁମ୍ୱାଇରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭,୩୭୭ ହୋଇଛି। ତେବେ ଗୋଟିଏ ଦିନରେ କରୋନାରେ ୨୫ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ୧୮ ଜଣ ପୁରୁଷ ଏବଂ ୭ ଜଣ ମହିଳା ରହିଛନ୍ତି। ମୃତକଙ୍କ ମଧ୍ୟରୁ ଜଣଙ୍କ ବୟସ ୪୦ରୁ କମ୍ ରହିଥିବା ବେଳେ ବାକି ୧୪ ଜଣଙ୍କ ବୟସ ୬୦ରୁ ଅଧିକ ଏବଂ ୧୦ ଜଣଙ୍କ ବୟସ ୪୦ରୁ ୬୦ ବର୍ଷ ମଧ୍ୟରେ ରହିଛି। ଏଯାବତ ମୁମ୍ୱାଇରେ ମୋଟ୍ ୬୨୧ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି ବୋଲି ମୁମ୍ୱାଇ ମହାନଗର ନିଗମ କହିଛି।

ସେହିଭଳି ୨୪ ଘଣ୍ଟାରେ ୪୪୩ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବାବେଳେ ମୋଟ୍ ୪୨୩୪ ଜଣ ଡିସଚାର୍ଜ ହୋଇଥିବା ଜଣାପଡ଼ିଛି। ଏବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୁମ୍ୱାଇରେ ୧୬,୫୭୯ ଜଣ କରୋନାରେ ଚିକିତ୍ସାଧୀନ ରହିଛନ୍ତି।

ତେବେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫ ହଜାର ୯୨୨ ଛୁଇଁଛି। ଯେଉଁଥିରେ ୯୭୫ ପ୍ରାଣ ହରାଇଛନ୍ତି।

Related story