ନୂଆଦିଲ୍ଲୀ: ମହାରାଷ୍ଟ୍ରରେ କଂଗ୍ରେସ ସରକାର ଗଠନ ପାଇଁ ଆଗ୍ରହ ଦେଖାଉଥିବା ନେଇ ଆମ୍ ଆଦମୀ ପାର୍ଟିର ପ୍ରୀତି ଶର୍ମା ମେନନ୍ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, କଂଗ୍ରେସ ସବୁବେଳେ ଦେଶ ପୂର୍ବରୁ ଦଳକୁ ଗୁରୁତ୍ୱ ଦେଉଛି। କଂଗ୍ରେସ ମହାରାଷ୍ଟ୍ରକୁ ବିଜେପି ହାତରେ ଟେକି ଦେଇଛି। ଏପରି ଭାବେ କଂଗ୍ରେସର ଅନ୍ତ ସମୟ ଆସିଯାଇଛି ବୋଲି ସେ କହିଛନ୍ତି।
ମେନନ୍ ଆହୁରି ମଧ୍ୟ କହିଛନ୍ତି, “ଲୋକସଭା ନିର୍ବାଚନରେ ସେମାନେ ଆଞ୍ଚଳିକ ଦଳ ସହ ମେଣ୍ଟ କଲେନି ଏବଂ ବିଜେପିକୁ ଆରାମରେ ଜିତିବାକୁ ଦେଲେ। ଆଉ ଏବେ ମହାରାଷ୍ଟ୍ରକୁ ବିଜେପି ହାତକୁ ଟେକି ଦେଇଛନ୍ତି। ଏପରି ମୃତପାୟ ଚିନ୍ତାକଲେ ବିଧ୍ୱଂସକାରୀ ସମୟ ଆସିଯିବ।”
ସେ ଦ୍ୱତୀୟ ଟ୍ୱିଟ୍ରେ କହିଛନ୍ତି, ମହାରାଷ୍ଟ୍ରର କଂଗ୍ରେସ ବିଧାୟକମାନେ ଶରଦ ପାୱାରଙ୍କ ଏନ୍ସିପି ଚାଲିଯିବା ଦରକାର। ସତରେ କଂଗ୍ରେସର ଶେଷ ସମୟ ଆସିଯାଇଛି।