‘ଆଗାମୀ ୨୫ ବର୍ଷ ଯାଏ ଶିବସେନା ନେତୃତ୍ୱରେ ସରକାର ହେବ’

ମୁମ୍ବାଇ: ମହାରାଷ୍ଟ୍ରରେ ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ସରକାର ଶିବସେନା ନେତୃତ୍ୱରେ ଗଠନ ହେବ ବୋଲି ଦାବି କରିଛନ୍ତି ଦଳର ବରିଷ୍ଠ ନେତା ତଥା ସାଂସଦ ସଞ୍ଜୟ ରାଉତ। ସେ କହିଛନ୍ତି, କମନ୍‌ ମିନିମମ୍‌ ପ୍ରୋଗ୍ରାମ ନେଇ କଂଗ୍ରେସ ଏବଂ ଏନ୍‌ସିପି ସହ ଆଲୋଚନା ଚାଲିଛି। ମହାରାଷ୍ଟ୍ରରେ ବର୍ତ୍ତମାନ ରାଜ୍ୟ ସ୍ୱାର୍ଥରେ ସରକାର ଗଠନ ହେବ ବୋଲି ସେ କହିଛନ୍ତି। ରାଉତ ମୁମ୍ବାଇରେ ସାମ୍ବାଦିକମାନଙ୍କ ସହ ଆଲୋଚନା କରିବା ଅବସରରେ କହିଛନ୍ତି, ଆଗାମୀ ୫ ବର୍ଷ ନୁହେଁ […]

sanjay_raut_shiv_sena

Subrat Kumar Nayak
  • Published: Friday, 15 November 2019
  • , Updated: 15 November 2019, 04:38 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ସରକାର ଶିବସେନା ନେତୃତ୍ୱରେ ଗଠନ ହେବ ବୋଲି ଦାବି କରିଛନ୍ତି ଦଳର ବରିଷ୍ଠ ନେତା ତଥା ସାଂସଦ ସଞ୍ଜୟ ରାଉତ। ସେ କହିଛନ୍ତି, କମନ୍‌ ମିନିମମ୍‌ ପ୍ରୋଗ୍ରାମ ନେଇ କଂଗ୍ରେସ ଏବଂ ଏନ୍‌ସିପି ସହ ଆଲୋଚନା ଚାଲିଛି। ମହାରାଷ୍ଟ୍ରରେ ବର୍ତ୍ତମାନ ରାଜ୍ୟ ସ୍ୱାର୍ଥରେ ସରକାର ଗଠନ ହେବ ବୋଲି ସେ କହିଛନ୍ତି।

ରାଉତ ମୁମ୍ବାଇରେ ସାମ୍ବାଦିକମାନଙ୍କ ସହ ଆଲୋଚନା କରିବା ଅବସରରେ କହିଛନ୍ତି, ଆଗାମୀ ୫ ବର୍ଷ ନୁହେଁ ଆଗାମୀ ୨୫ ବର୍ଷ ପାଇଁ ମହାରାଷ୍ଟ୍ରରେ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱରେ ଶିବସେନାର ସରକାର ହେବ।

କଂଗ୍ରେସ ଏବଂ ଏନ୍‌ସିପି ସହ ଭାଗବଣ୍ଟା ନେଇ ସେ କହିଛନ୍ତି, ସେମାନଙ୍କ ସହ ଏନେଇ ବର୍ତ୍ତମାନ ଆଲୋଚନା ରହିଛି। ଏହା ଏକକ ଦଳୀୟ ସରକାର ହେଉ କିମ୍ବା ମେଣ୍ଟ, ପ୍ରଶାସନିକ ଏଜେଣ୍ଡା ଜରୁରୀ। ଭିତ୍ତିଭୂମି ସହ ଜଡ଼ିତ ପ୍ରକଳ୍ପ ଆଗକୁ ନେବାକୁ ହେବ। ମରୁଡ଼ି ଏବଂ ଅଦିନିଆ ବର୍ଷାର ମୁକାବିଲା ପାଇଁ ପ୍ରୟାସ କରାଯିବ। ଆମ ସହିତ ଯେଉଁମାନେ ଆସୁଛନ୍ତି, ସେମାନେ ଅନୁଭୂତି ସମ୍ପନ୍ନ ହୋଇଥିବାରୁ ସେମାନଙ୍କ ଅନୁଭୂତି ଆମ କାମରେ ଆସିବ।

Related story