ମୁମ୍ବାଇ: ବିଜେପି ସରକାର ଗଠନ ପାଇଁ ଦାବି କରିବ ନାହିଁ ବୋଲି କହିବା ପରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ଶିବସେନାକୁ ସରକାର ଗଠନ କରିବାକୁ ନିମନ୍ତ୍ରଣ କରିଛନ୍ତି। ଏଭଳି ସ୍ଥିତିରେ ଶିବସେନାକୁ ସମର୍ଥନ ଦେବା ପାଇଁ ଏନ୍ସିପି ସମର୍ଥନ ଦେବାକୁ ଆଗ୍ରହ ପ୍ରକାଶ କରିଛି। କିନ୍ତୁ ଏନ୍ସିପି ସର୍ତ୍ତ ରଖିଛି, ବିଜେପି ନେତୃତ୍ୱାଧୀନ ଏନ୍ଡିଏରୁ ଓହରିଲେ ଯାଇ ଉଦ୍ଧବ ଠାକ୍ରେଙ୍କ ଦଳକୁ ସମର୍ଥନ ଦିଆଯିବ।
ମହାରାଷ୍ଟ୍ର ବିଧାନସଭାରେ ମୋଟ ୨୮୮ ସଦସ୍ୟ ଥିବାବେଳେ ବିଜେପି ପାଖରେ ୧୦୫ ବିଧାୟକଙ୍କ ସମର୍ଥନ ରହିଛି। ମ୍ୟାଜିକ୍ ନମ୍ବର ନହେଲେ ସରକାର କରିବା ପାଇଁ ଦାବି କରାଯିବନି ବୋଲି ବିଜେପି ପୂର୍ବରୁ କହିସାରିଥିବାରୁ ରାଜ୍ୟପାଳଙ୍କ ଆମନ୍ତ୍ରଣ ସତ୍ତ୍ୱେ ବିଜେପି ସରକାର ଗଠନ କରିବାକୁ ମନା କରିଛି।
ଶିବସେନାକୁ ସମର୍ଥନ ନେଇ ଏନ୍ସିପିର ମୁଖ୍ୟ ମୁଖପାତ୍ର ନୱାବ୍ ମାଲିକ୍ କହିଛନ୍ତି, “ଶିବସେନାକୁ ପ୍ରଥମେ ଏନ୍ଡିଏରୁ ବାହାରିବାକୁ ହେବ, କାରଣ ଏହି ଦଳ ପାଖରେ ଏକ କ୍ୟାବିନେଟ୍ ପଦବୀ ଅଛି। ଏହି ଦଳ ଏନ୍ଡିଏ ନଛାଡ଼ିଲେ, ଆମେ ଅପେକ୍ଷା କରିବୁ ଏବଂ କ’ଣ ହେଉଛି ଅନୁଶୀଳନ କରିବୁ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମଝି ସମୁଦ୍ରରେ ବୁଡ଼ିଲା ଯାତ୍ରୀବାହୀ ଡ଼ଙ୍ଗା, ଜଣେ ମୃତ, ୨୦ ଉଦ୍ଧାର
ଦୁର୍ଘଟଣାରେ ଜଣେ ୫୪ ବର୍ଷୀୟ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨୦ ଜଣଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
National
ଆସାମରୁ ଗିରଫ ହେଲେ ଆଉ ୨ ଦୁଇ ବାଂଲାଦେଶୀ ଆତଙ୍କୀ
ଏହାପୂର୍ବରୁ ଆସାମ, ପଶ୍ଚିମବଙ୍ଗ ଓ କେରଳରୁ ୮ ଜଣ ଏବିଟି ସଦସ୍ୟ ଗିରଫ ହୋଇଥିଲେ। ସେମାନଙ୍କୁ ଜେରା କରାଯିବା ବେଳେ ଅବଦୁଲ ଓ ମୀର୍ଦ୍ଧା ସମ୍ପର୍କରେ ସୂଚନା ମିଳିଥିଲା।
Viral
ଅସୁସ୍ଥ ପତ୍ନୀଙ୍କ ପାଇଁ ନେଲେ VRS, କିନ୍ତୁ ବିଦାୟ ସମ୍ବର୍ଦ୍ଧନା ବେଳେ ଆଖି ବୁଜିଲେ ପତ୍ନୀ
କ୍ୟାମେରାକୁ ଚାହିଁ ହସୁଥିଲେ। ବେକରେ ଥିଲା ବିରାଟ ଗେଣ୍ଡୁମାଳ। କିଛି ଫୁଲ ମଧ୍ୟ ସେ ଧରିଥିଲେ। ସ୍ୱାମୀଙ୍କ ବିଦାୟୀ କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପାଇଁ ତାଙ୍କ ଚାରି ପାଖର ପରିବେଶ ବେଶ ଉତ୍ସବ ମୁଖର ଥିଲା। ସମସ୍ତେ ଖୁସି ହୋଇ କାର୍ଯ୍ୟକ୍ରମର ମଜା ନେଉଥିଲେ। କିନ୍ତୁ ...
National
ସଂସଦ ନିକଟରେ ନିଜକୁ ଜାଳି ଦେଲେ, ମିଳିଲା ଅଧା ପୋଡ଼ା ଚିଠି
ଘଟଣା ସ୍ଥଳରୁ ପୁଲିସ୍ ଦୁଇ ପୃଷ୍ଠାର ଅଧା ଲେଖା ଚିଠି ଠାବ କରିଛି। କିନ୍ତୁ ଏଥିରେ ଥିବା ବିଷୟବସ୍ତୁ ସମ୍ପର୍କରେ ଜଣାପଡ଼ି ନାହିଁ।
National
ଲିଫ୍ଟ ଦେଉଥିଲା, ଜୀବନ ନେଉଥିଲା: ୧୧ ଜଣଙ୍କୁ ମାରିବା ପରେ ଧରାପଡ଼ିଲା
ଜଣେ ମୃତକଙ୍କ ପୀଠରେ ଅଭିଯୁକ୍ତ ଜଣକ ପିଠିରେ ଧୋକା ବାଜ ବୋଲି ଲେଖିଥିଲା। ପୀଡ଼ିତ ଜଣଙ୍କ ପୂର୍ବତନ ସେନା କର୍ମଚାରୀ। ସେ ଗୋଟିଏ ଘରୋଇ ଫ୍ୟାକ୍ଟ୍ରୀରେ ସିକ୍ୟୁରିଟୀ ଗାର୍ଡ ଭାବେ କାମ କରୁଥିଲେ।