ସାଧ୍ୱୀଙ୍କ ବୟାନକୁ ଆଇପିଏସ୍‌ ସଂଘର ନିନ୍ଦା

ନୂଆଦିଲ୍ଲୀ: ପୂର୍ବତନ ଏଟିଏସ୍‌ ମୁଖ୍ୟ ତଥା ମୁମ୍ବାଇ ଆକ୍ରମଣରେ ସହିଦ ବରିଷ୍ଠ ଆଇପିଏସ୍‌ ହେମନ୍ତ କରକରେଙ୍କୁ ଅମପାନିତ କରିବା ଭଳି ବିଜେପି ଲୋକସଭା ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ଦେଇଥିବା ବୟାନକୁ ଆଇପିଏସ୍‌ ସଂଘ ଦୃଢ଼ ନିନ୍ଦା କରିଛି। ସଂଘ ପକ୍ଷରୁ ଆଜି ହୋଇଥିବା ଟ୍ୱିଟରେ ସାଧ୍ୱୀଙ୍କ ନାଁ ନିଆଯାଇ ନାହିଁ। କିନ୍ତୁ ସଂଘ ପକ୍ଷରୁ କୁହାଯାଇଛି ଯେ “ଅଶୋକ ଚକ୍ର ପାଇଥିବା ଦିବଂଗତ ହେମନ୍ତ କରକାରେ ଦେଶ ପାଇଁ ଆତଙ୍କବାଦୀଙ୍କ ସହ ଲଢ଼େଇ କରି […]

we

Hemant Lenka
  • Published: Friday, 19 April 2019
  • , Updated: 19 April 2019, 05:24 PM IST

ନୂଆଦିଲ୍ଲୀ: ପୂର୍ବତନ ଏଟିଏସ୍‌ ମୁଖ୍ୟ ତଥା ମୁମ୍ବାଇ ଆକ୍ରମଣରେ ସହିଦ ବରିଷ୍ଠ ଆଇପିଏସ୍‌ ହେମନ୍ତ କରକରେଙ୍କୁ ଅମପାନିତ କରିବା ଭଳି ବିଜେପି ଲୋକସଭା ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ଦେଇଥିବା ବୟାନକୁ ଆଇପିଏସ୍‌ ସଂଘ ଦୃଢ଼ ନିନ୍ଦା କରିଛି।

ସଂଘ ପକ୍ଷରୁ ଆଜି ହୋଇଥିବା ଟ୍ୱିଟରେ ସାଧ୍ୱୀଙ୍କ ନାଁ ନିଆଯାଇ ନାହିଁ। କିନ୍ତୁ ସଂଘ ପକ୍ଷରୁ କୁହାଯାଇଛି ଯେ “ଅଶୋକ ଚକ୍ର ପାଇଥିବା ଦିବଂଗତ ହେମନ୍ତ କରକାରେ ଦେଶ ପାଇଁ ଆତଙ୍କବାଦୀଙ୍କ ସହ ଲଢ଼େଇ କରି ପ୍ରାଣ ବଳିଦାନ ଦେଇଛନ୍ତି। ଜଣେ ପ୍ରାର୍ଥୀ ତାଙ୍କ ବିରୋଧରେ ଦେଇଥିବା ବୟାନକୁ ଆମେ ସମସ୍ତେ ନିନ୍ଦା କରୁଛୁ। ସହିଦ ହେଉଥିବା ଲୋକଙ୍କ ପ୍ରତି ସମସ୍ତେ ସମ୍ମାନ କରନ୍ତୁ।”

ମାଲେଗାଓଁ ବିସ୍ଫୋରଣର ଅଭିଯୁକ୍ତ ସାଧ୍ୱୀ ପ୍ରଜ୍ଞା ଆଜି ହେମନ୍ତ କରକରେଙ୍କ ବଳିଦାନକୁ ତାଙ୍କ କୁକର୍ମର ଫଳ ବୋଲି କହିଥିଲେ। ଏଥିସହ ତାଙ୍କୁ ହେମନ୍ତ ବେଆଇନ୍‌ ଭାବେ ଗିରଫ କରିଥିଲେ। ଏହି କାରଣ ପାଇଁ ସେ ହେମନ୍ତଙ୍କ ସର୍ବନାଶ ହେବ ବୋଲି ଅଭିଶାପ ଦେଇଥିଲେ। ଏହି ଅଭିଶାପ ଯୋଗୁ ଆତଙ୍କବାଦୀଙ୍କ ଗୁଳିରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ସାଧ୍ୱୀ କହିଥିଲେ।

Related story