ବିବାଦରେ ମନ୍ତ୍ରୀ: କହିଲେ, ଦୁର୍ଘଟଣା ପାଇଁ ଗାତ ଦାୟୀ ନୁହେଁ

ମୁମ୍ବାଇ: ଅନେକ ସମୟରେ ଦେଖାଯାଏ ରାସ୍ତାରେ ଥିବା ଖାଲଖମା ବା ଗାତ ଯୋଗୁଁ ଦୁର୍ଘଟଣା ଘଟେ। ଏଥିଯୋଗୁଁ ସାରା ଦେଶରେ ପ୍ରତିବର୍ଷ ବହୁତ ଲୋକଙ୍କ ମୃତ୍ୟୁ ମଧ୍ୟ ହେଉଛି। ତେବେ ମହାରାଷ୍ଟ୍ରର ଜଣେ ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲ୍‌ କହିଛନ୍ତି ଯେ ସଡ଼କ ଦୁର୍ଘଟଣା ପାଇଁ କେବଳ ଗାତ ଦାୟୀ ନୁହେଁ। ଖାଲଖମା ରାସ୍ତାରେ ତ ବହୁତ ଲୋକ ଯା’ଆସ କରନ୍ତି। କିନ୍ତୁ ସମସ୍ତେ ଦୁର୍ଘଟଣାରେ ପଡ଼ନ୍ତି ନାହିଁ। ଯଦି କେହି ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାଣ ହରାଉଛନ୍ତି, ସେଥିପାଇଁ […]

potholes

Rakesh Mallick
  • Published: Monday, 16 July 2018
  • , Updated: 16 July 2018, 08:58 AM IST

ମୁମ୍ବାଇ: ଅନେକ ସମୟରେ ଦେଖାଯାଏ ରାସ୍ତାରେ ଥିବା ଖାଲଖମା ବା ଗାତ ଯୋଗୁଁ ଦୁର୍ଘଟଣା ଘଟେ। ଏଥିଯୋଗୁଁ ସାରା ଦେଶରେ ପ୍ରତିବର୍ଷ ବହୁତ ଲୋକଙ୍କ ମୃତ୍ୟୁ ମଧ୍ୟ ହେଉଛି। ତେବେ ମହାରାଷ୍ଟ୍ରର ଜଣେ ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲ୍‌ କହିଛନ୍ତି ଯେ ସଡ଼କ ଦୁର୍ଘଟଣା ପାଇଁ କେବଳ ଗାତ ଦାୟୀ ନୁହେଁ। ଖାଲଖମା ରାସ୍ତାରେ ତ ବହୁତ ଲୋକ ଯା’ଆସ କରନ୍ତି। କିନ୍ତୁ ସମସ୍ତେ ଦୁର୍ଘଟଣାରେ ପଡ଼ନ୍ତି ନାହିଁ। ଯଦି କେହି ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାଣ ହରାଉଛନ୍ତି, ସେଥିପାଇଁ କେବଳ ରାସ୍ତାରେ ଥିବା ଗାତକୁ ଦାୟୀ କରାଯାଇପାରିବ ନାହିଁ। ଗତ ଦୁଇ ସପ୍ତାହରେ ମୁମ୍ବାଇରେ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏଥିପାଇଁ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଆଉ ଏମିତି ସମୟରେ ପାଟିଲ୍‌ଙ୍କ ଏହି ମନ୍ତବ୍ୟକୁ ସମସ୍ତେ ନାପସନ୍ଦ କରିଛନ୍ତି। କଂଗ୍ରେସ ପକ୍ଷରୁ ତାଙ୍କୁ ତୀବ୍ର ସମାଲୋଚନା କରାଯାଇଛି।

ରାଜ୍ୟ କଂଗ୍ରେସ ମହାସଚିବ ସଚିନ୍ ସାୱନ୍ତ କହିଛନ୍ତି,“ପାଟିଲ୍‌ଙ୍କ ମନ୍ତବ୍ୟ ଅତ୍ୟନ୍ତ ଅସମ୍ବେଦନଶୀଳ।  ଦୁର୍ଘଟଣାଗ୍ରସ୍ତ ହେଉଥିବା ଲୋକଙ୍କ ପ୍ରତି ସେ ଆଙ୍ଗୁଳି ଉଠାଇଛନ୍ତି। ସେମାନଙ୍କ ବିଚାର ଉପରେ ପ୍ରଶ୍ନ କରିଛନ୍ତି। ହେଲେ ନିର୍ବାଚନ ପରେ ସେ ଜାଣିବେ ଲୋକେ କ’ଣ କରିପାରନ୍ତି।”

Related story