ଦ୍ୱିତୀୟ ଡୋଜ୍‌ ନେବା ପରେ ଶରୀର ପାଲଟିଲା ଚୁମ୍ବକ! ଆପେ ଆପେ ଲାଗି ଯାଉଛି ପ୍ଲେଟ୍‌ ଓ ଚାମଚ

ନାସିକ: ମହାମାରୀ କରୋନାକୁ ମାତ୍‌ ଦେବାକୁ ସମଗ୍ର ଦେଶରେ ଟିକାକାରଣକୁ ଗୁରୁତ୍ୱ ଦିଆଯାଉଛି। ଏବେ ସୁଦ୍ଧା ଦେଶରେ କୋଟି କୋଟି ଲୋକ ଟିକାର ଦ୍ୱିତୀୟ ଡୋଜ ନେଇ ସାରିଥିବା ବେଳେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମହାରାଷ୍ଟ୍ରର ନାସିକରୁ ଆସିଛି ଏହି ଖବର। ନାସିକର ଅରବିନ୍ଦ ଜଗନ୍ନାଥ ସୋନାର ନାମକ ଜଣେ ବୟସ୍କ ବ୍ୟକ୍ତି କହିଛନ୍ତି ଯେ କରୋନା ଭ୍ୟାକସିନର ଦ୍ୱିତୀୟ ଡୋଜ ନେବା ପରେ ତାଙ୍କ ଶରୀରରେ ଚୁମ୍ବକୀୟ ଶକ୍ତି ଉତ୍ପନ ହୋଇଛି। ଫଳରେ […]

Magnetic Man

Niharika Rout
  • Published: Friday, 11 June 2021
  • , Updated: 11 June 2021, 05:12 PM IST

ନାସିକ: ମହାମାରୀ କରୋନାକୁ ମାତ୍‌ ଦେବାକୁ ସମଗ୍ର ଦେଶରେ ଟିକାକାରଣକୁ ଗୁରୁତ୍ୱ ଦିଆଯାଉଛି। ଏବେ ସୁଦ୍ଧା ଦେଶରେ କୋଟି କୋଟି ଲୋକ ଟିକାର ଦ୍ୱିତୀୟ ଡୋଜ ନେଇ ସାରିଥିବା ବେଳେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମହାରାଷ୍ଟ୍ରର ନାସିକରୁ ଆସିଛି ଏହି ଖବର।

ନାସିକର ଅରବିନ୍ଦ ଜଗନ୍ନାଥ ସୋନାର ନାମକ ଜଣେ ବୟସ୍କ ବ୍ୟକ୍ତି କହିଛନ୍ତି ଯେ କରୋନା ଭ୍ୟାକସିନର ଦ୍ୱିତୀୟ ଡୋଜ ନେବା ପରେ ତାଙ୍କ ଶରୀରରେ ଚୁମ୍ବକୀୟ ଶକ୍ତି ଉତ୍ପନ ହୋଇଛି। ଫଳରେ ଏବେ ତାଙ୍କ ଶରୀରରେ ଷ୍ଟିଲ ତଥା ଲୁହା ଜିନିଷ ଆପେଆପେ ଲାଗିଯାଉଛି।

ଯେବେ ପ୍ରଥମ ଥର ଏପରି ଘଟିଲା, ପରିବାର ଲୋକ ଭାବିଲେ ଅଧିକ ଝାଳ ଯୋଗୁ ଏପରି ହେଉଛି। ଏହାପରେ ଅରବିନ୍ଦ ଗାଧୋଇ ଆସିବା ପରେ ମଧ୍ୟ ତାଙ୍କ ଶରୀରରେ ଷ୍ଟିଲ ବାସନ ଆସି ଲାଗିଗଲା। ତାଙ୍କ ଶରୀରରେ ପ୍ଲେଟ, ଚାମଚ, କଏନ ଆଦି ଲାଗିଯାଉଥିବା ତାଙ୍କ ପୁଅ କହିଛନ୍ତି।

ଏହି ଘଟଣା ସାମ୍ନାକୁ ଆସିବା ପରେ ମହାରାଷ୍ଟର ସ୍ୱାସ୍ଥ୍ୟ ମନ୍ତ୍ରୀ ଘଟଣାର ଯାଞ୍ଚ ନିର୍ଦେଶ ଦେଇଛନ୍ତି l କାହିଁକି ଏପରି ଘଟିଲା ଓ ଏହା ପଛର କାରଣ କ’ଣ ଜାଣିବାକୁ ସେ ତଦନ୍ତ ନିର୍ଦେଶ ଦେଇଛନ୍ତି।

 

Related story