ଏହି କାରଣରୁ ମହାରାଷ୍ଟ୍ରରେ ଲାଗିଲା ରାଷ୍ଟ୍ରପତି ଶାସନ

ମୁମ୍ବାଇ: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିଆରୀ ଏନ୍‌ସିପିକୁ ସରକାର ଗଠନ ପାଇଁ ସନ୍ଧ୍ୟା ୮.୩୦ ସମୟ ଦେଇଥିଲେ। କିନ୍ତୁ ଏହାର ଯଥେଷ୍ଟ ସମୟ ପୂର୍ବରୁ ରାଷ୍ଟ୍ରପତି ଶାସନ ପାଇଁ ସୁପାରିସ୍‌ କରିବା ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ଏହାକୁ ନେଇ ରାଜ୍ୟପାଳଙ୍କୁ ସମାଲୋଚନା କରାଯାଉନଥିବାବେଳେ ଏହାର କାରଣ ବର୍ତ୍ତମାନ ଜଣାପଡ଼ିଛି। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ଦେଇଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ୧୧.୩୦ ବେଳକୁ ଏନ୍‌ସିପି ପକ୍ଷରୁ ରାଜ୍ୟପାଳଙ୍କୁ ଚିଠି ଲେଖାଯାଇଥିଲା ସେମାନେ ୮.୩୦ ସୁଦ୍ଧା ସରକାର […]

sharad

Subrat Kumar Nayak
  • Published: Tuesday, 12 November 2019
  • , Updated: 12 November 2019, 09:25 PM IST

ମୁମ୍ବାଇ: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିଆରୀ ଏନ୍‌ସିପିକୁ ସରକାର ଗଠନ ପାଇଁ ସନ୍ଧ୍ୟା ୮.୩୦ ସମୟ ଦେଇଥିଲେ। କିନ୍ତୁ ଏହାର ଯଥେଷ୍ଟ ସମୟ ପୂର୍ବରୁ ରାଷ୍ଟ୍ରପତି ଶାସନ ପାଇଁ ସୁପାରିସ୍‌ କରିବା ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ଏହାକୁ ନେଇ ରାଜ୍ୟପାଳଙ୍କୁ ସମାଲୋଚନା କରାଯାଉନଥିବାବେଳେ ଏହାର କାରଣ ବର୍ତ୍ତମାନ ଜଣାପଡ଼ିଛି।

ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ଦେଇଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ୧୧.୩୦ ବେଳକୁ ଏନ୍‌ସିପି ପକ୍ଷରୁ ରାଜ୍ୟପାଳଙ୍କୁ ଚିଠି ଲେଖାଯାଇଥିଲା ସେମାନେ ୮.୩୦ ସୁଦ୍ଧା ସରକାର ପାଇଁ ସମର୍ଥନ ଜୁଟାଇପାରିବେନାହିଁ। ଏଥିପାଇଁ ଅବଧି ଘୁଞ୍ଚାଇବାକୁ ସେମାନେ ଅନୁରୋଧ କରିଥିଲେ। କିନ୍ତୁ ରାଜ୍ୟପାଳ ଅବଧି ବଢ଼ାଇବା ପ୍ରସ୍ତାବକୁ ଖଣ୍ଡନ କରିଥିଲେ। ଏହି ସମୟରେ ହିଁ ଏନ୍‌ସିପିର ଅଜିତ ପାୱାର ଗଣମାଧ୍ୟମକୁ କହିଥିଲେ, କଂଗ୍ରେସ ବିନା ସରକାର ଗଠନ ଅସମ୍ଭବ। କଂଗ୍ରେସ ଏଯାଏ ସମର୍ଥନ ପତ୍ର ଦେଇନଥିବାରୁ ଏବେ ସରକାର ଗଠନ ଅସମ୍ଭବ।

ଏହାପରେ ରାଜ୍ୟପାଳ କେବଳ ଏନ୍‌ସିପିର ଅନୁରୋଧ ଖଣ୍ଡନ କରିନଥିଲେ, ୮.୩୦ ଯାଏ ସମୟ ଦେଇ ଦେଇଥିବା ଚିଠିକୁ ମଧ୍ୟ ବାତିଲ କରିଦେଇଥିଲେ। ଏନ୍‌ସିପି ସରକାର ଗଠନ କରିପାରିବନାହିଁ ବୋଲି ମନା କରିବା ପରେ ଏହି ଚିଠିର କିଛି ମୂଲ୍ୟ ନଥିବାରୁ ଏପରି କରାଯାଇଥିବା କୁହାଯାଉଛି।

Related story