ମହାରାଷ୍ଟ୍ରରେ ପୁଣି ୩୪୨୭ ମାମଲା, ୧୧୩ ମୃତ

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ଦିନକୁ ଦିନ ବିସ୍ଫୋରକ ରୂପ ନେବାରେ ଲାଗିଛି। ଶୁକ୍ରବାର ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ପାର କରିଥିବା ବେଳେ ଆଜି ପୁଣିଥିରେ ୩୪୨୭ ଜଣ ଏହି ପ୍ରାଣଘାତୀ ଭାଇରସରେ ସଂକ୍ରମିତ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୪,୫୬୮ରେ ପହଞ୍ଚି ଯାଇଛି। ସେହିପରି ୨୪ ଘଣ୍ଟାରେ ଆଉ ୧୧୩ ଜଣ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩,୮୩୦ ଛୁଇଁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାଜ୍ୟରେ […]

rd

Hemant Lenka
  • Published: Saturday, 13 June 2020
  • , Updated: 13 June 2020, 08:48 PM IST

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ଦିନକୁ ଦିନ ବିସ୍ଫୋରକ ରୂପ ନେବାରେ ଲାଗିଛି। ଶୁକ୍ରବାର ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ପାର କରିଥିବା ବେଳେ ଆଜି ପୁଣିଥିରେ ୩୪୨୭ ଜଣ ଏହି ପ୍ରାଣଘାତୀ ଭାଇରସରେ ସଂକ୍ରମିତ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୪,୫୬୮ରେ ପହଞ୍ଚି ଯାଇଛି।

ସେହିପରି ୨୪ ଘଣ୍ଟାରେ ଆଉ ୧୧୩ ଜଣ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩,୮୩୦ ଛୁଇଁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାଜ୍ୟରେ ଏଯାଏ ୪୯,୩୪୬ ଜଣ ସୁସ୍ଥ ହୋଇଥିବା ବେଳେ ବିଭିନ୍ନ ହସ୍ପିଟାଲରେ ୫୧,୩୭୯ ଜଣ ଚିକିତ୍ସିତ ହେଉଛନ୍ତି।

ଅନ୍ୟପକ୍ଷରେ ମୁମ୍ବାଇରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୬,୮୩୧ରେ ପହଞ୍ଚିଛି। ଆଜି ମୁମ୍ବାଇରେ ୧୩୮୦ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ବେଳେ ୬୯ ଜଣ ପ୍ରାଣ ହରାଇଛନ୍ତି। ମୁମ୍ବାଇରେ ଏଯାଏ କରୋନା ୨୨୧୩ ଜଣଙ୍କ ମୁଣ୍ଡ ନେଲାଣି।

Related story