କରୋନା ମୃତ୍ୟୁସଂଖ୍ୟାରେ ରେକର୍ଡ କଲା ମହାରାଷ୍ଟ୍ର, ଗୋଟିଏ ଦିନରେ ୯୭ ମୃତ

ମୁମ୍ବାଇ: ମହାମାରୀ କରୋନା ଯୋଗୁ ମହାରାଷ୍ଟ୍ର ସ୍ଥିତି ଭୟଙ୍କର ହେବାରେ ଲାଗିଛି। ପୂର୍ବରୁ ରେକର୍ଡ ସଂଖ୍ୟକ କରୋନା ପଜିଟିଭ ଚିହ୍ନଟ ହେଉଥିବା ବେଳେ ଏବେ ମୃତ୍ୟୁସଂଖ୍ୟା ପୂର୍ବ ରେକର୍ଡକୁ ଭାଙ୍ଗି ଦେଇଛି। ୨୪ ଘଣ୍ଟାରେ ମହାରାଷ୍ଟ୍ରରେ କରୋନା ଯୋଗୁ ୯୭ ଜଣଙ୍କ ମୃତ୍ୟୁ ଘଟିଛି। କରୋନା ଭାରତରେ ପ୍ରବେଶ କରିବା ଦିନଠାରୁ କେବେ ହେଲେ କୌଣସି ରାଜ୍ୟରେ ଗୋଟିଏ ଦିନରେ ଏତେ ସଂଖ୍ୟକ ଲୋକ କରୋନା ଯୋଗୁ ପ୍ରାଣ ହରାଇ ନଥିଲେ। ହେଲେ ମଙ୍ଗଳବାର ମହାରାଷ୍ଟ୍ରରେ ରେକର୍ଡ […]

dx

Hemant Lenka
  • Published: Tuesday, 26 May 2020
  • , Updated: 26 May 2020, 09:24 PM IST

ମୁମ୍ବାଇ: ମହାମାରୀ କରୋନା ଯୋଗୁ ମହାରାଷ୍ଟ୍ର ସ୍ଥିତି ଭୟଙ୍କର ହେବାରେ ଲାଗିଛି। ପୂର୍ବରୁ ରେକର୍ଡ ସଂଖ୍ୟକ କରୋନା ପଜିଟିଭ ଚିହ୍ନଟ ହେଉଥିବା ବେଳେ ଏବେ ମୃତ୍ୟୁସଂଖ୍ୟା ପୂର୍ବ ରେକର୍ଡକୁ ଭାଙ୍ଗି ଦେଇଛି। ୨୪ ଘଣ୍ଟାରେ ମହାରାଷ୍ଟ୍ରରେ କରୋନା ଯୋଗୁ ୯୭ ଜଣଙ୍କ ମୃତ୍ୟୁ ଘଟିଛି।

କରୋନା ଭାରତରେ ପ୍ରବେଶ କରିବା ଦିନଠାରୁ କେବେ ହେଲେ କୌଣସି ରାଜ୍ୟରେ ଗୋଟିଏ ଦିନରେ ଏତେ ସଂଖ୍ୟକ ଲୋକ କରୋନା ଯୋଗୁ ପ୍ରାଣ ହରାଇ ନଥିଲେ। ହେଲେ ମଙ୍ଗଳବାର ମହାରାଷ୍ଟ୍ରରେ ରେକର୍ଡ ସଂଖ୍ୟକ ଲୋକ ପ୍ରାଣ ହରାଇଛନ୍ତି।

୨୪ ଘଣ୍ଟାରେ ୯୭ ଜଣ ପ୍ରାଣ ହରାଇବାରୁ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୭୯୨କୁ ବୃଦ୍ଧି ପାଇଛି। ସେହିପରି ମଙ୍ଗଳବାର ରାଜ୍ୟରେ ଆଉ ୨୦୯୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪,୭୫୮ ଛୁଇଁଛି। ଏମାନଙ୍କ ମଧ୍ୟରୁ ୧୬,୯୫୪ ଜଣ ସୁସ୍ଥ ହୋଇଥିବା ବେଳେ ବିଭିନ୍ନ ହସ୍ପିଟାଲରେ ୩୬,୦୦୪ ଜଣ ଚିକିତ୍ସିତ ହେଉଛନ୍ତି।

ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ ସ୍ଥିତି ସବୁଠାରୁ ଖରାପ ହୋଇଛି। ଏଠାରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଆଉ ୧୦୬୫ ଜଣ କରୋନାରେ ଆକ୍ରାନ୍ତ ହୋଇଛି। ଫଳରେ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨,୯୭୪ରେ ପହଞ୍ଚି ଯାଇଛି।

ସେହିପରି ମଙ୍ଗଳବାର କରୋନା ଏଠାରେ ୩୯ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ସହରରେ କରୋନା ମୃତ୍ୟୁସଂଖ୍ୟା ୧୦୦୨କୁ ବୃଦ୍ଧି ପାଇଛି। ବର୍ତ୍ତମାନ ୫,୬୭,୬୨୨ ଜଣ ହୋମ କ୍ୱାରେଣ୍ଟାଇନରେ ଥିବା ବେଳେ ୩୫,୨୦୦ ଜଣ ସରକାରୀ କ୍ୱାରେଣ୍ଟାଇନରେ ରହିଛନ୍ତି।

ଅନ୍ୟପକ୍ଷରେ ତେଲେଙ୍ଗାନାରେ ଆଜି ୭୧ ନୂଆ ପଜିଟିଭ ମାମଲା ସାମ୍ନାକୁ ଆସିଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ମହାରାଷ୍ଟ୍ରରେ ୨୪ ଘଣ୍ଟାରେ ୧୬୫ ଜଣ କରୋନାରେ ଆକ୍ରାନ୍ତ ହେବାରୁ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୦୨୪ ଛୁଇଁଛି। ହିମାଚଳ ପ୍ରଦେଶରେ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତାମିଲନାଡୁରେ ୬୪୬ ପଜିଟିଭ ମାମଲା ସାମ୍ନାକୁ ଆସିଛି।

ସେହିପରି ତାମିଲନାଡୁରେ ଆଜି ୯ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୨୭କୁ ବୃଦ୍ଧି ପାଇଛି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭,୭୨୮ରେ ପହଞ୍ଚି ଯାଇଛି।

Related story