ସବୁ ରେକର୍ଡ ଭାଙ୍ଗିଦେଲା ମହାରାଷ୍ଟ୍ର: ଦିନକରେ ୮,୬୪୧ ପଜିଟିଭ, ୨୬୬ ମୃତ

ମୁମ୍ବାଇ: ମହାମାରୀ କରୋନା ମହାରାଷ୍ଟ୍ରରେ ଥମିବାର ନାଁ ଧରୁନି। ପ୍ରତିଦିନ ଏହି ପ୍ରାଣଘାତୀ ଭାଇରସ ମହାରାଷ୍ଟ୍ରରେ ରେକର୍ଡ ପରେ ରେକର୍ଡ କରି ଚାଲିଛି। ଗୋଟିଏ ଦିନରେ ମହାରାଷ୍ଟ୍ରରେ ୮,୬୪୧ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୬୬ ଜଣଙ୍କ ମୃତ୍ୟୁ ଘଟିଛି। ନୂଆ ମାମଲାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨, ୮୪,୨୮୧କୁ ବୃଦ୍ଧି ପାଇଛି। ସେହିପରି ମୃତ୍ୟୁସଂଖ୍ୟା ୧୧ ହଜାର ଡେଇଁଛି। ଆଜି ସୁଦ୍ଧା ମହାରାଷ୍ଟ୍ରରେ ୧୧,୧୯୪ ଜଣ କରୋନା ଯୋଗୁ ପ୍ରାଣ ହରାଇ ସାରିଲେଣି। […]

m

Hemant Lenka
  • Published: Thursday, 16 July 2020
  • , Updated: 16 July 2020, 08:16 PM IST

ମୁମ୍ବାଇ: ମହାମାରୀ କରୋନା ମହାରାଷ୍ଟ୍ରରେ ଥମିବାର ନାଁ ଧରୁନି। ପ୍ରତିଦିନ ଏହି ପ୍ରାଣଘାତୀ ଭାଇରସ ମହାରାଷ୍ଟ୍ରରେ ରେକର୍ଡ ପରେ ରେକର୍ଡ କରି ଚାଲିଛି। ଗୋଟିଏ ଦିନରେ ମହାରାଷ୍ଟ୍ରରେ ୮,୬୪୧ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୬୬ ଜଣଙ୍କ ମୃତ୍ୟୁ ଘଟିଛି।

ନୂଆ ମାମଲାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨, ୮୪,୨୮୧କୁ ବୃଦ୍ଧି ପାଇଛି। ସେହିପରି ମୃତ୍ୟୁସଂଖ୍ୟା ୧୧ ହଜାର ଡେଇଁଛି। ଆଜି ସୁଦ୍ଧା ମହାରାଷ୍ଟ୍ରରେ ୧୧,୧୯୪ ଜଣ କରୋନା ଯୋଗୁ ପ୍ରାଣ ହରାଇ ସାରିଲେଣି।

ଗୋଟିଏ ଦିନରେ ୫୫୨୭ ଜଣ ସୁସ୍ଥ ହୋଇ ଘରକୁ ଫେରିବାରୁ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧,୫୮,୧୪୦ରେ ପହଞ୍ଚି ଯାଇଛି। ଏହାର ଅର୍ଥ ରାଜ୍ୟରେ ଆକ୍ଟିଭ କେସ୍‌ ସଂଖ୍ୟା ୧,୧୪,୬୪୮ ରହିଛି।

୨୪ ଘଣ୍ଟାରେ କେବଳ ମୁମ୍ବାଇରେ ୧୪୯୮ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି ଓ ୫୬ ଜଣ ପ୍ରାଣ ହରାଇଛନ୍ତି। ଫଳରେ ମୁମ୍ବାଇରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୭,୭୫୧କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁସଂଖ୍ୟା ୫୫୨୦ ଛୁଇଁଛି।

ମୁମ୍ବାଇରେ ଏଯାଏ ୬୮,୫୩୭ ଜଣ ସୁସ୍ଥ ହୋଇଛନ୍ତି ଓ ୨୩,୬୯୪ ଆକ୍ଟିଭ କେସ୍‌ ରହିଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି।

Related story