ସାଉଦି ଆରବକୁ ପଛରେ ପକାଇଲା ମହାରାଷ୍ଟ୍ର, ଦିନକରେ ୨୨୪ ମୃତ, ୫୧୩୪ ପଜିଟିଭ

ମୁମ୍ବାଇ: ମହାରାଷ୍ଟ୍ରର କରୋନା ସ୍ଥିତି ବେକାବୁ ହେବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ମହାରାଷ୍ଟ୍ରର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଗୋଟିଏ ପରେ ଗୋଟିଏ ଦେଶକୁ ଅତିକ୍ରମ କରି ଚାଲିଛି। ଆଜି ଦିନକରେ ୫୧୩୪ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୧୭,୧୨୧କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ର ତୁଳନାରେ ସାଉଦି ଆରବରେ ସଂକ୍ରମିତଙ୍କ ସଂଖ୍ୟା କମ। ଆଜି ସୁଦ୍ଧା ସାଉଦୀରେ ମୋଟ ୨,୧୭,୧୦୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। […]

cdv

Hemant Lenka
  • Published: Tuesday, 07 July 2020
  • , Updated: 07 July 2020, 08:55 PM IST

ମୁମ୍ବାଇ: ମହାରାଷ୍ଟ୍ରର କରୋନା ସ୍ଥିତି ବେକାବୁ ହେବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ମହାରାଷ୍ଟ୍ରର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଗୋଟିଏ ପରେ ଗୋଟିଏ ଦେଶକୁ ଅତିକ୍ରମ କରି ଚାଲିଛି। ଆଜି ଦିନକରେ ୫୧୩୪ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି।

ଏହାକୁ ମିଶାଇ ରାଜ୍ୟ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୧୭,୧୨୧କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ର ତୁଳନାରେ ସାଉଦି ଆରବରେ ସଂକ୍ରମିତଙ୍କ ସଂଖ୍ୟା କମ। ଆଜି ସୁଦ୍ଧା ସାଉଦୀରେ ମୋଟ ୨,୧୭,୧୦୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେଣୁ ମହାରାଷ୍ଟ୍ର ସ୍ଥିତି ଅନ୍ୟ ଦେଶ ତୁଳନାରେ ଅଧିକ ଖରାପ ହୋଇଛି।

ଅନ୍ୟପକ୍ଷରେ ମହାମାରୀ କରୋନା ଆଜି ପୁଣି ୨୨୪ ଜଣଙ୍କ ମୁଣ୍ଡ ନେଇଛି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୯,୨୫୦କୁ ବୃଦ୍ଧି ପାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୨୪ ଘଣ୍ଟାରେ ୩,୨୯୬ ଜଣ ସୁସ୍ଥ ହେବାରୁ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧,୧୮,୫୫୮ ଛୁଇଁଛି। ବର୍ତ୍ତମାନ ରାଜ୍ୟରେ ୮୯,୨୯୪ ଆକ୍ଟିଭ କେସ୍‌ ରହିଛି।

ମୁମ୍ବାଇ କଥା ବିଚାରକୁ ନେଲେ, ଆଜି ଦିନକରେ ଆଉ ୭୮୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ୬୪ ଜଣଙ୍କ ମୁଣ୍ଡ ନେଇଛି କରୋନା। ଫଳରେ ସହରରେ ମୋଟ ୮୬,୫୦୯ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୫୦୦୨ ଜଣ ପ୍ରାଣ ହରାଇଛନ୍ତି।

Related story