ଦିଲ୍ଲୀ ଓ ମହାରାଷ୍ଟ୍ରରେ ରେକର୍ଡ ଭାଙ୍ଗିଲା କରୋନା, ଦିନକରେ ୨୧୭ ମୃତ

ନୂଆଦିଲ୍ଲୀ: ଦେଶର ଦୁଇ ପ୍ରମୁଖ ରାଜ୍ୟ ମହାରାଷ୍ଟ୍ର ଓ ଦିଲ୍ଲୀରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି। ପୂର୍ବଦିନର ରେକର୍ଡ ଭାଙ୍ଗି ଆଜି ଏହି ଦୁଇ ରାଜ୍ୟରେ ସର୍ବାଧିକ କରୋନା ପଜିଟିଭ ସାମ୍ନାକୁ ଆସିଛି। ମହାରାଷ୍ଟ୍ରରେ ଗୋଟିଏ ଦିନରେ ୩,୬୦୭ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଦିଲ୍ଲୀରେ ଆଜି ୧୮୭୭ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେହିପରି ଦୁଇ ରାଜ୍ୟରେ ୨୧୭ ଜଣଙ୍କ ମୃତ୍ୟୁ ଘଟିଛି। ଭାରତରେ କରୋନା ପ୍ରବେଶ କରିବା ଦିନଠାରୁ କେବେ ହେଲେ ମହାରାଷ୍ଟ୍ରରେ […]

v

Hemant Lenka
  • Published: Thursday, 11 June 2020
  • , Updated: 11 June 2020, 08:57 PM IST

ନୂଆଦିଲ୍ଲୀ: ଦେଶର ଦୁଇ ପ୍ରମୁଖ ରାଜ୍ୟ ମହାରାଷ୍ଟ୍ର ଓ ଦିଲ୍ଲୀରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି। ପୂର୍ବଦିନର ରେକର୍ଡ ଭାଙ୍ଗି ଆଜି ଏହି ଦୁଇ ରାଜ୍ୟରେ ସର୍ବାଧିକ କରୋନା ପଜିଟିଭ ସାମ୍ନାକୁ ଆସିଛି। ମହାରାଷ୍ଟ୍ରରେ ଗୋଟିଏ ଦିନରେ ୩,୬୦୭ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଦିଲ୍ଲୀରେ ଆଜି ୧୮୭୭ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେହିପରି ଦୁଇ ରାଜ୍ୟରେ ୨୧୭ ଜଣଙ୍କ ମୃତ୍ୟୁ ଘଟିଛି।

ଭାରତରେ କରୋନା ପ୍ରବେଶ କରିବା ଦିନଠାରୁ କେବେ ହେଲେ ମହାରାଷ୍ଟ୍ରରେ ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନଥିଲେ। ସେହିପରି କ୍ରମାଗତ ଦ୍ୱିତୀୟ ଦିନ ପାଇଁ ରାଜ୍ୟରେ ୩ ହଜାରରୁ ଅଧିକ ସଂଖ୍ୟକ ପଜିଟିଭ କେସ ସାମ୍ନାକୁ ଆସିଛି। ଏହାକୁ ମିଶାଇ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୭,୬୪୮ରେ ପହଞ୍ଚି ଯାଇଛି।

ସେହିପରି ୨୪ ଘଣ୍ଟାରେ ପୁଣିଥରେ ୧୫୨ ଜଣ ଲୋକ କରୋନା ଯୋଗୁ ପ୍ରାଣ ହରାଇଛନ୍ତି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୫୯୦କୁ ବୃଦ୍ଧି ପାଇଛି।

ରାଜଧାନୀ ମୁମ୍ବାଇରେ ଆଜି ୧୪୧୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୯୭ ଜଣ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪,୦୮୫ ଓ ମୃତକଙ୍କ ସଂଖ୍ୟା ୧୯୫୪ ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆଜି ୧୫୬୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାର ଅର୍ଥ ଏଯାଏ ୪୬,୦୭୮ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି।

ସେହିପରି ଦିଲ୍ଲୀରେ ଆଜି ଗୋଟିଏ ଦିନରେ ରେକର୍ଡ ୧୮୭୭ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ଦିଲ୍ଲୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୪,୬୮୭ରେ ପହଞ୍ଚି ଯାଇଛି। ୨୪ ଘଣ୍ଟା ମଧ୍ୟରେ ୬୫ ଜଣଙ୍କ ମୁଣ୍ଡ ନେଇଛି କରୋନା। ଦିଲ୍ଲୀରେ କରୋନା ମୃତ୍ୟୁସଂଖ୍ୟା ୧୦୮୫ ଜଣ ପ୍ରାଣ ହରାଇଥିବା ବେଳେ ୧୨,୭୩୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Related story