ମହାରାଷ୍ଟ୍ରରେ ମୁତୟନ ହେବେ କେନ୍ଦ୍ରୀୟ ପୁଲିସ୍ ଟିମ!

ମୁମ୍ବାଇ: କରୋନା ମହମାରୀ ଯୋଗୁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ମହାରାଷ୍ଟ୍ରରେ ଏବେ ସେଣ୍ଟ୍ରାଲ ଆର୍ମଡ ପୁଲିସ ଫୋର୍ସ (ସିଏପିଏଫ) ମୁତୟନ ହେବେ। ରାଜ୍ୟ ପୁଲିସ୍‌ କରୋନା ଯୁଦ୍ଧରେ ଲଢ଼େଇ କରି କରି କ୍ଲାନ୍ତ ହୋଇଯାଇଥିବାରୁ ମହାରାଷ୍ଟ୍ର ସରକାର ୨୦ କମ୍ପାନୀ ସିଏପିଏଫ ମାଗିଛନ୍ତି। ମାର୍ଚ୍ଚ ୨୨ରୁ ରାଜ୍ୟ ପୁଲିସ୍‌ ରାସ୍ତାରେ ରହି ଲୋକଙ୍କୁ ସତର୍କ କରାଉଛି। ଏହି କାରଣରୁ ଶତାଧିକ ପୁଲିସ୍‌ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ କିଛି ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି। […]

dsa

Hemant Lenka
  • Published: Wednesday, 13 May 2020
  • , Updated: 13 May 2020, 07:35 PM IST

ମୁମ୍ବାଇ: କରୋନା ମହମାରୀ ଯୋଗୁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ମହାରାଷ୍ଟ୍ରରେ ଏବେ ସେଣ୍ଟ୍ରାଲ ଆର୍ମଡ ପୁଲିସ ଫୋର୍ସ (ସିଏପିଏଫ) ମୁତୟନ ହେବେ। ରାଜ୍ୟ ପୁଲିସ୍‌ କରୋନା ଯୁଦ୍ଧରେ ଲଢ଼େଇ କରି କରି କ୍ଲାନ୍ତ ହୋଇଯାଇଥିବାରୁ ମହାରାଷ୍ଟ୍ର ସରକାର ୨୦ କମ୍ପାନୀ ସିଏପିଏଫ ମାଗିଛନ୍ତି।

ମାର୍ଚ୍ଚ ୨୨ରୁ ରାଜ୍ୟ ପୁଲିସ୍‌ ରାସ୍ତାରେ ରହି ଲୋକଙ୍କୁ ସତର୍କ କରାଉଛି। ଏହି କାରଣରୁ ଶତାଧିକ ପୁଲିସ୍‌ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ କିଛି ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି। ମହାରାଷ୍ଟ୍ର ଗୃହ ମନ୍ତ୍ରୀ ଅନୀଲ ଦେଶମୁଖ ଗଣମାଧ୍ୟମକୁ କହିଛନ୍ତି, “କରୋନା ମହାମାରୀ ପାଇଁ ଜାରି ଲକଡାଉନକୁ ଠିକ ଭାବେ କାର୍ଯ୍ୟକାରୀ କରିବା ପାଇଁ ଆମ ରାଜ୍ୟର ପୁଲିସ୍‌ ଫୋର୍ସ ଦିନ ରାତି ପରିଶ୍ରମ କରିବାରେ ଲାଗିଛି।

ଏବେ ଇଦ ପର୍ବ ଆସୁଛି। ଏଥିପାଇଁ ଆମକୁ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଅଧିକ ସଜାଗ କରିବାକୁ ପଡ଼ିବ। ରାଜ୍ୟ ପୁଲିସ୍‌ କିଛି ସମୟ ପାଇଁ ବିଶ୍ରାମ ନେବାକୁ ଚାହୁଁଛନ୍ତି। ଏହି କାରଣ ପାଇଁ ଆମେ ୨୦ କମ୍ପାନୀ ସିଏପିଏଫ ଦାବି କରିଛୁ। ଏନେଇ କେନ୍ଦ୍ରକୁ ମଧ୍ୟ ନିବେଦନ କରାଯାଇଛି।” ଏହା ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସମାନ କଥା କହିଥିଲେ।

Related story