ମହାରାଷ୍ଟ୍ର ଓ ତାମିଲନାଡୁରେ ରେକର୍ଡ କଲା କରୋନା

ମୁମ୍ବାଇ: ମହାମାରୀ କରୋନା ଭାଇରସ ମହାରାଷ୍ଟ୍ର ଓ ତାମିଲନାଡୁରେ ରେକର୍ଡ ଭାଙ୍ଗିବାରେ ଲାଗିଛି। ଆଜି ପୁଣିଥରେ ଏହି ଦୁଇ ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ମହାରାଷ୍ଟ୍ରରେ ରେକର୍ଡ ୩୭୨୧ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ବେଳେ ୬୨ ଜଣ ପ୍ରାଣ ହରାଇଛନ୍ତି। ସେହିପରି ତାମିଲନାଡୁରେ ଗତ ୨୪ ଘଣ୍ଟାରେ ୨୭୧୦ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ରାଜ୍ୟରେ କରୋନା ଗୋଟିଏ ଦିନରେ ୩୭ ଜଣଙ୍କ ମୁଣ୍ଡ ନେଇଛି। ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ […]

fv

Hemant Lenka
  • Published: Monday, 22 June 2020
  • , Updated: 22 June 2020, 09:35 PM IST

ମୁମ୍ବାଇ: ମହାମାରୀ କରୋନା ଭାଇରସ ମହାରାଷ୍ଟ୍ର ଓ ତାମିଲନାଡୁରେ ରେକର୍ଡ ଭାଙ୍ଗିବାରେ ଲାଗିଛି। ଆଜି ପୁଣିଥରେ ଏହି ଦୁଇ ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ମହାରାଷ୍ଟ୍ରରେ ରେକର୍ଡ ୩୭୨୧ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ବେଳେ ୬୨ ଜଣ ପ୍ରାଣ ହରାଇଛନ୍ତି।

ସେହିପରି ତାମିଲନାଡୁରେ ଗତ ୨୪ ଘଣ୍ଟାରେ ୨୭୧୦ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ରାଜ୍ୟରେ କରୋନା ଗୋଟିଏ ଦିନରେ ୩୭ ଜଣଙ୍କ ମୁଣ୍ଡ ନେଇଛି।

ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ୨୪ ଘଣ୍ଟା ମଧ୍ୟରେ ଆଉ ୩୭୨୧ ଜଣ କରୋନାରେ ଆକ୍ରାନ୍ତ ହେବାରୁ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୩୫,୭୯୬କୁ ବୃଦ୍ଧି ପାଇଛି। ସେହିପରି ୬୨ ଜଣଙ୍କ ମୃତ୍ୟୁ ଘଟିବାରୁ ରାଜ୍ୟରେ ମୃତକଙ୍କ ସଂଖ୍ୟା ୬,୨୮୩ରେ ପହଞ୍ଚି ଯାଇଛି। ଏମାନଙ୍କ ମଧ୍ୟରୁ କେବଳ ମୁମ୍ବାଇରେ ୩,୭୩୭ ଜଣଙ୍କ ମୃତ୍ୟୁ ଘଟିଛି।

ସବୁଠାରୁ ଗରୁତ୍ୱପୂର୍ଣ୍ଣ କଥା ହେଲା, ଆଜି ଗୋଟିଏ ଦିନରେ ୧୯୬୨ ଜଣ କରୋନାରୁ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଏଯାଏ ରାଜ୍ୟରେ ୬୭,୭୦୬ ଜଣ ସୁସ୍ଥ ହେଲେଣି। ଏହାର ଅର୍ଥ ୬୧,୭୯୩ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଅନ୍ୟପକ୍ଷରେ ତାମିଲନାଡୁରେ ଆଜି ୨୭୧୦ ଜଣ ଆକ୍ରାନ୍ତ ହେବାରୁ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୨,୦୮୭ରେ ପହଞ୍ଚି ଯାଇଛି। ସେହିପରି ୩୨ ଜଣଙ୍କ ମୃତ୍ୟୁ ପରେ ରାଜ୍ୟରେ ମୃତକଙ୍କ ସଂଖ୍ୟା ୭୯୪ରେ ପହଞ୍ଚି ଯାଇଛି।

Related story