ମହାରାଷ୍ଟ୍ରରେ ଲକ୍ଷେ ପାର୍‌ କଲା କରୋନା ଆକ୍ରନ୍ତଙ୍କ ସଂଖ୍ୟା, ଦିନକରେ ୧୨୭ ମୃତ

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ସ୍ଥିତି ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ଦେଶରେ କରୋନା ସଂକ୍ରମଣ ସଂଖ୍ୟା ୩ ଲକ୍ଷ ପାର କରିଥିବା ବେଳେ କେବଳ ମହାରାଷ୍ଟ୍ରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଡେଇଁଛି। ଆଜି ଗୋଟିଏ ଦିନରେ ରାଜ୍ୟରେ ୩୪୯୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୦୧,୧୪୧ରେ ପହଞ୍ଚି ଯାଇଛି। ଦେଶର ପ୍ରଥମ ରାଜ୍ୟ ଭାବେ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଡେଇଁଛି। କ୍ଷତିଗ୍ରସ୍ତ ତାଲିକାର ଦ୍ୱିତୀୟ ସ୍ଥାନରେ […]

ad

Hemant Lenka
  • Published: Friday, 12 June 2020
  • , Updated: 12 June 2020, 08:23 PM IST

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ସ୍ଥିତି ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ଦେଶରେ କରୋନା ସଂକ୍ରମଣ ସଂଖ୍ୟା ୩ ଲକ୍ଷ ପାର କରିଥିବା ବେଳେ କେବଳ ମହାରାଷ୍ଟ୍ରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଡେଇଁଛି। ଆଜି ଗୋଟିଏ ଦିନରେ ରାଜ୍ୟରେ ୩୪୯୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୦୧,୧୪୧ରେ ପହଞ୍ଚି ଯାଇଛି। ଦେଶର ପ୍ରଥମ ରାଜ୍ୟ ଭାବେ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଡେଇଁଛି। କ୍ଷତିଗ୍ରସ୍ତ ତାଲିକାର ଦ୍ୱିତୀୟ ସ୍ଥାନରେ ତାମିଲନାଡୁ ରହିଛି। ଏଠାରେ ଆକ୍ରାନ୍ତଙ୍କ ୪୦ ହଜାର ପାର କରିଛି।

ମହାରାଷ୍ଟ୍ରରେ ୨୪ ଘଣ୍ଟାରେ କରୋନା ୧୨୭ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୩୭୧୭କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ୧୭୧୮ ଜଣ କରୋନା ରୋଗରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାର ଅର୍ଥ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪୭,୭୯୩ରେ ପହଞ୍ଚି ଯାଇଛି।

ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ କରୋନା ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଆଜି ସହରରେ ୧୩୬୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୯୦ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମୁମ୍ବାଇରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୫,୪୫୧ ଓ ମୃତ୍ୟୁସଂଖ୍ୟା ୨୦୪୪ ରହିଛି। ମହାରାଷ୍ଟ୍ରରେ ଆରୋଗ୍ୟ ହାର ୪୭.୩% ରହିଥିବେ ବେଳେ ମୃତ୍ୟୁହାର ୩.୭% ରହିଛି।

ଅନ୍ୟପକ୍ଷରେ ତାମିଲନାଡୁରେ ଆଜି ରେକର୍ଡ ୧୯୮୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୦,୬୯୮ ଛୁଇଁଛି।

ସେହିପରି ରାଜ୍ୟରେ ଆଜି କରୋନା ୧୮ ଜଣଙ୍କ ମୁଣ୍ଡ ନେବାରୁ ମୋଟ ମୃତ୍ୟୁସଂଖ୍ୟା ୩୬୭କୁ ବୃଦ୍ଧି ପାଇଛି। ଗୋଟିଏ ଦିନରେ ୧୩୪୨ ଜଣ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨୨,୯୪୭ରେ ପହଞ୍ଚି ଯାଇଛି।

Related story