ଗାନ୍ଧି ଜୟନ୍ତୀରେ ‘ଆଇନ୍‌ଷ୍ଟାଇନ୍‌ ଚ୍ୟାଲେଞ୍ଜ’ ଦେଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ କହିଛନ୍ତି, ସେ ଭାରତୀୟ ରାଷ୍ଟ୍ରବାଦର ଯେଉଁ ପରିକଳ୍ପନା କରିଥିଲେ ତାହା ସଂକୀର୍ଣ୍ଣ ନଥିଲା। ସେ ନ୍ୟୁୟର୍କ ଟାଇମ୍ସରେ ଏକ ଲେଖା ଲେଖି ଆହ୍ୱାନ କରିଥିଲେ, ମୁଁ ଆପଣମାନଙ୍କ ପାଇଁ ଆଇନ୍‌ଷ୍ଟାଇନ୍‌ ଚ୍ୟାଲେଞ୍ଜ ନେଇକି ଆସିଛି। ଆପଣମାନଙ୍କୁ ନିଶ୍ଚିତ କରିବାକୁ ହେବ ଯେ, ଆଗାମୀ ଦିନରେ ମହାତ୍ମା ଗାନ୍ଧିଙ୍କ ଆଦର୍ଶ ପିଢ଼ି ପରେ ପିଢ଼ି ମନେ ରଖୁ। ସେ କହିଥିଲେ, ଆଜି ମହାତ୍ମା ଗାନ୍ଧିଙ୍କ […]

modi-gandhi

Subrat Kumar Nayak
  • Published: Wednesday, 02 October 2019
  • , Updated: 02 October 2019, 05:39 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ କହିଛନ୍ତି, ସେ ଭାରତୀୟ ରାଷ୍ଟ୍ରବାଦର ଯେଉଁ ପରିକଳ୍ପନା କରିଥିଲେ ତାହା ସଂକୀର୍ଣ୍ଣ ନଥିଲା। ସେ ନ୍ୟୁୟର୍କ ଟାଇମ୍ସରେ ଏକ ଲେଖା ଲେଖି ଆହ୍ୱାନ କରିଥିଲେ, ମୁଁ ଆପଣମାନଙ୍କ ପାଇଁ ଆଇନ୍‌ଷ୍ଟାଇନ୍‌ ଚ୍ୟାଲେଞ୍ଜ ନେଇକି ଆସିଛି। ଆପଣମାନଙ୍କୁ ନିଶ୍ଚିତ କରିବାକୁ ହେବ ଯେ, ଆଗାମୀ ଦିନରେ ମହାତ୍ମା ଗାନ୍ଧିଙ୍କ ଆଦର୍ଶ ପିଢ଼ି ପରେ ପିଢ଼ି ମନେ ରଖୁ।

ସେ କହିଥିଲେ, ଆଜି ମହାତ୍ମା ଗାନ୍ଧିଙ୍କ ପାଇଁ ଏହି ଆଇନ୍‌ଷ୍ଟାଇନ୍‌ ଚ୍ୟାଲଞ୍ଜ ହିଁ ଶ୍ରଦ୍ଧାଞ୍ଜଳି। ସେ ବୁଦ୍ଧିଜୀବୀ, ଉଦ୍ୟୋଗୀ ଏବଂ ଟେକ୍‌ ଲିଡରମାନଙ୍କୁ ଆହ୍ୱାନ କରିଛନ୍ତି ଗାନ୍ଧିଙ୍କ ବିଚାରକୁ ଆଗକୁ ନିଆଯାଉ।

ମୋଦି ୯୩୧ ଶବ୍ଦରେ ଏକ ଲେଖା ଲେଖିଛନ୍ତି ଯାହାର ନାମ ରହିଛି, ‘ହ୍ୱାଇ ଇଣ୍ଡିଆ ଆଣ୍ଡ ୱାର୍ଲ୍ଡ ନିଡ୍‌ ଗାନ୍ଧି’। ସେ ଏଥିରେ ଲେଖିଛନ୍ତି, ମାନବା ସମାଜର ଅନେକ ବିଷମତା ମଧ୍ୟରେ ସେତୁ ହେଉଛନ୍ତି ଗାନ୍ଧି। କିଏ ଭାବିଥିଲା ଚମୁଟାଏ ଲୁଣ ପାଇଁ ସତ୍ୟାଗ୍ରହ ହୋଇପାରେ। ଗାନ୍ଧିଙ୍କ ପାଖରେ ସବୁ ସମସ୍ୟାର ସମାଧାନ ଥିଲା। ଗାନ୍ଧିଙ୍କ ପ୍ରିୟ ଭଜନ ‘ବୈଷ୍ଣବ ଜନ ତୋ’ର ଉଦାହରଣ ଦେଇ ମୋଦି କହିଥିଲେ, ଏହି ଭଜନରେ ଲେଖା ଅଛି ସେ ହେଉଛି ସତ ମଣିଷ ଯେକି ଅନ୍ୟ ମଣିଷର କଷ୍ଟ ବୁଝିପାରେ।

Related story