ଗାନ୍ଧିଜୀଙ୍କୁ ଆମେରିକା ଦେବ ସର୍ବୋଚ୍ଚ ନାଗରିକ ସମ୍ମାନ !

ନ୍ୟୁୟର୍କ: ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଆମେରିକା ମରଣୋତ୍ତର ସର୍ବୋଚ୍ଚ ନାଗରିକ ସମ୍ମାନ ଦେବ। ଏନେଇ ଆମେରିକାର ଜଣେ ପ୍ରଭାବଶାଳୀ ସାଂସଦ ସୂଚନା ଦେଇଛନ୍ତି। ଗାନ୍ଧିଜୀଙ୍କୁ ‘କଂଗ୍ରେସନାଲ୍‌ ସ୍ୱର୍ଣ୍ଣ ପଦକ’ ଦିଆଯିବାକୁ ଏକ ଐତିହାସିକ ଆଇନ୍‌ ସଂସଦକୁ ଆସିବ ବୋଲି ସେ କହିଛନ୍ତି। ସାରା ଦୁନିଆରେ ସାଧାରଣ ଲୋକଙ୍କ ଅଧିକାର ପାଇଁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚଳାଇବାର ପ୍ରେରଣା ଦେଇଥିବାରୁ ଗାନ୍ଧିଜୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବାକୁ ପ୍ରସ୍ତାବ ଅଣାଯିବ ବୋଲି ସେ କହିଛନ୍ତି। ନ୍ୟୁୟର୍କରେ କଂଗ୍ରେସ୍‌ ସାଂସଦ କାରୋଲିନ୍‌ […]

mahatma-gandhi

Rakesh Mallick
  • Published: Monday, 20 August 2018
  • , Updated: 20 August 2018, 01:34 PM IST

ନ୍ୟୁୟର୍କ: ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଆମେରିକା ମରଣୋତ୍ତର ସର୍ବୋଚ୍ଚ ନାଗରିକ ସମ୍ମାନ ଦେବ। ଏନେଇ ଆମେରିକାର ଜଣେ ପ୍ରଭାବଶାଳୀ ସାଂସଦ ସୂଚନା ଦେଇଛନ୍ତି। ଗାନ୍ଧିଜୀଙ୍କୁ ‘କଂଗ୍ରେସନାଲ୍‌ ସ୍ୱର୍ଣ୍ଣ ପଦକ’ ଦିଆଯିବାକୁ ଏକ ଐତିହାସିକ ଆଇନ୍‌ ସଂସଦକୁ ଆସିବ ବୋଲି ସେ କହିଛନ୍ତି।

ସାରା ଦୁନିଆରେ ସାଧାରଣ ଲୋକଙ୍କ ଅଧିକାର ପାଇଁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚଳାଇବାର ପ୍ରେରଣା ଦେଇଥିବାରୁ ଗାନ୍ଧିଜୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବାକୁ ପ୍ରସ୍ତାବ ଅଣାଯିବ ବୋଲି ସେ କହିଛନ୍ତି।

ନ୍ୟୁୟର୍କରେ କଂଗ୍ରେସ୍‌ ସାଂସଦ କାରୋଲିନ୍‌ ମାଲୋନୀ ୩୮ତମ ଭାରତ ଦିବସ ପ୍ୟରେଡରେ ଏହି ଘୋଷଣା କରିଛନ୍ତି।

ଆସନ୍ତାକାଲି ନ୍ୟୁୟର୍କରେ ଭାରତର ସ୍ୱାଧୀନତା ଦିବସ ବାର୍ଷିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏଥିରେ ଯୋଗଦେଇ ମାଲୋନୀ କହିଥିଲେ, “ଗାନ୍ଧିଙ୍କ ଅହିଂସା ନୀତିକୁ ଆପଣାଇ ବହୁ ଲୋକ ଏହି ପଦକ ପାଇସାରିଛନ୍ତି। ଯେମିତି ମାର୍ଟିନ ଲୁଥର କିଙ୍ଗ ଜୁନିୟର ଏବଂ ନେଲସନ୍‌ ମାଣ୍ଡେଲା।”

ସେ କହିଛନ୍ତି, “ଏନେଇ ଶୀଘ୍ର ଆଇନ ଆଣିବାକୁ ମୁଁ ପ୍ରସ୍ତାବ ଦେବି। ଆଶା ରଖିଛି, ଏହା ସଫଳ ହେବ।”

ସୂଚନାଯୋଗ୍ୟ, ‘କଂଗ୍ରେସ୍‌ ସ୍ୱର୍ଣ୍ଣ ପଦକ’ ପାଇବାରେ ପ୍ରଥମ ଭାରତୀୟ ହେବେ ମହାତ୍ମା ଗାନ୍ଧି। ପୂର୍ବରୁ ଆମେରିକାର ପ୍ରଥମ ରାଷ୍ଟ୍ରପତି ଜର୍ଜ ୱାସିଂଟନ୍‌, ମଣ୍ଡେଲା, ଲୁଥର କିଙ୍ଗ, ମଦର ଟେରେସା ଏବଂ ନାଗରିକ ଅଧିକାରୀ କର୍ମୀ ରୋଜା ପାର୍କ୍ସ ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି।

Related story