ମାଲେଗାଁଓ ବିସ୍ଫୋରଣ: ସାଧ୍ୱୀ ପ୍ରଜ୍ଞାଙ୍କୁ କ୍ଲିନ୍‌ ଚିଟ୍‌

ମୁମ୍ୱାଇ: ମାଲେଗାଁଓ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ସାଧ୍ୱୀ ପ୍ରଜ୍ଞା ସିଂ ଠାକୁରଙ୍କୁ କ୍ଲିନ୍‌ ଚିଟ୍‌ ଦେଇଛି। ଏନ୍‌ଆଇଏ  ମୁମ୍ୱାଇର ଏକ କୋର୍ଟରେ ଦାୟର କରାଯାଇଥିବା ଚାର୍ଜସିଟ୍‌ରେ ଏନ୍‌ଆଇଏ ପ୍ରଜ୍ଞାଙ୍କ ନାମ ନେଇ ନାହିଁ। ଫଳରେ ସେ ଖୁବ୍‌ ଶୀଘ୍ର ଜେଲ୍‌ରୁ ମୁକ୍ତ ହୋଇପାରନ୍ତି। ଚାର୍ଜସିଟ୍‌ରେ କୁହାଯାଇଛି ଯେ, ୨୬/୧୧ ଆତଙ୍କବାଦୀ ଆକ୍ରମଣରେ ସହିଦ୍‌ ହୋଇଥିବା ମହାରାଷ୍ଟ୍ରର ଏଟିଏସ୍‌ର ପୂର୍ବତନ ମୁଖ୍ୟ ହେମନ୍ତ କରକରେ ମାଲେଗାଁଓ ବିସ୍ଫୋରଣ ମାମଲାର ମଧ୍ୟ ଯାଞ୍ଚ କରିଥିଲେ। ଏହି […]

sadhvi_

Rakesh Mallick
  • Published: Friday, 13 May 2016
  • , Updated: 13 May 2016, 12:57 PM IST

ମୁମ୍ୱାଇ: ମାଲେଗାଁଓ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ସାଧ୍ୱୀ ପ୍ରଜ୍ଞା ସିଂ ଠାକୁରଙ୍କୁ କ୍ଲିନ୍‌ ଚିଟ୍‌ ଦେଇଛି। ଏନ୍‌ଆଇଏ  ମୁମ୍ୱାଇର ଏକ କୋର୍ଟରେ ଦାୟର କରାଯାଇଥିବା ଚାର୍ଜସିଟ୍‌ରେ ଏନ୍‌ଆଇଏ ପ୍ରଜ୍ଞାଙ୍କ ନାମ ନେଇ ନାହିଁ। ଫଳରେ ସେ ଖୁବ୍‌ ଶୀଘ୍ର ଜେଲ୍‌ରୁ ମୁକ୍ତ ହୋଇପାରନ୍ତି।

ଚାର୍ଜସିଟ୍‌ରେ କୁହାଯାଇଛି ଯେ, ୨୬/୧୧ ଆତଙ୍କବାଦୀ ଆକ୍ରମଣରେ ସହିଦ୍‌ ହୋଇଥିବା ମହାରାଷ୍ଟ୍ରର ଏଟିଏସ୍‌ର ପୂର୍ବତନ ମୁଖ୍ୟ ହେମନ୍ତ କରକରେ ମାଲେଗାଁଓ ବିସ୍ଫୋରଣ ମାମଲାର ମଧ୍ୟ ଯାଞ୍ଚ କରିଥିଲେ। ଏହି ଯାଞ୍ଚରେ କିଛି ତ୍ରୁଟି ରହିଥିଲା। କର୍ଣ୍ଣଲ୍‌ ପ୍ରସାଦ ପୁରୋହିତ  ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଯେଉଁ ପ୍ରମାଣ ଦିଆଯାଇଛି ଏହା ମନଗଢ଼ା ଥିଲା ଏବଂ ଜୋରଜବରଦସ୍ତ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରାଯାଇଥିଲା।

 ଏନ୍‌ଆଇଏର ଚାର୍ଜସିଟ୍‌ ଅନୁସାରେ, ଏଟିଏସ୍‌ ୨୦୦୮ରେ କର୍ଣ୍ଣଲ୍ ପୁରୋହିତଙ୍କୁ ଗିରଫ କରିବା ପୂର୍ବରୁ ଦେଓଲାଲୀ ଆର୍ମି କ୍ୟାମ୍ପ୍‌ ସ୍ଥିତ ତାଙ୍କ କ୍ୱାର୍ଟର୍ସରେ ବିସ୍ଫୋରକ ରଖିଥିଲେ।

୨୦୦୮, ସେପ୍ଟେମ୍ୱର ୨୯ରେ ମାଲେଗାଁଓରେ ହୋଇଥିବା  ବିସ୍ଫୋରଣ ମାମଲାରେ ଅନ୍ୟ ତିନି ଅଭିଯୁକ୍ତଙ୍କୁ ମଧ୍ୟ ନାଁରେ ତଦନ୍ତକାରୀ ଏନ୍‌ଆଇଏ ଟିମ୍ କ୍ଲିନ୍‌ଚିଟ୍‌ ଦେଇଛି। ଏହି ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୯ ଜଣ ଆହତ ହୋଇଥିଲେ।

Related story