ଟ୍ୱିଟର୍‌ରେ ଯୋଗଦେଲେ ନୋବେଲ ବିଜେତା ମଲାଲା: ମାତ୍ର ୧୪ଘଣ୍ଟାରେ ୩.୫ ଲକ୍ଷରୁ ଅଧିକ ଫଲୋର୍ସ

ନୂଆଦିଲ୍ଲୀ: ନୋବେଲ ଶାନ୍ତି ପୁରଷ୍କାରର ବିଜେତା ମଲାଲା ୟୁସୁଫଜାଇ ଦଶମ ପାସ କରିବା ପରେ ଟ୍ୱିଟର୍‌ରେ ଯୋଗ ଦେଇଛନ୍ତି। ସେ ପ୍ରଥମ ଥର ପାଇଁ ଟ୍ୱିଟରରେ ଯୋଗଦେଇ ହାଏ ଟ୍ୱିଟର ବୋଲି ଟ୍ୱିଟ କରିଥିଲେ। ଏହାପରେ ଟ୍ୱିଟର୍‌ରେ ତାଙ୍କୁ ପସନ୍ଦ କରୁଥିବା ଲୋକଙ୍କ ସଂଖ୍ୟା ଏତେ ହୋଇଯାଇଥିଲା ଯେ ପ୍ରଥମ ଦିନରେ ତାଙ୍କ ଫଲୋଅର୍ସଙ୍କ ସଂଖ୍ୟା ୩.୫ଲକ୍ଷ ପାର ହୋଇଯାଇଛି। ଶୁକ୍ରବାର ସ୍କୁଲରେ ତାଙ୍କର ଶେଷ ଦିନ ଥିବାବେଳେ ଟ୍ୱିଟର ତାଙ୍କର ପ୍ରଥମ ଦିନ ଥିଲା। ତେଣୁ […]

malala-yousafzai_9d8cf654-6389-11e7-89bd-50891d422d4c

Rakesh Mallick
  • Published: Saturday, 08 July 2017
  • , Updated: 08 July 2017, 05:45 PM IST

ନୂଆଦିଲ୍ଲୀ: ନୋବେଲ ଶାନ୍ତି ପୁରଷ୍କାରର ବିଜେତା ମଲାଲା ୟୁସୁଫଜାଇ ଦଶମ ପାସ କରିବା ପରେ ଟ୍ୱିଟର୍‌ରେ ଯୋଗ ଦେଇଛନ୍ତି। ସେ ପ୍ରଥମ ଥର ପାଇଁ ଟ୍ୱିଟରରେ ଯୋଗଦେଇ ହାଏ ଟ୍ୱିଟର ବୋଲି ଟ୍ୱିଟ କରିଥିଲେ। ଏହାପରେ ଟ୍ୱିଟର୍‌ରେ ତାଙ୍କୁ ପସନ୍ଦ କରୁଥିବା ଲୋକଙ୍କ ସଂଖ୍ୟା ଏତେ ହୋଇଯାଇଥିଲା ଯେ ପ୍ରଥମ ଦିନରେ ତାଙ୍କ ଫଲୋଅର୍ସଙ୍କ ସଂଖ୍ୟା ୩.୫ଲକ୍ଷ ପାର ହୋଇଯାଇଛି। ଶୁକ୍ରବାର ସ୍କୁଲରେ ତାଙ୍କର ଶେଷ ଦିନ ଥିବାବେଳେ ଟ୍ୱିଟର ତାଙ୍କର ପ୍ରଥମ ଦିନ ଥିଲା। ତେଣୁ ସେ ପ୍ରଥମ ଟ୍ୱିଟରେ ଲେଖିଥିଲେ ହାଏ ଟ୍ୱିଟର ଓ ଦ୍ୱିତୀୟ ଟ୍ୱିଟରେ ଲେଖିଥିଲେ ଆଜି ମୋ ସ୍କୁଲର ଶେଷ ଦିନ ଥିବାବେଳେ ଟ୍ୱିଟରରେ ମୋର ପ୍ରଥମ ଦିନ। ଯାହାକୁ ଅନେକ ଲୋକ ରିଟ୍ୱିଟ୍‌ ମଧ୍ୟ କରିଛନ୍ତି। ମଲାଲା ଟ୍ୱିଟ ମାଧ୍ୟମରେ କହିଛନ୍ତି ଯେ ସେ ଝିଅ ମାନଙ୍କ ଫାଠ ପଢାପାଇଁ ସବୁବେଳେ ସ୍ୱର ଉଠାଇଚାଲିବେ।

Related story