ଜୁନ ୯ ଯାଏ ଲକଡାଉନ୍ ବଢ଼ାଇଲା ଏହି ଦେଶ

କୁଆଲାଲମପୁର: ମାଲେସିଆ ପ୍ରଧାନମନ୍ତ୍ରୀ ମୁହୟିଦ୍ଦିନ୍ ୟାସିନ୍ ଜୁନ୍ ୯ ତାରିଖ ଯାଏ ଲକଡାଉନ୍ ଅବଧି ବଢ଼ାଇଛନ୍ତି। ତେବେ ଏହି ସମୟରେ ଦେଶର ଅର୍ଥନୀତିକ କାର୍ଯ୍ୟକଳାପ ଚାଲିବ। ଦେଶବାସୀଙ୍କୁ ଟିଭିରେ ଉଦବୋଧନ ଦେବା ଅବସରରେ ଏଭଳି କହିଛନ୍ତି ମାଲେସିଆ ପ୍ରଧାନମନ୍ତ୍ରୀ। ଦେଶରେ ଏବେ ବି ଲକଡାଉନ୍ ଚାଲିଛି। ଏହାରି ଭିତରେ ଅନେକ କାର୍ଯ୍ୟକଳାପ ନିୟମ ଭିତରେ ଚାଲିଛି। ଦେଶରେ ଏବେ ୬.୬୩ ମିଲିଅନ୍ ବା ୪୩.୬% ଲୋକ କାର୍ଯ୍ୟାଳୟ ଓ ଘରେ ରହି କାମ କରୁଥିବା ୟାସିନ୍ କହିଛନ୍ତି। […]

MALESIA LOCKDOWN

Subhransu Sekhar
  • Published: Sunday, 10 May 2020
  • , Updated: 10 May 2020, 07:16 PM IST

କୁଆଲାଲମପୁର: ମାଲେସିଆ ପ୍ରଧାନମନ୍ତ୍ରୀ ମୁହୟିଦ୍ଦିନ୍ ୟାସିନ୍ ଜୁନ୍ ୯ ତାରିଖ ଯାଏ ଲକଡାଉନ୍ ଅବଧି ବଢ଼ାଇଛନ୍ତି। ତେବେ ଏହି ସମୟରେ ଦେଶର ଅର୍ଥନୀତିକ କାର୍ଯ୍ୟକଳାପ ଚାଲିବ। ଦେଶବାସୀଙ୍କୁ ଟିଭିରେ ଉଦବୋଧନ ଦେବା ଅବସରରେ ଏଭଳି କହିଛନ୍ତି ମାଲେସିଆ ପ୍ରଧାନମନ୍ତ୍ରୀ।

ଦେଶରେ ଏବେ ବି ଲକଡାଉନ୍ ଚାଲିଛି। ଏହାରି ଭିତରେ ଅନେକ କାର୍ଯ୍ୟକଳାପ ନିୟମ ଭିତରେ ଚାଲିଛି। ଦେଶରେ ଏବେ ୬.୬୩ ମିଲିଅନ୍ ବା ୪୩.୬% ଲୋକ କାର୍ଯ୍ୟାଳୟ ଓ ଘରେ ରହି କାମ କରୁଥିବା ୟାସିନ୍ କହିଛନ୍ତି। ମାର୍ଚ୍ଚ ୧୮ରୁ ଦେଶ ଲକଡାଉନ୍ ହୋଇଥିବାରୁ ଏବେ ୯୪.୪ ପ୍ରତିଶତ ଜିଲ୍ଲା ଗ୍ରୀନ୍ ଜୋନରେ ରହିଛି ବୋଲି ସେ କହିଛନ୍ତି। ଏହା ସରକାରଙ୍କ ଏକ ବଡ଼ ଉପଲବ୍ଧି ବୋଲି ସେ କହିଛନ୍ତି। ଦୁଇ ସପ୍ତାହ ହେବ ଏହି ଜୋନରୁ କୌଣସି କରୋନା ଆକ୍ରାନ୍ତ ଚିହ୍ନଟ ହୋଇନଥିବା ସେ କହିଛନ୍ତି।

କରୋନା ସଂକ୍ରମଣକୁ ଦୂରେଇ ରଖିବା ପାଇଁ ସରକାରଙ୍କ ଏସଓପି ପାଳନ କରିବାକୁ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି ୟାସିନ୍। ତେବେ ରବିବାର ମାଲେସିଆରୁ ୬୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ମାଲେସିଆରେ ଆକ୍ରାନ୍ତଙ୍କ ସଂଖ୍ୟା ୬,୬୫୬ ଛୁଇଁଥିବା ବେଳେ ୧୦୮ ଜଣଙ୍କର ମୃତ୍ୟୁ ଘଟିଛି।

Related story