ମମତାଙ୍କ ବିଫଳତା ବିଜେପିକୁ ଆଗକୁ ବଢ଼ାଉଛି: ଅଧୀର

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋଙ୍କ ବିଫଳତା ପାଇଁ ପଶ୍ଚିମବଙ୍ଗରେ ବିଜେପି ଦିନକୁ ଦିନ ଅଧିକ ଶକ୍ତିଶାଳୀ ହେଉଛି। ମମତାଙ୍କ ଦୃଢ଼ ସମାଲୋଚକ ପଶ୍ଚିମବଙ୍ଗ ବିଜେପି ବରହମପୁର ସାଂସଦ ତଥା ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଏହା କହିଛନ୍ତି। ଗତକାଲି ପଶ୍ଚିମବଙ୍ଗ ବିଧାନସଭାରେ ରାଜ୍ୟପାଳ ତାଙ୍କ ଅଭିଭାଷଣ ରଖିଥିଲେ। ଏହାପରେ ମମତା ବାନାର୍ଜୀ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ପ୍ରତିକ୍ରିୟା ରଖି କହିଥିଲେ ଦୀର୍ଘ ୫ ବର୍ଷ ହେଲା ବିଜେପି ପଶ୍ଚିମବଙ୍ଗରେ […]

ADHIR VS MAMATA

Subhransu Sekhar
  • Published: Thursday, 27 June 2019
  • , Updated: 27 June 2019, 06:33 PM IST

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋଙ୍କ ବିଫଳତା ପାଇଁ ପଶ୍ଚିମବଙ୍ଗରେ ବିଜେପି ଦିନକୁ ଦିନ ଅଧିକ ଶକ୍ତିଶାଳୀ ହେଉଛି। ମମତାଙ୍କ ଦୃଢ଼ ସମାଲୋଚକ ପଶ୍ଚିମବଙ୍ଗ ବିଜେପି ବରହମପୁର ସାଂସଦ ତଥା ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଏହା କହିଛନ୍ତି।

ଗତକାଲି ପଶ୍ଚିମବଙ୍ଗ ବିଧାନସଭାରେ ରାଜ୍ୟପାଳ ତାଙ୍କ ଅଭିଭାଷଣ ରଖିଥିଲେ। ଏହାପରେ ମମତା ବାନାର୍ଜୀ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ପ୍ରତିକ୍ରିୟା ରଖି କହିଥିଲେ ଦୀର୍ଘ ୫ ବର୍ଷ ହେଲା ବିଜେପି ପଶ୍ଚିମବଙ୍ଗରେ ସମାନ୍ତରାଳ ଭାବରେ ଏକ ସରକାର ଚଳାଉଛି। ହେଲେ ରାଜ୍ୟ ସରକାର ଏହି ହିଟଲରୀ ଶାସନ ବିରୋଧରେ ଲଢ଼ୁଛନ୍ତି। ତେଣୁ ରାଜ୍ୟରେ ବିଭିନ୍ନ ପ୍ରସଙ୍ଗରେ ଟିଏମସିକୁ ସମର୍ଥନ କରିବା ପାଇଁ ସିପିଏମ୍ ଏବଂ କଂଗ୍ରେସକୁ ମମତା ଆହ୍ୱାନ କରିଥିଲେ। ଆଜି ଏହାର ଜବାବ ଦେଇ ମମତାଙ୍କ ବିଷୟରେ ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି ବରହମପୁର ସାଂସଦ ଶ୍ରୀ ଚୌଧୁରୀ।

କଂଗ୍ରେସ ଓ ସିପିଏମର ରାଜନୀତିକ ବିଚାରଧାରା ଅଲଗା ଅଲଗା ହୋଇପାରେ। କିନ୍ତୁ ଦେଶର ସ୍ୱାର୍ଥ ଏବଂ ସାଧାରଣ ପ୍ରସଙ୍ଗରେ ସେମାନେ ଏକ୍ ହେବା ଦରକାର ବୋଲି ମମତା କହିଥିଲେ।

ଗତ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗର ୪୨ଟି ଆସନରୁ ବିଜେପି ୧୮ଟି ଆସନ ଜିତିଥିବାବେଳେ ତୃଣମୂଳ ୨୨ଟି ଏବଂ କଂଗ୍ରେସ ୨ଟି ଆସରେ ବିଜୟୀ ହୋଇଛି। ଯଦି ୨୦୧୪ ଲୋକସଭା ନିର୍ବାଚନ ଫଳାଫଳକୁ ଦେଖିବା ତାହେଲେ ବିଜେପି ୨ଟି ଆସନରୁ ଆଗକୁ ଯାଇ ୧୮ଟି ଆସନରେ ପହଞ୍ଚିଥିବା ବେଳେ ଟିଏମସି ୧୧ଟି ଆସନ ହରାଇ ୨୨ଟି ଆସନରେ ସୀମିତ ରହିଛି।

Related story