ରାଜ୍ୟପାଳ ଧନଖରଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଚାଲିଥିବା ବାକଯୁଦ୍ଧ କାହାକୁ ଅଛପା ନୁହେଁ। ରାଜ୍ୟର ପ୍ରମୁଖ ସାମ୍ୱିଧାନିକ ପଦବୀରେ ଥିବା ଏହି ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ବାକଯୁଦ୍ଧ ତେଜିଥିବା ବେଳେ ଆଜି ହଠାତ୍ ରାଜଭବନରେ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଘଣ୍ଟାଏ ଧରି ଦୁଇ ଜଣଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିବା ସୂଚନା ରହିଛି। ଏହି ଭେଟଘାଟ ବହୁତ ସନ୍ତୋଷଜନକ ଥିଲା ବୋଲି ରାଜ୍ୟପାଳଙ୍କ ତରଫରୁ ଟୁଇଟ୍ […]

mamata dhankher

mamata dhankher

Subhransu Sekhar
  • Published: Monday, 17 February 2020
  • Updated: 17 February 2020, 10:37 PM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଚାଲିଥିବା ବାକଯୁଦ୍ଧ କାହାକୁ ଅଛପା ନୁହେଁ। ରାଜ୍ୟର ପ୍ରମୁଖ ସାମ୍ୱିଧାନିକ ପଦବୀରେ ଥିବା ଏହି ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ବାକଯୁଦ୍ଧ ତେଜିଥିବା ବେଳେ ଆଜି ହଠାତ୍ ରାଜଭବନରେ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଘଣ୍ଟାଏ ଧରି ଦୁଇ ଜଣଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିବା ସୂଚନା ରହିଛି। ଏହି ଭେଟଘାଟ ବହୁତ ସନ୍ତୋଷଜନକ ଥିଲା ବୋଲି ରାଜ୍ୟପାଳଙ୍କ ତରଫରୁ ଟୁଇଟ୍ କରି କୁହାଯାଇଛି।

https://twitter.com/jdhankhar1/status/1229312853884014593

ହେଲେ ମମତା ବାନାର୍ଜୀଙ୍କ ତରଫରୁ ଏ ନେଇ କୌଣସି ସୂଚନା ଦିଆଯାଇନାହିଁ। ଗତବର୍ଷ ଜୁଲାଇରେ ଧନଖର ରାଜ୍ୟପାଳ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହାପରେ ଏହି ଉଭୟ ମମତା ଏବଂ ଧନଖରଙ୍କ ମଧ୍ୟରେ ଭେଟଘାଟ ହୋଇଥିଲା। ହେଲେ ଏହାପରେ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଚାଲିଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos