ଅମ୍ଫାନ ତାଣ୍ଡବ, ସରକାର ବିରୋଧରେ ରାସ୍ତାକୁ ଓହ୍ଲାଇଲେ ଲୋକେ

କୋଲକାତା: ବାତ୍ୟା ଅମ୍ଫାନ୍ ପାଇଁ ପଶ୍ଚିମବଙ୍ଗର ଅନେକ ଜିଲ୍ଲାରେ ଏବେ ଟେଲିଫୋନ୍, ବିଦ୍ୟୁତ୍ ଆଦି ସେବା ବ୍ୟାହାତ ହୋଇଛି। ପୁନରୁଦ୍ଧାର ପାଇଁ ସରକାର ସମସ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ହେଲେ ଏହାରି ଭିତରେ ପଶ୍ଚିମବଙ୍ଗର ପ୍ରଭାବିତ ଲୋକମାନେ ରାଜ୍ୟ ସରକାର ବିରୋଧରେ ପ୍ରଦର୍ଶନ କରିବାକୁ ଆସିଥିବା ଜଣାପଡ଼ିଛି। ଶନିବାର ୫ ହଜାରରୁ ଅଧିକ ଲୋକ ରାସ୍ତାକୁ ଓହ୍ଲାଇଥିବା ଜଣାପଡ଼ିଛି। ଅତ୍ୟାବଶ୍ୟକ ସେବାଗୁଡିକୁ ତୁରନ୍ତ ଆରମ୍ଭ କରିବାକୁ ଲୋକମାନେ ରାସ୍ତାକୁ ଓହ୍ଲାଇଥିବା ଜଣାପଡ଼ିଛି। ଏମିତିକି ବାରାକପୁର-ସୋଡେପୁର ବାଇପାସରେ ପୁଲିସ […]

mamata-banerjee

Subhransu Sekhar
  • Published: Sunday, 24 May 2020
  • , Updated: 24 May 2020, 06:36 PM IST

କୋଲକାତା: ବାତ୍ୟା ଅମ୍ଫାନ୍ ପାଇଁ ପଶ୍ଚିମବଙ୍ଗର ଅନେକ ଜିଲ୍ଲାରେ ଏବେ ଟେଲିଫୋନ୍, ବିଦ୍ୟୁତ୍ ଆଦି ସେବା ବ୍ୟାହାତ ହୋଇଛି। ପୁନରୁଦ୍ଧାର ପାଇଁ ସରକାର ସମସ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ହେଲେ ଏହାରି ଭିତରେ ପଶ୍ଚିମବଙ୍ଗର ପ୍ରଭାବିତ ଲୋକମାନେ ରାଜ୍ୟ ସରକାର ବିରୋଧରେ ପ୍ରଦର୍ଶନ କରିବାକୁ ଆସିଥିବା ଜଣାପଡ଼ିଛି। ଶନିବାର ୫ ହଜାରରୁ ଅଧିକ ଲୋକ ରାସ୍ତାକୁ ଓହ୍ଲାଇଥିବା ଜଣାପଡ଼ିଛି। ଅତ୍ୟାବଶ୍ୟକ ସେବାଗୁଡିକୁ ତୁରନ୍ତ ଆରମ୍ଭ କରିବାକୁ ଲୋକମାନେ ରାସ୍ତାକୁ ଓହ୍ଲାଇଥିବା ଜଣାପଡ଼ିଛି। ଏମିତିକି ବାରାକପୁର-ସୋଡେପୁର ବାଇପାସରେ ପୁଲିସ ଏବଂ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଥିଲେ। ଏମିତିକି ଶନିବାର ଲୋକମାନେ ରାସ୍ତା ଅବରୋଧ କରିଥିଲେ।

ଏହାକୁ ନେଇ ଜବାବରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ, "ପଶ୍ଚିମବଙ୍ଗରେ ଦିନ ରାତି ଏକ କରି ଉଦ୍ଧାରକାରୀ ଟିମ୍ ପୁନରୁଦ୍ଧାର ପ୍ରକ୍ରିୟାରେ ନିୟୋଜିତ ରହିଛନ୍ତି। ମୁଁ ଏଥିପାଇଁ କ୍ଷମା ମାଗିପାରେ ନହେଲେ ଆପଣ ମୋ ମୁଣ୍ଡ କାଟି ପାରିବେ"।

ପୁନରୁଦ୍ଧାର ପ୍ରକ୍ରିୟାରେ ମମତାଙ୍କ ଅନୁରୋଧ ପରେ ମୋଟ୍ ୫ଟି କୁଲମନ ସେନା ବାହାନୀକୁ ପଶ୍ଚିମବଙ୍ଗ କେନ୍ଦ୍ର ନିୟୋଜିତ କରିଛି। ଗୋଟିଏ କୁଲମରେ ରହିଛନ୍ତି ୩୫ ଯବାନ। ମୋଟ୍ ୧୮୦ ଜଣ ଯବାନ ଏବେ ପଶ୍ଚିମବଙ୍ଗର ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଥିବା ଜଣାପଡ଼ିଛି।

ଏହାବାଦ କେନ୍ଦ୍ର ଆଉ ୧୦ଟି ଏନଡିଆରଏଫ ଟିମକୁ ପଶ୍ଚିମବଙ୍ଗ ପଠାଇଥିବା ଜଣାପଡ଼ିଛି। ମୋଟ୍ ୩୬ଟି ଏନଡିଆରଏଫ୍ ଟିମ୍ ପଶ୍ଚିମବଙ୍ଗରେ ନିୟୋଜିତ ଥିବା ଜଣାପଡ଼ିଛି।

ମହାବାତ୍ୟା ଅମ୍ଫାନରେ ୮୬ ଜଣଙ୍କର ଏଯାବତ ମୃତ୍ୟୁ ଘଟିଥିବାବେଳେ ମୋଟ୍ ୧୪ଟି ଜିଲ୍ଲା ପ୍ରଭାବିତ ହୋଇଛି।

Related story