ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଦେଖି ତାଜୁବ ହେଲେ ମମତା

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନଫରେନସ ଦଳର ଅଧ୍ୟକ୍ଷ ଉମର ଅବଦୁଲ୍ଲାଙ୍କ ଏକ ଫଟୋ ସାମ୍ନାକୁ ଆସିଛି। ଅଗଷ୍ଟ ଆରମ୍ଭରୁ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାର ଗୋଟିଏ ଦିନ ପୂର୍ବରୁ ସେ ଗୃହବନ୍ଦୀ ହୋଇ ରହିଛନ୍ତି। ଛଅ ମାସ ପରେ ଉମର ଅବଦୁଲ୍ଲାଙ୍କ ଫଟୋ ଭାଇରାଲ ହୋଇଛି। ଯେଉଁଥିରେ ସେ ନୀଳ ରଙ୍ଗର ଜାକେଟ ପିନ୍ଧିଥିବା ବେଳେ ତାଙ୍କର ଦାଢ଼ି ହୋଇଯାଇଥିବା ଦେଖିବାକୁ ମିଳିଛି। ଅବଦୁଲ୍ଲାଙ୍କୁ ଚିହ୍ନିଥିବା ଲୋକ ହଠାତ୍ […]

Omar-abdullah

Omar-abdullah

Subhransu Sekhar
  • Published: Sunday, 26 January 2020
  • Updated: 26 January 2020, 02:41 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନଫରେନସ ଦଳର ଅଧ୍ୟକ୍ଷ ଉମର ଅବଦୁଲ୍ଲାଙ୍କ ଏକ ଫଟୋ ସାମ୍ନାକୁ ଆସିଛି। ଅଗଷ୍ଟ ଆରମ୍ଭରୁ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାର ଗୋଟିଏ ଦିନ ପୂର୍ବରୁ ସେ ଗୃହବନ୍ଦୀ ହୋଇ ରହିଛନ୍ତି। ଛଅ ମାସ ପରେ ଉମର ଅବଦୁଲ୍ଲାଙ୍କ ଫଟୋ ଭାଇରାଲ ହୋଇଛି। ଯେଉଁଥିରେ ସେ ନୀଳ ରଙ୍ଗର ଜାକେଟ ପିନ୍ଧିଥିବା ବେଳେ ତାଙ୍କର ଦାଢ଼ି ହୋଇଯାଇଥିବା ଦେଖିବାକୁ ମିଳିଛି। ଅବଦୁଲ୍ଲାଙ୍କୁ ଚିହ୍ନିଥିବା ଲୋକ ହଠାତ୍ ଚିହ୍ନିପାରିବେ ନାହିଁ। ଆଉ ତାଙ୍କୁ ଜାଣିଥିବା ଲୋକେ ଏହି ଫଟୋ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିବା ସ୍ୱାଭାବିକ କଥା।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତଥା ତୃଣମୂଳ କଂଗ୍ରେସର ସଭାପତି ଉମର ଅବଦୁଲ୍ଲାଙ୍କ ଏହି ଫୋଟକୁ ଟୁଇଟ୍ କରି କହିଛନ୍ତି, ‘ଏହି ଫଟୋ ଦେଖି ଉମରଙ୍କୁ ଚିହ୍ନିପାରିନଥିଲି। ମୋତେ ଦୁଃଖ ଲାଗୁଛି। ଗଣତନ୍ତ୍ରର ଦେଶରେ ଏଭଳି ଫଟୋ ଦେଖିବା ଦୁଃର୍ଭାଗ୍ୟ’।

https://twitter.com/MamataOfficial/status/1221040291383136256

ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ସରକାର ଆଇନ ଶୃଙ୍ଖଳା ବିଗିଡିପାରେ ଆଶଙ୍କା କରି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଓ ଉମର ଅବଦୁଲ୍ଲାଙ୍କ ସମେତ ଅନେକ ନେତାଙ୍କୁ ଗୃହବନ୍ଦୀ ଓ ପରେ ଗିରଫ କରି ରଖିଛନ୍ତି। ଏବେ ଅନେକ ନେତାଙ୍କୁ ସରକାର ମୁକ୍ତ କରିଥିବା ବେଳେ ଜମ୍ମୁ କଶ୍ମୀରର ଦୁଇ ପ୍ରମୁଥ ନେତା ମୁଫତି ଏବଂ ଅବଦୁଲ୍ଲାଙ୍କୁ ଅଟକ ରଖିଥିବା ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos