ମୋଦିଙ୍କୁ ମମତାଙ୍କ ଚରମବାଣୀ: ପ୍ରମାଣ ଦିଅ, ନ ହେଲେ କାନ ଧରି ଶହେ ଥର ବସ୍‌ଉଠ୍‌ ହୁଅ

ବାଙ୍କୁରା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ତୁତୁମେଁମେଁ ଚଳିତ ନିର୍ବାଚନର ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି। ଏହି କ୍ରମରେ ମୋଦି ଅଭିଯୋଗ ଆଣି କହିଛନ୍ତି ଟିଏମ୍‌ସି ନେତା କୋଇଲା ମାଫିଆଙ୍କୁ ପ୍ରୋତ୍ସାହନ ଦେଇ ଟଙ୍କା କମାଉଛନ୍ତି ଏବଂ ଖଣି ଶ୍ରମିକଙ୍କୁ ସେମାନଙ୍କ ପ୍ରାପ୍ୟରୁ ବଞ୍ଚିତ କରାଉଛନ୍ତି। ଏହାର ଜବାବରେ ମମତା କହିଛନ୍ତି ଯଦି ମୋଦି ଏହା ପ୍ରମାଣ କରନ୍ତୁ, ଅନ୍ୟଥା ସେ ୧୦୦ ଥର ବସ୍‌ଉଠ୍‌ ହୁଅନ୍ତୁ। ମମତା ଏହି […]

modi-mamta

Subrat Kumar Nayak
  • Published: Thursday, 09 May 2019
  • , Updated: 09 May 2019, 09:06 PM IST

ବାଙ୍କୁରା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ତୁତୁମେଁମେଁ ଚଳିତ ନିର୍ବାଚନର ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି। ଏହି କ୍ରମରେ ମୋଦି ଅଭିଯୋଗ ଆଣି କହିଛନ୍ତି ଟିଏମ୍‌ସି ନେତା କୋଇଲା ମାଫିଆଙ୍କୁ ପ୍ରୋତ୍ସାହନ ଦେଇ ଟଙ୍କା କମାଉଛନ୍ତି ଏବଂ ଖଣି ଶ୍ରମିକଙ୍କୁ ସେମାନଙ୍କ ପ୍ରାପ୍ୟରୁ ବଞ୍ଚିତ କରାଉଛନ୍ତି। ଏହାର ଜବାବରେ ମମତା କହିଛନ୍ତି ଯଦି ମୋଦି ଏହା ପ୍ରମାଣ କରନ୍ତୁ, ଅନ୍ୟଥା ସେ ୧୦୦ ଥର ବସ୍‌ଉଠ୍‌ ହୁଅନ୍ତୁ।

ମମତା ଏହି ଅବସରରେ କହିଥିଲେ, "ମୋଦି କହିଛନ୍ତି ତୃଣମୂଳ କଂଗ୍ରେସ ପ୍ରାର୍ଥୀ କୋଇଲା ମାଫିଆ। ମୁଁ ତାଙ୍କୁ ଆହ୍ୱାନ କରୁଛି, ପ୍ରମାଣ କରନ୍ତୁ। ମୁଁ ମୋର ସମସ୍ତ ପ୍ରାର୍ଥୀଙ୍କୁ ପ୍ରତ୍ୟାହାର କରିନେବି। ଯଦି ତୁମେ ମିଛ କହୁଥିବ, ତୁମକୁ କାନ ଧରିବାକୁ ହେବ ଏବଂ ଶହେ ଥର ବସ୍‌ଉଠ୍‌ ହେବାକୁ ପଡ଼ିବ।"

ମମତା ଓଲଟା ଅଭିଯୋଗ ଆଣି କହିଛନ୍ତି କୋଇଲା କେନ୍ଦ୍ର ସରକାର ଅଧୀନରେ ଅଛି ଏବଂ ବିଜେପି ନେତା କୋଇଲା ଚୋରା ଚାଲାଣର ଏଜେଣ୍ଟ ସାଜିଛନ୍ତି। ସେ କହିଛନ୍ତି, ମୋ ପାଖରେ ଗୋଟିଏ ପେନ୍‌ଡ୍ରାଇଭ୍‌ ଅଛି, ଯଦି ଏହାକୁ ସାର୍ବଜନୀନ କରିବି କୋଇଲା ମାଫିଆ ଏବଂ ଗୋଚାଲାଣ ମାଫିଆଙ୍କ ତଥ୍ୟ ବାହାରକୁ ଆସିଯିବ।

ମୋଦି ପଶ୍ଚିମବଙ୍ଗରେ ବ୍ୟାପକ ପ୍ରଚାର କରିଥିବାବେଳେ ବିଜେପି ଏହି ରାଜ୍ୟରେ ନିଜର ଦବ୍‌ଦବା ବଢ଼ାଇପାରିଛି। ଗତ କିଛି ବର୍ଷ ମଧ୍ୟରେ ହିଁ ଏଠାରେ ବିଜେପିର ସ୍ଥିତି ମଜଭୁତ୍‌ ହୋଇଛି। ୨୦୧୪ ମସିହାରେ ଟିଏମ୍‌ସି ବୃହତ୍‌ ସଂଖ୍ୟାରେ ଆସନ ଜିତିଥିଲେ ହେଁ ଚଳିତ ଥର ଏଥିରେ ବ୍ରେକ୍‌ ଲାଗିବାର ସମ୍ଭାବନା ରହିଛି। ଦଳର ଗଡ଼ ରୂପେ ପରିଚିତ ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଜେପି ନିରାଶ ହେବାର ସମ୍ଭାବନା ରହିଥିବାରୁ ଦୁଇ ପୂର୍ବ ଭାରତୀୟ ରାଜ୍ୟ ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ଏହାର ଭରଣା କରିବାକୁ ଉଦ୍ୟମ ଚାଲିଛି।

Related story