ନେତାଜୀଙ୍କ ଜନ୍ମ ଦିନକୁ ଦେଶ ନାୟକ ଦିବସ ଘୋଷଣା କଲେ, ଜାତୀୟ ଛୁଟି ପାଇଁ କେନ୍ଦ୍ରକୁ ସୁପାରିସ

କୋଲକାତା: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନକୁ ‘ଦେଶ ନାୟକ’ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆସନ୍ତା ଜାନୁଆରୀ ୨୩ ତାରିଖରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ। ଏହି ଦିନ ୧୨.୧୫ରେ ଦେଶବାସୀଙ୍କୁ ଶଙ୍ଖ ବଜାଇବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି।  ଏଥିସହ ସେ କେନ୍ଦ୍ର ସରକାରଙ୍କୁ ସୁଭାଷ ବୋଷଙ୍କ ଜନ୍ମ ଦିନକୁ ଜାତୀୟ ଛୁଟି ଭାବେ ଘୋଷଣା କରିବାକୁ ଚିଠି ଲେଖି ସୁପାରିସ କରିଛନ୍ତି। ସେ […]

r

Hemant Lenka
  • Published: Monday, 04 January 2021
  • , Updated: 04 January 2021, 06:32 PM IST

କୋଲକାତା: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନକୁ ‘ଦେଶ ନାୟକ’ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆସନ୍ତା ଜାନୁଆରୀ ୨୩ ତାରିଖରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ। ଏହି ଦିନ ୧୨.୧୫ରେ ଦେଶବାସୀଙ୍କୁ ଶଙ୍ଖ ବଜାଇବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି।  ଏଥିସହ ସେ କେନ୍ଦ୍ର ସରକାରଙ୍କୁ ସୁଭାଷ ବୋଷଙ୍କ ଜନ୍ମ ଦିନକୁ ଜାତୀୟ ଛୁଟି ଭାବେ ଘୋଷଣା କରିବାକୁ ଚିଠି ଲେଖି ସୁପାରିସ କରିଛନ୍ତି।

ସେ କହିଛନ୍ତି, ସ୍ୱାଧୀନତା ପରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପାଇଁ ଆମେ କିଛି ବଡ଼ କାମ କରିନାହୁଁ ବୋଲି ମୁଁ ବ୍ୟକ୍ତିଗତ ଭାବେ ହୃଦବୋଧ କରୁଛି। ଏଥିପାଇଁ ମୁଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ନେତାଜୀଙ୍କ ଜାନୁଆରୀ ୨୩ ଜନ୍ମ ତିଥିକୁ ଜାତୀୟ ଛୁଟି ଭାବେ ଘୋଷଣା କରିବାକୁ ସୁପାରିସ କରିଛି।

ଏହି ଦାବିକୁ କେନ୍ଦ୍ର ସରକାର ଗ୍ରହଣ କରିବା ଉଚିତ। ପଶ୍ଚିମବଙ୍ଗରେ ନେତାଜୀଙ୍କ ଜନ୍ମ ଦିନକୁ ‘ଦେଶ ନାୟକ’ ଦିବସ ଭାବେ ପାଳନ କରାଯିବ। ଜାନୁଆରୀ ୨୩ ଦିନ ୧୨.୧୫ରେ ଶ୍ୟାମବଜାର ଠାରୁ କୋଲକାତାରେ ଥିବା ନେତାଜୀଙ୍କ ଷ୍ଟାଚ୍ୟୁ ଯାଏ ଶୋଭାଯାତ୍ରା ଯିବ। ଏହି ସମୟରେ ପୁଲିସ୍‌ ବ୍ୟାଣ୍ଡ ବାଜିବ। ଜାନୁଆରୀ ୨୬ରେ ନେତାଜୀଙ୍କ ଜୀବନକୁ ପ୍ରତିଫଳିତ କରୁଥିବା ଏକ ପ୍ରଜ୍ଞାପନ ମେଢ଼ ମଧ୍ୟ ପ୍ରଦର୍ଶିତ କରାଯିବ। ଏହାବାଦ୍‌ କେନ୍ଦ୍ର ସରକାର ନେତାଜୀଙ୍କ ସମ୍ପର୍କିତ ସମସ୍ତ ଫାଇଲକୁ ସାର୍ବଜନୀନ କରିବାକୁ ମଧ୍ୟ ମମତା ଦାବି କରିଛନ୍ତି।

Related story