ଏଥର ବିଜେପି ଛାଡ଼ ଆନ୍ଦୋଳନ କରିବେ ମମତା

କୋଲକତା: ଆସନ୍ତା ୯ ଅଗଷ୍ଟରେ ଭାରତ ଛାଡ଼ ଜୟନ୍ତୀକୁ ଏକ ଭିନ୍ନ ଧରଣରେ ପାଳିବେ  ପଶ୍ଚିମବଙ୍ଗର ମମତା ସରକାର। ଏହି ଅବସରରରେ ସେ ଭାଜପା ଭାରତ ଛାଡ଼ ଆନ୍ଦୋଳନ କରିବେ ବୋଲି ଘୋଷଣା କରିଛନ୍ତି। ଏହି  ଆନ୍ଦୋଳନ ତିନି ସପ୍ତାହ ଧରି ଚାଲିବ ବୋଲି ସେ କହିଛନ୍ତି । ସୂଚନା ଅନୁଯାୟୀ ୨୧ ଜୁଲାଇ ୧୯୯୩ରେ ପୋଲିସ ଗୁଳିରେ ୧୩ ଜଣ ଯୁବକ ପ୍ରାଣ ହରାଇଥିଲେ। ଏମାନଙ୍କ ସ୍ମୁତି ଉଦ୍ଦେଶ୍ୟରେ  ତୃଣମୂଳ କଂଗ୍ରେସ ପକ୍ଷରୁ ସହିଦ ଦିବସ […]

mamata

Rakesh Mallick
  • Published: Saturday, 22 July 2017
  • , Updated: 22 July 2017, 04:38 PM IST

କୋଲକତା: ଆସନ୍ତା ୯ ଅଗଷ୍ଟରେ ଭାରତ ଛାଡ଼ ଜୟନ୍ତୀକୁ ଏକ ଭିନ୍ନ ଧରଣରେ ପାଳିବେ  ପଶ୍ଚିମବଙ୍ଗର ମମତା ସରକାର। ଏହି ଅବସରରରେ ସେ ଭାଜପା ଭାରତ ଛାଡ଼ ଆନ୍ଦୋଳନ କରିବେ ବୋଲି ଘୋଷଣା କରିଛନ୍ତି। ଏହି  ଆନ୍ଦୋଳନ ତିନି ସପ୍ତାହ ଧରି ଚାଲିବ ବୋଲି ସେ କହିଛନ୍ତି । ସୂଚନା ଅନୁଯାୟୀ ୨୧ ଜୁଲାଇ ୧୯୯୩ରେ ପୋଲିସ ଗୁଳିରେ ୧୩ ଜଣ ଯୁବକ ପ୍ରାଣ ହରାଇଥିଲେ। ଏମାନଙ୍କ ସ୍ମୁତି ଉଦ୍ଦେଶ୍ୟରେ  ତୃଣମୂଳ କଂଗ୍ରେସ ପକ୍ଷରୁ ସହିଦ ଦିବସ ପାଳନ ହୋଇ ଆସୁଛି।

ଏହି ଅବସରରେ ମମତା ଭାଜପା ସରକାରଙ୍କ ବିରୋଧରେ ବର୍ଷି ଥିଲେ। କହିଥିଲେ ରାଜ୍ୟ ସରକାରଙ୍କ କାମରେ କେନ୍ଦ୍ର ସରକାର ବାଧା ସୃଷ୍ଟି କରୁଛନ୍ତି। ସେ  କହିଛନ୍ତି ଭାଜପା ସରକାରଙ୍କ ବିରୋଧରେ ୧୮ଟି ବିରୋଧୀ ଦଳ ଏକାଠି ହେଲେଣି। ୨୦୧୯ରୁ ଭାଜପା କେନ୍ଦ୍ରରୁ ହଟିବ ବୋଲି ସେ ଚେତବନୀ ଦେଇଛନ୍ତି। ସେହିପରି ତ୍ରୁଟପୂର୍ଣ୍ଣ ନୀତି ଯୋଗୁ ପଡ଼ୋଶୀ ଦେଶ ସହ ଭାରତ ମଧ୍ୟରେ ମନାନ୍ତର ହେଉଛି  ବୋଲି ସେ କହିଛନ୍ତି।

Related story