ଅମ୍ଫାନରେ ଗଲାଣି ୭୨ ଜୀବନ, କ୍ଷତିପୂରଣ ଘୋଷଣା

କୋଲକାତା: ମହାବାତ୍ୟା ଅମ୍ଫାନରେ ଏଯାବତ ୭୨ ଜଣଙ୍କର ମୃତ୍ୟୁ ଘଟିଛି। ବାତ୍ୟାର ପ୍ରକୋପରେ ବଦଳି ଯାଇଛି ପଶ୍ଚିମବଙ୍ଗର ଚିତ୍ର। ଏଭଳି ଭୟାନକ ତାଣ୍ଡବ ପୂର୍ବରୁ କେବେ ଦେଖିନଥିଲେ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହି ବାତ୍ୟାରେ ହଜାର ହଜାର ଘର ଭାଙ୍ଗିଯାଇଥିବାବେଳେ ରାଜ୍ୟ ସରକାର ୬ ଲକ୍ଷ ଲୋକଙ୍କୁ ବାତ୍ୟା ପୂର୍ବରୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି ବୋଲି ସେ କହିଛନ୍ତି। ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥିତି ଦେଖିବା ଦରକାର ବୋଲି ସେ […]

mamta

Subhransu Sekhar
  • Published: Thursday, 21 May 2020
  • , Updated: 21 May 2020, 05:53 PM IST

କୋଲକାତା: ମହାବାତ୍ୟା ଅମ୍ଫାନରେ ଏଯାବତ ୭୨ ଜଣଙ୍କର ମୃତ୍ୟୁ ଘଟିଛି। ବାତ୍ୟାର ପ୍ରକୋପରେ ବଦଳି ଯାଇଛି ପଶ୍ଚିମବଙ୍ଗର ଚିତ୍ର। ଏଭଳି ଭୟାନକ ତାଣ୍ଡବ ପୂର୍ବରୁ କେବେ ଦେଖିନଥିଲେ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହି ବାତ୍ୟାରେ ହଜାର ହଜାର ଘର ଭାଙ୍ଗିଯାଇଥିବାବେଳେ ରାଜ୍ୟ ସରକାର ୬ ଲକ୍ଷ ଲୋକଙ୍କୁ ବାତ୍ୟା ପୂର୍ବରୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି ବୋଲି ସେ କହିଛନ୍ତି। ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥିତି ଦେଖିବା ଦରକାର ବୋଲି ସେ କହିଛନ୍ତି।

ମମତା ବାନାର୍ଜୀ ଆଜି ଅମ୍ଫାନକୁ ନେଇ ସାମ୍ୱାଦିକ ସମ୍ମିଳନୀ କରି ମୋଦିଙ୍କୁ ପଶ୍ଚିମବଙ୍ଗ ଆସି ଦେଖିଯିବା ଦରକାର ବୋଲି ସେ ଆହ୍ୱାନ କରିଛନ୍ତି। ଏଥିସହ ମୃତକଙ୍କ ପରିବାରକୁ ୨.୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ମମତା।

ଅମ୍ଫାନ୍ ବାତ୍ୟାରେ ଓଡ଼ିଶାର ଉପକୂଳ ଜିଲ୍ଲା ଏବଂ ପଶ୍ଚିମବଙ୍ଗ ଅଧିକ କ୍ଷତିଗ୍ରସ୍ତ ହୋଇଛି। ପ୍ରଧାନମନ୍ତ୍ରୀ ଟୁଇଟ୍ କରି ଏ ନେଇ ଦୁଃଖପ୍ରକାଶ କରିଥିଲେ। ଦେଶ ଏବେ କଠିନ ପରିସ୍ଥିତି ଦେଇ ଗତି କରୁଥିବାବେଳେ ପଶ୍ଚିମବଙ୍ଗରେ ପୁଣି ଏକ ବିପତ୍ତି ଅଧିକ କଷ୍ଟ ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପଶ୍ଚିମବଙ୍ଗ ସହିତ କେନ୍ଦ୍ର ସରକାର ରହିଛନ୍ତି। ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ମୋଦି କହିଛନ୍ତି।

ଅନ୍ୟପଟେ ଶୁକ୍ରବାର ପ୍ରଧାନମନ୍ତ୍ରୀ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାକୁ ଆସିପାରନ୍ତି। ବିମାନବନ୍ଦରରେ ପୁଲିସ କର୍ମୀ ସୁରକ୍ଷା ବ୍ୟବସ୍ଥା ତଦାରଖ କରିବା ପରେ ମୋଦିଙ୍କ ଗସ୍ତକୁ ନେଇ ଏଭଳି ଆଶଙ୍କା ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀ ଓଡ଼ିଶା ସହିତ ପଶ୍ଚିମବଙ୍ଗ ଗସ୍ତ କରିପାରନ୍ତି ବୋଲି ଜଣାପଡ଼ିଛି।

Related story