ସପ୍ତାହକରେ ଆରୋଗ୍ୟ ହେବାରୁ ଧ୍ୟାନକୁ ଶ୍ରେୟ ଦେଲେ କରୋନା ଆକ୍ରାନ୍ତ

ଜୟପୁର: ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ସସ୍ଥ ହୋଇଥିବା ଜଣେ କରୋନା ଆକ୍ରାନ୍ତ ଶୀଘ୍ର ସୁସ୍ଥ ହେବା ପାଇଁ ଧ୍ୟାନର ଶ୍ରେୟ ଦେଇଛନ୍ତି। ସାଧାରଣତଃ କୋଭିଡ୍‌ ୧୯ରୁ ମୁକ୍ତ ହେବାପାଇଁ ଜଣେ ବ୍ୟକ୍ତିଙ୍କୁ ୩ ସପ୍ତାହ ଲାଗେ। ମହମ୍ମଦ ମୁବାରକ ଅଲି ନାମକ ଏହି ବ୍ୟକ୍ତି ଗତ ମାର୍ଚ୍ଚ ମାସରେ ଓମାନରୁ ଆସିଥିଲେ ଏବଂ ତାଙ୍କୁ ଜ୍ୱର ହୋଇଥିଲା। ତେଣୁ ମାର୍ଚ୍ଚ ଶେଷରେ ସେ ଜଣେ ଡାକ୍ତରଙ୍କୁ ଦେଖା କରିଥିଲେ ଯିଏ କି କରୋନା ଭାଇରସ୍ ସମ୍ପର୍କିତ […]

Dhyan

Subrat Kumar Nayak
  • Published: Saturday, 11 April 2020
  • , Updated: 11 April 2020, 06:51 PM IST

ଜୟପୁର: ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ସସ୍ଥ ହୋଇଥିବା ଜଣେ କରୋନା ଆକ୍ରାନ୍ତ ଶୀଘ୍ର ସୁସ୍ଥ ହେବା ପାଇଁ ଧ୍ୟାନର ଶ୍ରେୟ ଦେଇଛନ୍ତି। ସାଧାରଣତଃ କୋଭିଡ୍‌ ୧୯ରୁ ମୁକ୍ତ ହେବାପାଇଁ ଜଣେ ବ୍ୟକ୍ତିଙ୍କୁ ୩ ସପ୍ତାହ ଲାଗେ।

ମହମ୍ମଦ ମୁବାରକ ଅଲି ନାମକ ଏହି ବ୍ୟକ୍ତି ଗତ ମାର୍ଚ୍ଚ ମାସରେ ଓମାନରୁ ଆସିଥିଲେ ଏବଂ ତାଙ୍କୁ ଜ୍ୱର ହୋଇଥିଲା। ତେଣୁ ମାର୍ଚ୍ଚ ଶେଷରେ ସେ ଜଣେ ଡାକ୍ତରଙ୍କୁ ଦେଖା କରିଥିଲେ ଯିଏ କି କରୋନା ଭାଇରସ୍ ସମ୍ପର୍କିତ ପରୀକ୍ଷା କରାଇବାକୁ ପରାମର୍ଶ ଦେଇଥିଲେ। ରିପୋର୍ଟଟି ପଜିଟିଭ୍ ଆସିବା ପରେ ରାଜସ୍ଥାନ ଜୟପୁରର ଏସଏମଏସ ହସ୍ପିଟାଲର ଡାକ୍ତରମାନେ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ।

ଚିକିତ୍ସା ସମୟରେ ଡାକ୍ତର ଅରୁଣ ପ୍ରଧାନ ଅଲିଙ୍କୁ ଦିନକୁ ଦୁଇଥର ଧ୍ୟାନ କରିବାକୁ କହିଥିଲେ। ସେ ଅଲିଙ୍କୁ ଭିଡିଓ ମଧ୍ୟ ଦେଖାଇଥିଲେ ଯେଉଁଥିରେ ଧ୍ୟାନର ଏକ ବିଶେଷ କୌଶଳ ବର୍ଣ୍ଣନା କରାଯାଇଥିଲା। ଏହି ପରାମର୍ଶ ଗ୍ରହଣ କରି ଅଲି ଅଭ୍ୟାସ ଆରମ୍ଭ କରି ସୁଫଳ ପାଉଥିବା ଅନୁଭବ କଲେ। ଏହା ପରେ ସେ ଏକ ସପ୍ତାହ ମଧ୍ୟରେ ରୋଗରୁ ମୁକ୍ତି ପାଇଥିଲେ।

ଡାକ୍ତର ପ୍ରଧାନ କହିଛନ୍ତି ଯେ ସାଧାରଣତଃ ଜଣେ ରୋଗୀ କରୋନା ଭାଇରସରୁ ସୁସ୍ଥ ହେବା ପାଇଁ ତିନି ସପ୍ତାହ ଲାଗେ। ଡାକ୍ତର ଆହୁରି ମଧ୍ୟ କହିଛନ୍ତି, “ଆମେ କାମ କରିବା ସମୟରେ ବିଭିନ୍ନ ଲୋକଙ୍କ ସହିତ ସମ୍ପର୍କରେ ଆସୁ। ମୁଁ କାମରେ ଥରେ ଏମିତି ଜଣେ ଚଳଚ୍ଚିତ୍ର ନିର୍ମାତା ତଥା ନ୍ୟୁୟର୍କ ଚଳଚ୍ଚିତ୍ର ଏକାଡେମୀର ପୂର୍ବତନ ଛାତ୍ର ନମାନ ଗୋୟଲଙ୍କୁ ଭେଟିଥିଲି। ସେ ମୋତେ ଏହି କୌଶଳ କହିଥିଲେ।

ଯୋଗ ଏବଂ ଧ୍ୟାନ ଚଳଚ୍ଚିତ୍ରରେ ଗୋୟଲ ଭଲ କାମ କରିଛନ୍ତି। ସେ ୟୁଟ୍ୟୁବ୍ ମାଧ୍ୟମରେ ବିଭିନ୍ନ ଦେଶରେ ନିଜର ଭିଡିଓ ଦେଖାଉଥିଲେ। ଯେତେବେଳେ ଗୋୟାଲ ଅନ୍ୟ ଦେଶର ଲୋକଙ୍କଠାରୁ ଏକ ସକରାତ୍ମକ ପ୍ରତିକ୍ରିୟା ପାଇଥିଲେ, ସେତେବେଳେ ସେ ପ୍ରଧାନଙ୍କୁ ତାଙ୍କ ରୋଗୀଙ୍କୁ ଏହି କୌଶଳ ପରାମର୍ଶ ଦେବାକୁ ଅନୁରୋଧ କରିଥିଲେ।

ପ୍ରଧାନଙ୍କ ପରାମର୍ଶ ପରେ ଅଲି ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ କରୋନା ଭାଇରସରୁ ଉଦ୍ଧାର ହୋଇଥିଲେ। ମାର୍ଚ୍ଚ ୨୮ ତାରିଖରେ ସେ କରୋନା ଭାଇରସ୍ ପାଇଁ ପଜିଟିଭ୍ ପରୀକ୍ଷା କରିବା ପରେ ଏହି କୌଶଳ ଉପରେ କାମ କରିବା ଆରମ୍ଭ କରିଥିଲେ। ବର୍ତ୍ତମାନ ତାଙ୍କ ନମୁନା ନେଗେଟିଭ୍‌ ଆସିଛି।

Related story