୨୦୦୦ କିଲୋମିଟର ଚାଲି ଚାଲି ଆସିଲେ, ଘରେ ପହଞ୍ଚିବାର କିଛି ସମୟ ପରେ କାମୁଡ଼ି ଦେଲା ସାପ

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ବେଳେ ହଜାର ହଜାର ପ୍ରବାସୀଙ୍କ ଭଳି ୨୩ ବର୍ଷୀୟ ଯୁବକ ସଲ୍‌ମାନ୍‌ ଖାନ୍‌ ବି ଚାଲି ଚାଲି ନିଜ ଜନ୍ମମାଟିରେ ପହଞ୍ଚିଥିଲେ। ହେଲେ ୨୦୦୦ କିଲୋମିଟର ଅତିକ୍ରମ କରି ଘରେ ପହଞ୍ଚିବାର ମାତ୍ର କିଛି ସମୟ ପରେ ସର୍ପାଘାତରେ ତାଙ୍କ ଜୀବନ ଚାଲି ଯାଇଥିଲା। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲାର ଧାନେପୁର ଗାଁରେ। ପାଞ୍ଚ ଭାଇଭଉଣୀରେ ସବୁଠୁ ସାନ ସଲ୍‌ମାନ୍ କିଛି ରୋଜଗାର କରିବାର ଆଶା ନେଇ […]

dead

dead

Jitendra Garnayak
  • Published: Tuesday, 02 June 2020
  • Updated: 02 June 2020, 02:11 PM IST

Sports

Latest News

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ବେଳେ ହଜାର ହଜାର ପ୍ରବାସୀଙ୍କ ଭଳି ୨୩ ବର୍ଷୀୟ ଯୁବକ ସଲ୍‌ମାନ୍‌ ଖାନ୍‌ ବି ଚାଲି ଚାଲି ନିଜ ଜନ୍ମମାଟିରେ ପହଞ୍ଚିଥିଲେ। ହେଲେ ୨୦୦୦ କିଲୋମିଟର ଅତିକ୍ରମ କରି ଘରେ ପହଞ୍ଚିବାର ମାତ୍ର କିଛି ସମୟ ପରେ ସର୍ପାଘାତରେ ତାଙ୍କ ଜୀବନ ଚାଲି ଯାଇଥିଲା। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲାର ଧାନେପୁର ଗାଁରେ।

ପାଞ୍ଚ ଭାଇଭଉଣୀରେ ସବୁଠୁ ସାନ ସଲ୍‌ମାନ୍ କିଛି ରୋଜଗାର କରିବାର ଆଶା ନେଇ ଗତବର୍ଷ ଡିସେମ୍ବର ୨୯ ତାରିଖରେ ଉତ୍ତର ପ୍ରଦେଶରୁ ବେଙ୍ଗାଲୁରୁ ଚାଲି ଯାଇଥିଲେ। ସେ ସେଠାରେ ଏକ ନିର୍ମାଣାଧୀନ ସଂସ୍ଥାରେ କାମ କରୁଥିଲେ ଓ ନିୟମିତ ଭାବେ ଘରକୁ ଟଙ୍କା ପଠାଉଥିଲେ। ତେବେ ଲକ୍‌ଡାଉନ୍‌ ପରେ ସେଠାରେ ରହିବା ତାଙ୍କ ପାଇଁ ମୁସ୍କିଲ୍ ହୋଇଗଲା। କାରଣ ଠିକାଦାର ଆଉ ଦରମା ଦେଲା ନାହିଁ। ତେଣୁ ଗୋଣ୍ଡା ଅଞ୍ଚଳର ଆଉ ୧୦ ସାଥୀଙ୍କ ସହିତ ମେ’ ୧୨ ତାରିଖରେ ସେ ଚାଲି ଚାଲି ବେଙ୍ଗାଲୁରୁରୁ ଧାନେପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଅନେକ କଷ୍ଟ ସହିବା ପରେ ସେମାନେ ମେ’ ୨୧ ତାରିଖରେ ଲକ୍ଷ୍ନୌରେ ପହଞ୍ଚିଥିଲେ। ସେଠାରୁ ସେମାନଙ୍କୁ ଗୋଣ୍ଡା ଜିଲ୍ଲାର ଶ୍ରୀନଗର-ବାବଗାନୀରେ ହୋଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟାରକୁ ନିଆଯାଇଥିଲା। ସେଠାରେ କିଛି ଦିନ ରହିବା ପରେ ମେ’ ୨୬ ତାରିଖରେ ସନ୍ଧ୍ୟା ୫ଟାରେ ଘରେ ପହଞ୍ଚିଥିଲେ ସଲ୍‌ମାନ୍। ସେତେବେଳକୁ ସେ ପୂରା ଥକି ପଡ଼ିଥିଲେ। ତେବେ ଘରେ ପହଞ୍ଚି ପାରିଥିବାରୁ ଖୁସି ହୋଇଯାଇଥିଲେ। ତାଙ୍କୁ ଦେଖି ତାଙ୍କ ମା’ ଓ ପରିବାରର ଅନ୍ୟ ସଦସ୍ୟମାନେ ବି ଖୁସି ହୋଇ ଯାଇଥିଲେ। କିନ୍ତୁ ଏ ଖୁସି ଅଧିକ ସମୟ ରହିଲା ନାହିଁ।

ଘରେ ପହଞ୍ଚିବା ପରେ ସେ ପାଖରେ ଥିବା ଏକ ଆଖୁ ବଗିଚା ନିକଟକୁ ଶୌଚ ହେବାକୁ ଯାଇଥିଲେ। ଆଉ ସେଠାରେ ଏକ ସାପ ତାଙ୍କୁ କାମୁଡ଼ି ଦେଇଥିଲା। ତାଙ୍କର ସେଠାରେ ମୃତ୍ୟୁ ଘଟିଥିଲା। ପ୍ରାୟ ଘଣ୍ଟେ ପରେ ତାଙ୍କ ପରିବାର ଲୋକେ ତାଙ୍କୁ ପାଇଥିଲେ। ସେହି ରାତିରେ ତାଙ୍କର ଅନ୍ତିମସଂସ୍କାର କରାଯାଇଥିଲା। ସଲ୍‌ମାନଙ୍କ ଏମିତି ମୃତ୍ୟୁ ପରେ ତାଙ୍କ ମା’ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ତାଙ୍କୁ ସେହି ଦିନ ଠାରୁ ଡାକ୍ତରଖାନାରେ ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story