କୁଲର ଲଗାଇବେ ବୋଲି ଭେଣ୍ଟିଲେଟର ପ୍ଲକ କାଢ଼ିଦେଲେ, ଚାଲିଗଲା ରୋଗୀଙ୍କ ଜୀବନ

କୋଟା: ରାଜସ୍ଥାନର କୋଟାରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାର ଲୋକଙ୍କ ଭୁଲ ଯୋଗୁ ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କ ଅକାଳରେ ଜୀବନ ଚାଲିଯାଇଛି। ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବ୍ୟକ୍ତି ଜଣଙ୍କ ଭେଣ୍ଟିଲେଟରେ ଥିଲେ। ହେଲେ ପରିବାର ଲୋକ ଗରମରୁ ବର୍ତ୍ତିବା ପାଇଁ କୁଲର ଲଗାଇବା ବେଳେ ଭୁଲବଶତଃ ଭେଣ୍ଟିଲେଟର ପ୍ଲକକୁ କାଢ଼ି ଦେଇଥିଲେ। ଫଳରେ ବ୍ୟକ୍ତି ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ବ୍ୟକ୍ତି ଜଣଙ୍କ କରୋନାରେ ଆକ୍ରାନ୍ତ ଥିବା ସନ୍ଦେହ କରି ପରିବାର […]

da

Hemant Lenka
  • Published: Saturday, 20 June 2020
  • , Updated: 20 June 2020, 11:43 AM IST

କୋଟା: ରାଜସ୍ଥାନର କୋଟାରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାର ଲୋକଙ୍କ ଭୁଲ ଯୋଗୁ ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କ ଅକାଳରେ ଜୀବନ ଚାଲିଯାଇଛି। ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବ୍ୟକ୍ତି ଜଣଙ୍କ ଭେଣ୍ଟିଲେଟରେ ଥିଲେ। ହେଲେ ପରିବାର ଲୋକ ଗରମରୁ ବର୍ତ୍ତିବା ପାଇଁ କୁଲର ଲଗାଇବା ବେଳେ ଭୁଲବଶତଃ ଭେଣ୍ଟିଲେଟର ପ୍ଲକକୁ କାଢ଼ି ଦେଇଥିଲେ। ଫଳରେ ବ୍ୟକ୍ତି ଜଣଙ୍କର ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ବ୍ୟକ୍ତି ଜଣଙ୍କ କରୋନାରେ ଆକ୍ରାନ୍ତ ଥିବା ସନ୍ଦେହ କରି ପରିବାର ଲୋକ ତାଙ୍କୁ ଜୁନ୍‌ ୧୩ରେ ମହାରାଓ ବୀମ ସିଂହ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ତେବେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା।

ଜୁନ୍‌ ୧୫ରେ ତାଙ୍କୁ ଆଇସୋଲେସନ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ଆଇସୋଲେସନ ୱାର୍ଡରେ ପ୍ରବଳ ଗରମ ହେଉଥିବାରୁ ପରିବାର ଲୋକ ସେହିଦିନ ତାଙ୍କ ପାଇଁ ଗୋଟିଏ କୁଲର ଆଣିଥିଲେ। କୁଲର ସଂଯୋଗ କରିବାକୁ କୌଣସି ସକେଟ ନ ମିଳିବାରୁ ପରିବାର ଲୋକ ଭେଣ୍ଟିଲେଟର ଲାଗିଥିବା ପ୍ଲକକୁ କାଢ଼ି ଦେଇଥିଲେ।

ଏହି ସ୍ଥାନରେ ସେମାନେ କୁଲର ଲଗାଇ ଦେଇଥିଲେ। ଅଧ ଘଣ୍ଟା ପରେ ଭେଣ୍ଟିଲେଟର ଅକାମୀ ହୋଇଯାଇଥିଲା। ପରିବାର ଲୋକ ତୁରନ୍ତ ଡାକ୍ତର ଓ ମେଡିକାଲ ଷ୍ଟାଫଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ହସ୍ପିଟାଲ ପକ୍ଷରୁ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରାଯାଇଥିଲେ ହେଁ ବ୍ୟକ୍ତି ଜଣଙ୍କ ଆଖିବୁଜି ଦେଇଥିଲେ।

ଘଟଣାର ତଦନ୍ତ ପାଇଁ ୩ ଜଣିଆ ପ୍ୟାନେଲ ଗଠନ କରାଯାଇଛି। ଆଇସୋଲେସନ ୱାର୍ଡର ସମସ୍ତ ଅଧିକାରୀଙ୍କ ବୟାନ ରେକର୍ଡ କରାଯାଇଥିବା ବେଳେ ପରିବାର ଲୋକ କୌଣସି ବୟାନ ଦେଇନାହାନ୍ତି।

Related story