ହେଲମେଟ ନପିନ୍ଧି କାର ଚଳାଉଥିବାରୁ କଟିଲା ଜୋରିମାନା

ଲକ୍ଷ୍ନୌ: ବିନା ହେଲମେଟରେ କାର ଚଳାଉଥିବାରୁ ଜଣେ କାର ଚାଳକଙ୍କୁ ଜୋରିମାନା ଦେବାକୁ ପଡ଼ିଛି। ତାଙ୍କ ନାମରେ ୫୦୦ ଟଙ୍କାର ଜୋରିମାନା କଟାଯାଇଛି। ଉତ୍ତର ପ୍ରଦେଶ ହମିରପୁର ଜିଲ୍ଲା ପୁଲିସ ଏଭଳି ଜୋରିମାନା ଲଗାଇଛି। ହମିରପୁର ପୁଲିସ ଲଲପୁରା ଥାନାର ମାନନା ଗ୍ରାମବାସୀ ପ୍ରଶାନ୍ତ ତିଓ୍ୱାରୀଙ୍କ ପୁଅ ରାମ ଜୀବନ ତିଓ୍ୱାରୀ। ତାଙ୍କର ବୋଲେରୋ କାର(UP 92- N 4636) ୩୦ ନଭେମ୍ୱର ଅପରାହ୍ନ ୪ଟା ୨୧ ମିନିଟ ସମୟରେ ବିନା ହେଲମେଟ ପିନ୍ଧି ବୋଲେରୋ ଚଳାଉଥିବାରୁ […]

traffic

traffic

Subhransu Sekhar
  • Published: Monday, 17 February 2020
  • Updated: 17 February 2020, 09:12 PM IST

Sports

Latest News

ଲକ୍ଷ୍ନୌ: ବିନା ହେଲମେଟରେ କାର ଚଳାଉଥିବାରୁ ଜଣେ କାର ଚାଳକଙ୍କୁ ଜୋରିମାନା ଦେବାକୁ ପଡ଼ିଛି। ତାଙ୍କ ନାମରେ ୫୦୦ ଟଙ୍କାର ଜୋରିମାନା କଟାଯାଇଛି। ଉତ୍ତର ପ୍ରଦେଶ ହମିରପୁର ଜିଲ୍ଲା ପୁଲିସ ଏଭଳି ଜୋରିମାନା ଲଗାଇଛି।

ହମିରପୁର ପୁଲିସ ଲଲପୁରା ଥାନାର ମାନନା ଗ୍ରାମବାସୀ ପ୍ରଶାନ୍ତ ତିଓ୍ୱାରୀଙ୍କ ପୁଅ ରାମ ଜୀବନ ତିଓ୍ୱାରୀ। ତାଙ୍କର ବୋଲେରୋ କାର(UP 92- N 4636) ୩୦ ନଭେମ୍ୱର ଅପରାହ୍ନ ୪ଟା ୨୧ ମିନିଟ ସମୟରେ ବିନା ହେଲମେଟ ପିନ୍ଧି ବୋଲେରୋ ଚଳାଉଥିବାରୁ ଜୋରିମାନା କଟାଯାଇଛି ବୋଲି ଚାଲାଣରେ ଉଲ୍ଲେଖ ରହିଛି।

ସୋମବାର ଯେତେବେଳେ ପ୍ରଶାନ୍ତଙ୍କ ମୋବାଇଲକୁ ଇ-ଚାଲାଣ ଆସିଥିଲା ସେତେବେଳେ ଏହାର ପ୍ରିଣ୍ଟ କରିଥିଲେ। ଏହା ପୂର୍ବରୁ ହମିରପୁର ଆରଟିଓ ମଧ୍ୟ ଜଣେ ସ୍କୁଟି ଚାଳକ ସିଟ୍ ବେଲ୍ଟ ବାନ୍ଧିନଥିବାରୁ ଜୋରିମାନା କାଟିଥିଲା। ଏବେ ପୁଣି ଥରେ ଜିଲ୍ଲା ପୁଲିସର ବେପରୁଆ ଭାବ ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos