ଅକାଳ କୁଷ୍ମାଣ୍ଡ ସ୍ୱାମୀ: ଘର ଚଳେଇବାକୁ ସ୍ତ୍ରୀକୁ ବାଧ୍ୟ କରି ବିକୁଥିଲା ଡିମ୍ବାଣୁ

ଗାନ୍ଧିନଗର: ସ୍ୱାମୀ ସ୍ତ୍ରୀ ପବିତ୍ର ସଂପର୍କରେ କଳଙ୍କ ଲାଗିଛି। ଜଣେ ସ୍ତ୍ରୀ ନିଜ ‘ଡିମ୍ବାଣୁ’ ବିକ୍ରି ପାଇଁ ମନା କରିଦେବାରୁ, ସ୍ୱାମୀ ଜଣକ ଯେଉଁ କାମ କଲା ତାହା ସ୍ୱାମୀ-ସ୍ତ୍ରୀଙ୍କ ପବିତ୍ର ସମ୍ପର୍କକୁ ଲଜ୍ଜିତ କରିଦେଇଛି। ଗୁଜରାଟର ଅହମଦାବାଦରେ ଏଭଳି ଏକ ଅଶ୍ଚର୍ଯ୍ୟ କରିଦେଲା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା, ତାଙ୍କୁ ତାଙ୍କ ସ୍ୱାମୀ ‘ଡିମ୍ବାଣୁ’ ବିକ୍ରି କରିବାକୁ ବାଧ୍ୟ କରିଥିବା ଅଭିଯୋଗ ଆଣିଛନ୍ତି। ଶରୀର ଅସୁସ୍ଥ ଥିବାରୁ ମହିଳା ଜଣକ ‘ଡିମ୍ବାଣୁ’ […]

woman1

Ordigital Desk
  • Published: Thursday, 09 August 2018
  • , Updated: 09 August 2018, 07:12 AM IST

ଗାନ୍ଧିନଗର: ସ୍ୱାମୀ ସ୍ତ୍ରୀ ପବିତ୍ର ସଂପର୍କରେ କଳଙ୍କ ଲାଗିଛି। ଜଣେ ସ୍ତ୍ରୀ ନିଜ 'ଡିମ୍ବାଣୁ' ବିକ୍ରି ପାଇଁ ମନା କରିଦେବାରୁ, ସ୍ୱାମୀ ଜଣକ ଯେଉଁ କାମ କଲା ତାହା ସ୍ୱାମୀ-ସ୍ତ୍ରୀଙ୍କ ପବିତ୍ର ସମ୍ପର୍କକୁ ଲଜ୍ଜିତ କରିଦେଇଛି।

ଗୁଜରାଟର ଅହମଦାବାଦରେ ଏଭଳି ଏକ ଅଶ୍ଚର୍ଯ୍ୟ କରିଦେଲା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା, ତାଙ୍କୁ ତାଙ୍କ ସ୍ୱାମୀ 'ଡିମ୍ବାଣୁ' ବିକ୍ରି କରିବାକୁ ବାଧ୍ୟ କରିଥିବା ଅଭିଯୋଗ ଆଣିଛନ୍ତି। ଶରୀର ଅସୁସ୍ଥ ଥିବାରୁ ମହିଳା ଜଣକ 'ଡିମ୍ବାଣୁ' ଦେବାକୁ ମନା କରିଦେଲେ। ଏହାପରେ ତାଙ୍କ ସ୍ୱାମୀ ଜବରଦସ୍ତ ଏକ ତଲାକ୍‌ ପେପର୍‌ରେ ତାଙ୍କ ଦସ୍ତଖତ କରିନେଇଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି।

ପୂରା ଘଟଣାଟି ଏହିପରି...

ମହିଳା ଜଣକ ଓମାନ୍‌ର ନାଗରିକ ଥିଲେ। ୨୦୧୦ରେ ସେ ତାଙ୍କ ପରିବାର ସହିତ ଭାରତ ଚାଲିଆସି ଗୁଜରଟାର ଅହମଦାବାଦରେ ରହିଲେ। ମହିଳାଙ୍କ ପରିବାର ଲୋକେ ତାଙ୍କ ବାହାଘର ଅଫଜଲ୍‌ ଖାନ୍‌ ପଠାନ୍‌ ନାମକ ଜଣେ ବ୍ୟକ୍ତିଙ୍କ ସହିତ କରାଇଦେଲେ। ଅଫ୍‌ଜଲ୍‌ର କୌଣସି ରୋଜଗାର ନଥିବାରୁ ସେ ତାଙ୍କ ପତ୍ନୀଙ୍କୁ ବାରମ୍ବାର ବାପଘରୁ ପଇସା ଆଣିବାକୁ ବାଧ୍ୟ କରୁଥିଲେ।

ବାପା ମା' ବଞ୍ଚିଥିଲା ପର୍ଯ୍ୟନ୍ତ ମହିଳା ଜଣକ ବାପଘରୁ ପଇସା ଆଣି ଘର ଚଳାଉଥିଲେ। ତାଙ୍କ ଦେହାନ୍ତ ପରେ ଭାଇମାନଙ୍କଠାରୁ ପଇସା ଆଣିବାକୁ ଅଫ୍‌ଜଲ୍‌ ବାଧ୍ୟ କରିବାରୁ, ମହିଳା ଜଣକ ମନା କରିଦେଲେ। ଏହାପରେ ଅଫ୍‌ଜଲ୍‌ ମହିଳାଙ୍କୁ ବିଭିନ୍ନ ସହରକୁ ନେଇ ଜବରଦସ୍ତ ତାଙ୍କ 'ଡିମ୍ବାଣୁ' ବିକ୍ରି କରୁଥିଲେ।

କିନ୍ତୁ ତାଙ୍କ ଦେହ ଖରାପ ଥିବାରୁ ସେ 'ଡିମ୍ବାଣୁ' ଦେବାକୁ ମନା କରିବାରୁ ଅଫ୍‌ଜଲ୍‌ କ୍ରୋଧରେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି। ଖାଲି ସେତିକି ନୁହେଁ ଏକ ତଲାକ୍‌ ପେପର୍‌ରେ ତାଙ୍କର ଜବରଦସ୍ତ ଦସ୍ତଖତ ମଧ୍ୟ ନେଇ ଯାଇଥିବା ମହିଳା ଜଣକ ଅହମଦାବାଦର ସରଖେଜ୍‌ ପୁଲିସ୍‌ ଥାନାରେ ଅଭିଯୋଗ କରିଛନ୍ତି।

Related story