ପରିବାର ପାଇଁ ଭଉଣୀ ଓ ତାଙ୍କ ପ୍ରେମିକଙ୍କୁ ହତ୍ୟା, ଘଟଣାକୁ ଦେଖିଥିବା ଭାଇକୁ ବି ମାରିଦେଲା ବ୍ୟକ୍ତି

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ସମ୍ବଲରେ ଭୟଙ୍କର ଘଟଣା ଘଟିଛି। ବିନୀତ ନାମକ ଜଣେ ଚାଷୀ ନିଜ ପରିବାରର ସମ୍ମାନ ପାଇଁ ତାଙ୍କ ସାନ ଭଉଣୀ ଓ ତାଙ୍କ ପ୍ରେମିକଙ୍କୁ ହତ୍ୟା କରିଛନ୍ତି। ଏହାପରେ ବିନୀତ ହତ୍ୟାକାଣ୍ଡକୁ ଦେଖିଥିବା ତା’ର ଆଉ ଜଣେ ସାନଭାଇ କୁଲଦୀପଙ୍କୁ ବି ମାରି ଦେଇଛି। ବଣ୍ଟି ଓ ବିନୀତଙ୍କ ଭଉଣୀ ସୁଖିୟା ପରସ୍ପରକୁ ଭଲ ପାଉଥିଲେ। ବଣ୍ଟିର ବାହାଘର ଠିକ୍‌ ହୋଇଥିବା ବେଳେ ସେ ସୁଖିୟାଙ୍କୁ ସାଙ୍ଗରେ ଧରି ଫେରାର ହୋଇଯାଇଥିଲେ। ବଣ୍ଟି […]

df

Hemant Lenka
  • Published: Friday, 10 July 2020
  • , Updated: 10 July 2020, 03:13 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ସମ୍ବଲରେ ଭୟଙ୍କର ଘଟଣା ଘଟିଛି। ବିନୀତ ନାମକ ଜଣେ ଚାଷୀ ନିଜ ପରିବାରର ସମ୍ମାନ ପାଇଁ ତାଙ୍କ ସାନ ଭଉଣୀ ଓ ତାଙ୍କ ପ୍ରେମିକଙ୍କୁ ହତ୍ୟା କରିଛନ୍ତି। ଏହାପରେ ବିନୀତ ହତ୍ୟାକାଣ୍ଡକୁ ଦେଖିଥିବା ତା’ର ଆଉ ଜଣେ ସାନଭାଇ କୁଲଦୀପଙ୍କୁ ବି ମାରି ଦେଇଛି।

ବଣ୍ଟି ଓ ବିନୀତଙ୍କ ଭଉଣୀ ସୁଖିୟା ପରସ୍ପରକୁ ଭଲ ପାଉଥିଲେ। ବଣ୍ଟିର ବାହାଘର ଠିକ୍‌ ହୋଇଥିବା ବେଳେ ସେ ସୁଖିୟାଙ୍କୁ ସାଙ୍ଗରେ ଧରି ଫେରାର ହୋଇଯାଇଥିଲେ। ବଣ୍ଟି ଓ ସୁଖିୟା ପରସ୍ପରର ସମ୍ପର୍କୀୟ। ଏକଥା ଜାଣିବା ପରେ ବିନୀତ ନିଜ ପରିବାରର ସମ୍ମାନ ପାଇଁ ଉଭୟଙ୍କୁ ସବୁଦିନ ପାଇଁ ଶେଷ କରିବାକୁ ଶପଥ ନେଇଥିଲା। ଏଥିପାଇଁ ସେ ନିଜର ୪ ଜଣ ସାଙ୍ଗ ସହ ମିଶି ଉଭୟଙ୍କୁ ମାରିବାକୁ ଯୋଜନା କରିଥିଲେ।

ଜୁଲାଇ ୧ରେ ଗୋଟିଏ ପଡ଼ିଆରେ ବଣ୍ଟି ଓ ସୁଖିୟାଙ୍କୁ ପାଇ ବିନୀତ ଓ ତା’ର ସାଙ୍ଗମାନେ ଆକ୍ରମଣ କରିଥିଲେ। ଉଭୟଙ୍କୁ ହତ୍ୟା କରିବା ପରେ ସେମାନେ ଏହାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ଶବ ଦୁଇଟିକୁ ଗଛରେ ଟାଙ୍ଗି ଦେଇଥିଲେ।

ତେବେ ବିନୀତର ସାନଭାଇ କୁଲଦୀପ ପୂରା ଘଟଣାକୁ ଦେଖି ନେଇଥିଲେ। ତେଣୁ ବିନୀତ ୬ ଦିନ ପରେ କୁଲଦୀପଙ୍କୁ ବି ହତ୍ୟା କରିଥିଲେ। କୁଲଦୀପର ଶବକୁ ବି ବିନୀତ ସମାନ ଢଙ୍ଗରେ ଗଛରେ ଟାଙ୍ଗି ଦେଇଥିଲା। ତେଣୁ ପୁଲିସ୍‌ ଉଭୟ ଘଟଣାରେ ସନ୍ଦେହ ପ୍ରକାଶ କରି ତଦନ୍ତ ଆରମ୍ଭ କରିଥିଲା।

ତଦନ୍ତ ବେଳେ ପୁଲିସ୍‌ ବିନୀତକୁ ପଚରାଉଚରା କରିବାରୁ ସନ୍ଦେହ ବଢ଼ିଥିଲା। ଏହାପରେ ପୁଲିସ୍‌ ବିନୀତ ଠାରୁ ସବୁ ସତକଥା ବାହାର କରିଛି। ବିନୀତ ଓ ତା’ର ସହଯୋଗୀମାନଙ୍କୁ ଗିରଫ କରି ପୁଲିସ୍‌ ଅଧିକ ଖୋଳତାଡ଼ ଆରମ୍ଭ କରିଛି।

Related story