ମୁମ୍ୱାଇ : ସମାଜରେ ନାରୀ ନିର୍ଯାତନାର ମାତ୍ରା କେତେ ଯେ ବଢ଼ି ଚାଲିଛି , ତାର ଏକ ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ,ଯାହାକି ଏ ସଭ୍ୟ ସମାଜ ପାଇଁ ନିଶ୍ଚୟ ଚିନ୍ତାର ବିଷୟ । ନଭି ମୁମ୍ୱାଇର ଜୁହି କମୋଠେ ଗାଁରେ ଘଟିଛି ଏହି ନିଷ୍ଠୁର ଘଟଣା। ଯାହା ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଖାଇବାରେ ମଟନର ଛୋଟ ଖଣ୍ଡ ଖାଇବାକୁ ଦେଲେ ବୋଲି ସ୍ୱାମୀ କିରାସିନି ତେଲ ଢ଼ାଳି ସ୍ତ୍ରୀଙ୍କୁ ଜାଳି ଦେଇଛନ୍ତି। ଗୁରୁତର ଭାବେ ପୋଡ଼ି ହୋଇଯିବା ପରେ ମହିଳା ଜଣଙ୍କର ଗତ ୯ ଡିସେମ୍ୱରରେ ଡାକ୍ତରଖାନାରେ ମୃତ୍ୟୁ ହୋଇଛି।
ପୁଲିସ୍ର ସୂଚନା ମୁତାବକ , ମୃତ ମହିଳାଙ୍କ ନାଁ ମତୃକା ପଲ୍ଲବୀ ସରୋଡେ(୩୭)। ଅଭୁଯୁକ୍ତ ସ୍ୱାମୀଙ୍କ ନାଁ ମାରୁତି ସରୋଡେ( ୩୮)। ସେ ନାନ୍ଦେଡ୍ରେ ଶ୍ରମିକ କାମ କରୁଥିଲେ।
ବରିଷ୍ଠ ଇନ୍ସପେକ୍ଟର ବାବା ସାହେବ ଟୁପେଙ୍କ କହିବା ଅନୁସାରେ, ଏହି ଘଟଣା ୪ ଡିସେମ୍ୱର, ରାତିରେ ଘଟିଛି। ମତୃକା ସ୍ୱାମୀ ମାରୁତିଙ୍କୁ ଖାଇବାକୁ ଦେଉଥିଲେ। ସେ ଖାଇବାରେ କମ୍ ମଟନ୍ ପରଷିବାରୁ ସ୍ୱାମୀ ଏଥିରେ ବିରକ୍ତ ହୋଇଥିଲେ। କାହିଁକି କମ୍ ମଟନ୍ ଖାଇବାକୁ ଦେଲା ବୋଲି ନିଶାରେ ଚୁର୍ ଥିବା ସ୍ୱାମୀର ମୁଣ୍ଡରେ ସଇତାନ ବୁଦ୍ଧି ପଶିଗଲା। ସବୁ ସମ୍ପର୍କ ଭୁଲି ସେ ସ୍ତ୍ରୀ ଉପରେ କିରୋସିନି ତେଲ ପକାଇ ନିଆଁ ଲଗେଇ ଦେଲେ। ନିର୍ଦ୍ଦୋଶ ପତ୍ନୀ ନିଆଁରେ ଜଳିଗଲେ।
ପଡ଼ୋଶୀ ଉକ୍ତ ମହିଳାଙ୍କୁ ଉଦ୍ଧାର କରି ସ୍ଥାନୀୟ ନେରୁଲର ଡାକ୍ତର ୱାଇ ପାଟିଲ୍ ଡାକ୍ତରଖାନା ନେଇଗଲେ। ଏହା ପରଦିନ ଗୁରୁତର ଆହତ ଏହି ମହିଳାଙ୍କୁ ସାୟନର ଡାକ୍ତରଖାନାରେ ଭର୍ତ୍ତି କରାଗଲା। ୯ ଡିସେମ୍ୱରରେ ମହିଳା ଜଣକ ପୁଲିସ୍କୁ କହିଥିଲେ ଯେ ସ୍ୱାମୀ ରାଗିଯାଇ ତାଙ୍କ ଦେହରେ ନିଆଁ ଲଗେଇ ଦେଇଥିଲେ।