୭୧ଟି ମେଣ୍ଢା ବଦଳରେ ସ୍ତ୍ରୀକୁ ପ୍ରେମିକ ସହିତ ରହିବାକୁ ଦେଇ ଫସିଲେ ସ୍ୱାମୀ

ଗୋରଖପୁର: ଉତ୍ତରପ୍ରଦେଶରେ ଏକ ତ୍ରିକୋଣୀୟ ପ୍ରେମ କାହାଣୀ ଦେଖିବାକୁ ମିଳିଛି। ଯେଉଁ ଖବର ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହେବେ। ୭୧ଟି ମେଣ୍ଢା ବଦଳରେ ଜଣେ ସ୍ୱାମୀ ତା’ର ସ୍ତ୍ରୀକୁ ପ୍ରେମିକ ସହିତ ଯିବାକୁ ଅନୁମତି ଦେଇଛି। ବଡ଼ କଥା ହେଉଛି ମେଣ୍ଢା ବଦଳରେ ସ୍ତ୍ରୀକୁ ନେଇଯିବାର ଏହି ନିଷ୍ପତ୍ତିକୁ ପଞ୍ଚାୟତ ପକ୍ଷରୁ ମଞ୍ଜୁରୀ ମଧ୍ୟ ମିଳିଛି। ତଥାପି ସ୍ୱାମୀ ଜଣଙ୍କ ଏପରି କରିବା ପରେ ତାଙ୍କ ନାଁରେ ପୁଲିସ କେସ ହୋଇଛି। ତେବେ ଏହି ସ୍ୱାମୀ […]

sheep

Puspanjali Panda
  • Published: Monday, 19 August 2019
  • , Updated: 19 August 2019, 06:06 PM IST

ଗୋରଖପୁର: ଉତ୍ତରପ୍ରଦେଶରେ ଏକ ତ୍ରିକୋଣୀୟ ପ୍ରେମ କାହାଣୀ ଦେଖିବାକୁ ମିଳିଛି। ଯେଉଁ ଖବର ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହେବେ। ୭୧ଟି ମେଣ୍ଢା ବଦଳରେ ଜଣେ ସ୍ୱାମୀ ତା’ର ସ୍ତ୍ରୀକୁ ପ୍ରେମିକ ସହିତ ଯିବାକୁ ଅନୁମତି ଦେଇଛି। ବଡ଼ କଥା ହେଉଛି ମେଣ୍ଢା ବଦଳରେ ସ୍ତ୍ରୀକୁ ନେଇଯିବାର ଏହି ନିଷ୍ପତ୍ତିକୁ ପଞ୍ଚାୟତ ପକ୍ଷରୁ ମଞ୍ଜୁରୀ ମଧ୍ୟ ମିଳିଛି। ତଥାପି ସ୍ୱାମୀ ଜଣଙ୍କ ଏପରି କରିବା ପରେ ତାଙ୍କ ନାଁରେ ପୁଲିସ କେସ ହୋଇଛି।

ତେବେ ଏହି ସ୍ୱାମୀ ଓ ପ୍ରେମିକଙ୍କ ନାଁ ଯଥାକ୍ରମେ ରାଜେଶ ଓ ଉମେଶ। ଜୁଲାଇ ୨୨ ତାରିଖରେ ରାଜେଶଙ୍କ ସ୍ତ୍ରୀ ଉମେଶଙ୍କ ସହିତ ଘରୁ କେଉଁଆଡେ ଚାଲିଯିବା କଥା ଜଣାପଡ଼ିଥିଲା। ଘଟଣାଟି ଚର୍ଚ୍ଚା ହେବା ପରେ ମାମଲା ପଞ୍ଚାୟତର ବିଚାର ପାଇଁ ଯାଇଥିଲା। ପଞ୍ଚାୟତ ସମ୍ମୁଖରେ ରାଜେଶଙ୍କ ସ୍ତ୍ରୀ ଉମେଶଙ୍କ ସହିତ ରହିବାକୁ ଚାହୁଁଛନ୍ତି ବୋଲି ସ୍ୱୀକାର କରିଥିଲେ।

ଉଭୟ ପକ୍ଷ ଓ ଘଟଣାକୁ ଧ୍ୟାନରେ ରଖି ପଞ୍ଚାୟତ ପ୍ରେମୀଯୁଗଳଙ୍କୁ କୌଣସି ଦଣ୍ଡ ଦେଇ ନଥିଲେ। କିନ୍ତୁ ସ୍ୱାମୀ ରାଜେଶଙ୍କୁ ୭୧ଟି ମେଣ୍ଢା ଦେଇ ତାଙ୍କ ସ୍ତ୍ରୀକୁ ନେଇ ଯିବା ପାଇଁ ଉମେଶଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କିଛି ଦିନ ପରେ ଉମେଶର ବାପା ପଞ୍ଚାୟତର ନିଷ୍ପତ୍ତିକୁ ବିରୋଧ କରି ରାଜେଶ ତାଙ୍କର ମେଣ୍ଢା ଚୋରି କରିଛି ବୋଲି ପୁଲିସ ପାଖରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଆଧାର କରି ପୁଲିସ ରାଜେଶକୁ ଗିରଫ କରି ୭୧ଟି ମେଣ୍ଢାଙ୍କୁ ଜବତ କରିଛି। ଏପରିକି ରାଜେଶଙ୍କ ନାମରେ ଏକ ଚୋରି ମାମଲା ମଧ୍ୟ ରୁଜୁ ହୋଇଛି।

Related story