ଯୁକ୍ତ ଦୁଇ ଫେଲ୍ କିନ୍ତୁ ଆଇପିଏସ ଅଫିସରର ପରିଚୟ ଦେଉଥିଲେ

ଜୟପୁର: ପୂର୍ବରୁ ବିଭିନ୍ନ ସାମଗ୍ରୀରେ ନକଲି ପ୍ରତି ସାବଧାନ ଲେଖା ହେଉଥିଲା ଏବଂ ଯିଏ ବି ନକଲି ସାମଗ୍ରୀ ବିକ୍ରି କରୁଥିଲା ତାକୁ ପୁଲିସ ଚଢ଼ଉ କରି ଗିରଫ କରୁଥିଲା। ଏବେ କିନ୍ତୁ ନକଲି ଆଇପିଏସ ଅଫିସର ସାଜି ସୋଶାଲ ମିଡିଆରେ ବାହା ବା ସାଉଁଟିଛନ୍ତି ରାଜସ୍ଥାନ ଜୟପୁରର ଅଭୟ ମୀନା। ୨୦ ବର୍ଷୀୟ ଅଭୟ ମୀନାର ଚେହେରାକୁ ଦେଖିଲେ ସେ ଜଣେ ସ୍ମାର୍ଟ ଆଇପିଏସ ଅଫିସର ଭଳି ଲାଗିବ। ସେ ସୋଶାଲ ମିଡିଆରେ ନକଲି ପରିଚୟ […]

FAKE IPS

Subhransu Sekhar
  • Published: Monday, 03 June 2019
  • , Updated: 03 June 2019, 02:47 PM IST

ଜୟପୁର: ପୂର୍ବରୁ ବିଭିନ୍ନ ସାମଗ୍ରୀରେ ନକଲି ପ୍ରତି ସାବଧାନ ଲେଖା ହେଉଥିଲା ଏବଂ ଯିଏ ବି ନକଲି ସାମଗ୍ରୀ ବିକ୍ରି କରୁଥିଲା ତାକୁ ପୁଲିସ ଚଢ଼ଉ କରି ଗିରଫ କରୁଥିଲା। ଏବେ କିନ୍ତୁ ନକଲି ଆଇପିଏସ ଅଫିସର ସାଜି ସୋଶାଲ ମିଡିଆରେ ବାହା ବା ସାଉଁଟିଛନ୍ତି ରାଜସ୍ଥାନ ଜୟପୁରର ଅଭୟ ମୀନା।

୨୦ ବର୍ଷୀୟ ଅଭୟ ମୀନାର ଚେହେରାକୁ ଦେଖିଲେ ସେ ଜଣେ ସ୍ମାର୍ଟ ଆଇପିଏସ ଅଫିସର ଭଳି ଲାଗିବ। ସେ ସୋଶାଲ ମିଡିଆରେ ନକଲି ପରିଚୟ ଦେଇ ଲୋକଙ୍କ ପାଇଁ ମୋଟିଭେସନାଲ ସ୍ପିକର ପାଲଟିଥିଲେ ଏବଂ ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ କିଭଳି ପାସ କରିହେବ ସେ ବାବଦରେ ଟିପ୍ସ ଦେଉଥିଲେ ବୋଲି ଜଣାପଡ଼ିଛି।

ଜଣେ ବ୍ୟକ୍ତି ଅଭୟଙ୍କ ପରିଚୟ ପତ୍ର ଦେଖିବା ପରେ ସନ୍ଦେହ ପ୍ରକାଶ କରି ପୁଲିସକୁ ସୂଚନା ଦେଇଥିଲେ। ଏହାପରେ ସ୍ପେଶାଲ ଅପରେସନ ଗ୍ରୁପ ଜୟପୁରର ଜଗତପୁର ଅଞ୍ଚଳର ଏକ ଆପାର୍ଟମେଣ୍ଟରୁ ଅଭୟକୁ ଗିରଫ କରିଛି। ଗିରଫ ବେଳେ ଅନେକ ଚାର୍ଜସିଟ୍ ଜବତ ହୋଇଛି। ନ୍ୟାୟ ଦେବା ପାଇଁ କହି ସେ ଅନେକ ଲୋକଙ୍କୁ ପାଖରୁ ଟଙ୍କା ଆଦାୟ କରୁଥିବା ଜଣାପଡ଼ିଛି। ଏଥିରୁ ଉପାର୍ଜିତ ଟଙ୍କା ସାହାଯ୍ୟରେ ଅଭୟ ନଜ ପ୍ରେମିକା ସହିତ ଦାମୀ ହୋଟେଲ ଏବଂ ଆପାର୍ଟମେଣ୍ଟରେ ରହୁଥିବା ପୁଲିସ ଜାଣିବାକୁ ପାଇଛି। ଏବେ ପ୍ରତାପନଗରୀ ଥାନା ଅଧିକାରୀ ଅଭୟକୁ ପଚରା ଉଚରା କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି।

Related story