୪ ବର୍ଷ ଧରି ନିଖୋଜ ଥିବା ଅନୀଲ୍ ପାକିସ୍ତାନ ଜେଲରେ

ନୂଆଦିଲ୍ଲୀ: ୪ ବର୍ଷ ଧରି ନିଖୋଜ ଥିବା ମଧ୍ୟପ୍ରଦେଶ ରେଓ୍ୱା ଜିଲ୍ଲାର ୨୫ ବର୍ଷୀୟ ଯୁବକ ଅନୀଲ କୁମାର ପାକିସ୍ତାନ ଜେଲରେ ଅଛନ୍ତି। ଗୃହ ମନ୍ତ୍ରଣାଳୟ ଏ ନେଇ ସୂଚନା ପାଇବା ପରେ ରାଜ୍ୟ ପୁଲିସକୁ ସମସ୍ତ ତଥ୍ୟ ମିଳାଇବାକୁ ଦେଇଥିଲା। ଏହାପରେ ଉଭୟ ଗୃହମନ୍ତ୍ରଣାଳୟ ଏବଂ ରାଜ୍ୟ ପୁଲିସର ତଥ୍ୟ ମେଳ ଖାଉଥିବା ଜଣାପଡ଼ିଛି। ଅନୀଲ କୁମାରଙ୍କ ଘର ରେଓ୍ୱା ଜିଲ୍ଲାର ଚଡନହାଇ ଗାଁର। ୩ ଜାନୁଆରୀ ୨୦୧୫ଠୁ ସେ ନିଖୋଜ ରହିଥିବା ପୁଲିସରେ ଦାୟର […]

Pakistani_jail

Subhransu Sekhar
  • Published: Thursday, 27 June 2019
  • , Updated: 27 June 2019, 09:32 PM IST
ନୂଆଦିଲ୍ଲୀ: ୪ ବର୍ଷ ଧରି ନିଖୋଜ ଥିବା ମଧ୍ୟପ୍ରଦେଶ ରେଓ୍ୱା ଜିଲ୍ଲାର ୨୫ ବର୍ଷୀୟ ଯୁବକ ଅନୀଲ କୁମାର ପାକିସ୍ତାନ ଜେଲରେ ଅଛନ୍ତି। ଗୃହ ମନ୍ତ୍ରଣାଳୟ ଏ ନେଇ ସୂଚନା ପାଇବା ପରେ ରାଜ୍ୟ ପୁଲିସକୁ ସମସ୍ତ ତଥ୍ୟ ମିଳାଇବାକୁ ଦେଇଥିଲା। ଏହାପରେ ଉଭୟ ଗୃହମନ୍ତ୍ରଣାଳୟ ଏବଂ ରାଜ୍ୟ ପୁଲିସର ତଥ୍ୟ ମେଳ ଖାଉଥିବା ଜଣାପଡ଼ିଛି।

ଅନୀଲ କୁମାରଙ୍କ ଘର ରେଓ୍ୱା ଜିଲ୍ଲାର ଚଡନହାଇ ଗାଁର। ୩ ଜାନୁଆରୀ ୨୦୧୫ଠୁ ସେ ନିଖୋଜ ରହିଥିବା ପୁଲିସରେ ଦାୟର ହୋଇଥିବା ଏତଲାରୁ ଜଣାପଡ଼ିଛି। ତେବେ ଅନୀଲ କିଭଳି ପାକିସ୍ତାନରେ ପହଞ୍ଚିଲେ, ତାହା ଜଣାନାହିଁ ବୋଲି ରେଓ୍ୱା ଜିଲ୍ଲା ଏସପି କହିଛନ୍ତି।

ଅନୀଲଙ୍କ ବାପା ବୁଧସେନ ସକେଟ ତାଙ୍କ ପୁଅକୁ ଫେରାଇ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅପିଲ୍ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ନିବେଦନକୁ ରକ୍ଷା କରି ପୁଅକୁ ଫେରାଇ ଆଣିବେ ବୋଲି ବୁଧସେନ ଆଶା ରଖିଛନ୍ତି।

Related story