୮୦ ବର୍ଷ ହେଲା କାଟି ନାହାନ୍ତି ଚୁଟି, ଏବେ କେତେ ବଢ଼ିଛି ଜାଣନ୍ତୁ

ଭିଏତନାମ: କରୋନା କଟକଣା ସାରା ବିଶ୍ୱରେ ଲାଗିଛି। ସେଥିପାଇଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କରୋନା ଲକଡାଉନ ଯୋଗୁ ଲକକମାନେ ଚୁଟି କାଟିବାକୁ ସେଲୁନକୁ ମଧ୍ୟ ଯାଇ ପାରୁନାହାନ୍ତି। ଫଳରେ ସେମାନଙ୍କର ଚୁଟି ଆବଶ୍ୟକତା ଠାରୁ ଅଧିକ ରହିଥିବା ଅନେକ ସମୟରେ ଦେଖିବାକୁ ମିଳୁଛି। ତେବେ ଆମେ ଏଠାରେ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବୁ, ଯିଏ ଦୀର୍ଘ ୮୦ ବର୍ଷ ହେଲାଣି ନିଜର ଚୁଟି କାଟି ନାହାନ୍ତି। ବ୍ୟକ୍ତି ଜଣଙ୍କ ତାଙ୍କୁ ୧୨ […]

c

Hemant Lenka
  • Published: Wednesday, 26 August 2020
  • , Updated: 26 August 2020, 03:42 PM IST

ଭିଏତନାମ: କରୋନା କଟକଣା ସାରା ବିଶ୍ୱରେ ଲାଗିଛି। ସେଥିପାଇଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କରୋନା ଲକଡାଉନ ଯୋଗୁ ଲକକମାନେ ଚୁଟି କାଟିବାକୁ ସେଲୁନକୁ ମଧ୍ୟ ଯାଇ ପାରୁନାହାନ୍ତି। ଫଳରେ ସେମାନଙ୍କର ଚୁଟି ଆବଶ୍ୟକତା ଠାରୁ ଅଧିକ ରହିଥିବା ଅନେକ ସମୟରେ ଦେଖିବାକୁ ମିଳୁଛି।

ତେବେ ଆମେ ଏଠାରେ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବୁ, ଯିଏ ଦୀର୍ଘ ୮୦ ବର୍ଷ ହେଲାଣି ନିଜର ଚୁଟି କାଟି ନାହାନ୍ତି। ବ୍ୟକ୍ତି ଜଣଙ୍କ ତାଙ୍କୁ ୧୨ ବର୍ଷ ବୟସ ହୋଇଥିବା ବେଳେ ଶେଷଥର ପାଇଁ ନିଜର ଚୁଟି କାଟିଥିଲେ। ସେହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଭିଏତନାମରେ ରହୁଥିବା ଙ୍ଗୁୟେନ ଭ୍ୟାନ ଚେନ। ଏବେ ତାଙ୍କୁ ୯୨ ବର୍ଷ ହେଲାଣି। ଙ୍ଗୁୟେନ ଭ୍ୟାନ ଚେନ ଦକ୍ଷିଣ ମେକଙ୍ଗ ଡେଲ୍ଟା ରିଜିୟନରେ ରୁହନ୍ତି ।

ସେ ୮୦ ବର୍ଷ ହେଲା ଚୁଟି କାଟି ନଥିବାରୁ ଏହା ପ୍ରାୟ ୫ ମିଟିର ବଢ଼ିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରସିଦ୍ଧ। ଏହି ଲମ୍ବା ଚୁଟି ପାଇଁ ସେ ଆଜି ଯାଏ ଜାବୀତ ଅଛନ୍ତି ବୋଲି ଚେନ୍‌ ବିଶ୍ୱାସ କରନ୍ତି। 

ଯଦି ସେ ଚୁଟି କାଟିବେ ତେବେ ସେ ମରିଯିବେ। ତେଣୁ ସେ ୧୨ ବର୍ଷ ବୟସ ପରେ ଆଜି ପର୍ଯ୍ୟନ୍ତ ଚୁଟି କାଟି ନାହାନ୍ତି। ଚୁଟିକୁ ପରିଷ୍କାର ଓ ସୁନ୍ଦର ରଖିବା ପାଇଁ ଚେନ୍‌ ଏହାକୁ ସର୍ବଦା ଗୋଟିଏ କମଳାରଙ୍ଗର ସ୍କାର୍ଫରେ ଘୋଡ଼ାଇ ରଖିଥାନ୍ତି। ସେ ଦେବାଦେବୀଙ୍କୁ ପୂଜା କରନ୍ତି। ସେମାନଙ୍କ ଆହ୍ୱାନ କ୍ରମେ ସେ ଏହିପରି ଚୁଟି ବଢ଼ାଇଥିବା ଚେନ କହିଛନ୍ତି।

Related story