ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଉପରେ ଗୁଳି ଚାଳନା

ନୂଆଦିଲ୍ଲୀ: ମଣିପୁରର ଉଖରୁଲ ଜିଲ୍ଲାରେ ଗତ କାଲି ବମ୍‌ ଫୁଟିବା ଖବର ପ୍ରକାଶ ପାଇବା ପରେ ଆଜି ମୁଖ୍ୟମନ୍ତ୍ରୀ ଇବୋବି ସିଂହଙ୍କ ବିମାନ ଅବତରଣ କରିବା ପରେ ହେଲିପାଡ୍‌ ଉପରେ ଗୁଳି ବର୍ଷଣ ହୋଇଛି। ମୁଖ୍ୟମନ୍ତ୍ରୀ ବିମାନରୁ ଓହ୍ଲାଇବା ସମୟରେ ଗୁଳି ଚାଳନା ହୋଇଥିଲା। ଏଥିରେ ଜଣେ ପୋଲିସ କର୍ମୀ ଆହତ ହୋଇଛନ୍ତି। ପୂର୍ବ ସୂଚନା ମୁତାବକ ରବିବାର ଦିନ ଅଖରୁଲର ଜିଲ୍ଲା ଅଧିକାରୀଙ୍କ ଅଫିସ ପରିସରରେ ଏକ ଗ୍ରେନେଡ୍ ମିଳିଥିଲା, ଯାହାକୁ ପରେ ପୋଲିସ ଏକ […]

manipur-cm

Rakesh Mallick
  • Published: Monday, 24 October 2016
  • , Updated: 25 October 2016, 02:00 PM IST

ନୂଆଦିଲ୍ଲୀ: ମଣିପୁରର ଉଖରୁଲ ଜିଲ୍ଲାରେ ଗତ କାଲି ବମ୍‌ ଫୁଟିବା ଖବର ପ୍ରକାଶ ପାଇବା ପରେ ଆଜି ମୁଖ୍ୟମନ୍ତ୍ରୀ ଇବୋବି ସିଂହଙ୍କ ବିମାନ ଅବତରଣ କରିବା ପରେ ହେଲିପାଡ୍‌ ଉପରେ ଗୁଳି ବର୍ଷଣ ହୋଇଛି। ମୁଖ୍ୟମନ୍ତ୍ରୀ ବିମାନରୁ ଓହ୍ଲାଇବା ସମୟରେ ଗୁଳି ଚାଳନା ହୋଇଥିଲା। ଏଥିରେ ଜଣେ ପୋଲିସ କର୍ମୀ ଆହତ ହୋଇଛନ୍ତି।

ପୂର୍ବ ସୂଚନା ମୁତାବକ ରବିବାର ଦିନ ଅଖରୁଲର ଜିଲ୍ଲା ଅଧିକାରୀଙ୍କ ଅଫିସ ପରିସରରେ ଏକ ଗ୍ରେନେଡ୍ ମିଳିଥିଲା, ଯାହାକୁ ପରେ ପୋଲିସ ଏକ ସୁରକ୍ଷିତ ସ୍ଥାନରେ ନିଷ୍କ୍ରିୟ କରିଥିଲେ।

 

Related story