ମଣିଷ ଦେହରେ ଇବୋଲା ଟୀକାର ପରୀକ୍ଷାମୂଳକ ପ୍ରୟୋଗ

ମେଲବୋର୍ଣ୍ଣ: ଭାରତୀୟ ବଂଶୋଦ୍ଭବ ମନୋଜ ଗମ୍ଭୀରଙ୍କ ସହଯୋଗିତାରେ ମାରାତ୍ମକ ଇବୋଲା ଠାରୁ ଦୂରେଇ ରହିବା ପାଇଁ ପ୍ରସ୍ତୁତ କରିଥିବା ଟୀକା ମଣିଷ ଉପରେ ପ୍ରୟୋଗ କରାଯାଇଛି । ଯଦି ଏହି ଟୀକା ସଫଳ ହୁଏ ଇବୋଲା ଠାରୁ ରକ୍ଷା ମିଳିପାରିବ। । ମନୋଜ ଗମ୍ଭୀର ମେନାସ ବିଶ୍ୱବିଦ୍ୟାଳୟର ଏପିଡିମଲୋଜି  ଏଣ୍ଡ ପ୍ରିଭେଣ୍ଟିଭ୍ ମେଡିସିନ୍  ବିଭାଗରେ ଆସୋସିଏଟ୍ ପ୍ରଫେସର ଅଛନ୍ତି । ଇବୋଲା ଉପରେ ଗବେଷଣା କରୁଥିବା ଟିମରେ ମନୋଜ ସଦସ୍ୟ ଅଛନ୍ତି। ପଶ୍ଚିମ ଆଫ୍ରିକା ଦେଶରେ ସଂକ୍ରମଣ […]

ebola

Rakesh Mallick
  • Published: Wednesday, 20 May 2015
  • , Updated: 04 May 2017, 03:45 PM IST

ମେଲବୋର୍ଣ୍ଣ: ଭାରତୀୟ ବଂଶୋଦ୍ଭବ ମନୋଜ ଗମ୍ଭୀରଙ୍କ ସହଯୋଗିତାରେ ମାରାତ୍ମକ ଇବୋଲା ଠାରୁ ଦୂରେଇ ରହିବା ପାଇଁ ପ୍ରସ୍ତୁତ କରିଥିବା ଟୀକା ମଣିଷ ଉପରେ ପ୍ରୟୋଗ କରାଯାଇଛି । ଯଦି ଏହି ଟୀକା ସଫଳ ହୁଏ ଇବୋଲା ଠାରୁ ରକ୍ଷା ମିଳିପାରିବ। । ମନୋଜ ଗମ୍ଭୀର ମେନାସ ବିଶ୍ୱବିଦ୍ୟାଳୟର ଏପିଡିମଲୋଜି  ଏଣ୍ଡ ପ୍ରିଭେଣ୍ଟିଭ୍ ମେଡିସିନ୍  ବିଭାଗରେ ଆସୋସିଏଟ୍ ପ୍ରଫେସର ଅଛନ୍ତି । ଇବୋଲା ଉପରେ ଗବେଷଣା କରୁଥିବା ଟିମରେ ମନୋଜ ସଦସ୍ୟ ଅଛନ୍ତି। ପଶ୍ଚିମ ଆଫ୍ରିକା ଦେଶରେ ସଂକ୍ରମଣ ଇବୋଲାକୁ ରୋକିବାରେ ଏହି ଟୀକା ସଫଳ ହୋଇପାରିବ ବୋଲି କୁହାଯାଉଛି।  ଏହି ପରୀକ୍ଷଣ ବର୍ତ୍ତମାନ ପଶ୍ଚିମ ଆଫ୍ରିକା ଦେଶ ସିୟାର ଲିଆନରେ କରାଯାଉଛି ।ଏହାପରେ ଗିନି ଓ ଲାଇବେରିୟାରେ ଏହି ପରୀକ୍ଷଣ କରାଯିବ। ଉକ୍ତ ପରୀକ୍ଷଣ ଟେକ୍ସାସ ବିଶ୍ୱବିଦ୍ୟାଳୟ ନେତୃତ୍ୱରେ ଏବଂ ଆମେରିକା ସେଣ୍ଟର ଅଫ୍ ଡିଜିଜ୍ କଣ୍ଟ୍ରଲ ଏଣ୍ଡ ପ୍ରିବେନଶନ୍ ସହଯୋଗରେ କରାଯାଉଛି ।

ମନୋଜ ଗମ୍ଭୀର କହିଛନ୍ତି ଯେ, ଏହି ଟିମରେ କାମ କରୁଥିବାରୁ ସେ ଗର୍ବ ଅନୁଭବ କରୁଛନ୍ତି । ଇବୋଲା ସଂକ୍ରମଣରେ ବର୍ତ୍ତମାନ ସୁଧା ୧୦,୦୦୦ଲୋକଙ୍କ ମୃତ୍ୟୁ ହୋଇଛି । ଏହି ମାରାତ୍ମକ ରୋଗରୁ ବର୍ତ୍ତିବା ପାଇଁ ଟୀକାର ସନ୍ଧାନ ପ୍ରକ୍ରିୟା ଜାରି ରହିଛି।

Related story