ବିଜ୍ଞାପନ ପାଇଁ ଅଛି, ଦରମା ଦେବା ପାଇଁ ପଇସା ନାହିଁ?

ନୂଆଦିଲ୍ଲୀ: ଦିଲ୍ଲୀ ସରକାର କର୍ମଚାରୀଙ୍କୁ ଦରମା ଦେବା ପାଇଁ କେନ୍ଦ୍ରକୁ ପାଞ୍ଚ ହଜାର କୋଟି ଟଙ୍କା ଜରୁରୀକାଳୀନ ଭାବରେ ମାଗିଛନ୍ତି। ଏବେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଏହି ପ୍ରସଙ୍ଗରେ ବିରୋଧୀ ଏବେ ଦିଲ୍ଲୀ ସରକାର ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଘେରିବା ପାଇଁ ଆରମ୍ଭ କରିଛନ୍ତି। ସରକାର ବଜେଟ୍ ପଇସାକୁ ବିଜ୍ଞାପନରେ ଖର୍ଚ୍ଚ କରିଦେଇଛନ୍ତି। ଏବେ ଦରମା ଦେବା ପାଇଁ ସହାୟତା ମାଗୁଛନ୍ତି। ବିଜେପି ସାଂସଦ ରମେଶ ବିଘୁଡି ଦିଲ୍ଲୀ ସରକାର ବିରୋଧରେ ଏଭଳି […]

KEJRIWAL

Subhransu Sekhar
  • Published: Sunday, 31 May 2020
  • , Updated: 31 May 2020, 04:43 PM IST

ନୂଆଦିଲ୍ଲୀ: ଦିଲ୍ଲୀ ସରକାର କର୍ମଚାରୀଙ୍କୁ ଦରମା ଦେବା ପାଇଁ କେନ୍ଦ୍ରକୁ ପାଞ୍ଚ ହଜାର କୋଟି ଟଙ୍କା ଜରୁରୀକାଳୀନ ଭାବରେ ମାଗିଛନ୍ତି। ଏବେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଏହି ପ୍ରସଙ୍ଗରେ ବିରୋଧୀ ଏବେ ଦିଲ୍ଲୀ ସରକାର ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଘେରିବା ପାଇଁ ଆରମ୍ଭ କରିଛନ୍ତି। ସରକାର ବଜେଟ୍ ପଇସାକୁ ବିଜ୍ଞାପନରେ ଖର୍ଚ୍ଚ କରିଦେଇଛନ୍ତି। ଏବେ ଦରମା ଦେବା ପାଇଁ ସହାୟତା ମାଗୁଛନ୍ତି। ବିଜେପି ସାଂସଦ ରମେଶ ବିଘୁଡି ଦିଲ୍ଲୀ ସରକାର ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି। ସେହିପରି ଆମ୍ ଆଦମୀ ପାର୍ଟିର ପୂର୍ବତନ ନେତା କୁମାର ବିଶ୍ୱାସ ମଧ୍ୟ କେଜ୍ରିଓ୍ୱାଲ ସରକାର ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି।

ଏକ ଘରୋଇ ଚ୍ୟାନେଲକୁ ସୂଚନା ଦେଇ ବିଜେପି ସାଂସଦ ରମେଶ କହିଛନ୍ତି, କେନ୍ଦ୍ର ସରକାର ଅନ୍ୟ ଦେଶ ସହିତ ଦିଲ୍ଲୀର ଲୋକଙ୍କୁ ମଧ୍ୟ ସାହାଯ୍ୟ କରୁଛନ୍ତି। ସେ ଦାବି କରିଛନ୍ତି ଯେ ୧୫୦୦ ଟଙ୍କା ଲେଖାଏଁ ଲୋକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଛି। ଏହା ସହିତ ଦିଲ୍ଲୀର ବୃଦ୍ଧ ଲୋକଙ୍କୁ ମଧ୍ୟ ପେନସନ୍ ଦେଇଛନ୍ତି। ଦିଲ୍ଲୀ ସରକାରଙ୍କ ବଜେଟ୍ ବର୍ତ୍ତମାନ ୬୫ ହଜାର କୋଟି ଟଙ୍କା ରହିଛି। ପୂର୍ବରୁ ଶିଲା ଦୀକ୍ଷିତଙ୍କ ସମୟରେ ଏହା ମୋଟ ୩୯ ହଜାର କୋଟି ଥିଲା। ପ୍ରଥମେ ଏହି ଟଙ୍କା ବିଜ୍ଞାପନରେ ଖର୍ଚ୍ଚ ହେଲା ଏବେ ସାହାଯ୍ୟ ମାଗୁଛନ୍ତି ସରକାର।

ସେହିପରି ଅନ୍ୟ ରାଜ୍ୟରେ କେହି ଭିଡ ହିଂସାରେ ମୃତ୍ୟୁ ବରଣ କଲେ କେଜ୍ରିଓ୍ୱାଲ ସରକାର କୋଟିଏ ଟଙ୍କା ସହାୟତା ଦେଉଛନ୍ତି। ରାଜନୀତି କରିବାକୁ ବାହାରେ ପଇସା ଖର୍ଚ୍ଚ କରାଯାଉଛି ବୋଲି ସେ କହିଛନ୍ତି।

ସେହିପରି ଆମ୍ ଆଦମୀ ପାର୍ଟିର ପୂର୍ବତନ ନେତା କୁମାର ବିଶ୍ୱାସ ଓ ବର୍ତ୍ତମାନର ବିଜେପି ନେତା କପିଲ ମିଶ୍ର ମଧ୍ୟ କେଜ୍ରିଓ୍ୱାଲ ସରକାର ବିରୋଧରେ ସମାନ୍ ଅଭିଯୋଗ ଆଣିଛନ୍ତି।

Related story