ଗୁରୁ ନାନକଙ୍କ ଜୟନ୍ତୀରେ କର୍ତ୍ତାରପୁର ଯିବେ ମନମୋହନ, ମୋଦି ଏବଂ ରାଷ୍ଟ୍ରପତିଙ୍କୁ ମଧ୍ୟ ନିମନ୍ତ୍ରଣ

ନୂଆଦିଲ୍ଲୀ: ଶିଖ୍‌ ଧର୍ମ ଗୁରୁ ନାନକଙ୍କ ଜନ୍ମ ବାର୍ଷିକୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପାକିସ୍ତାନରେ ଥିବା କର୍ତ୍ତାରପୁର କରିଡର ଯିବେ। ଏକ ସର୍ବଦଳୀୟ ଗୋଷ୍ଠୀର ଅଂଶ ଭାବେ ସେ ସେଠାକୁ ଯିବେ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଘୋଷଣା କରିଛନ୍ତି। ଅମରିନ୍ଦର ଏହି ଅବସରରେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ଦିଆଯାଇଛି। ପଞ୍ଜାବ ସରକାର ପକ୍ଷରୁ ଆୟୋଜିତ ଏହି ଐତିହାସିକ କାର୍ଯ୍ୟକ୍ରମରେ […]

manmohan

Subrat Kumar Nayak
  • Published: Thursday, 03 October 2019
  • , Updated: 03 October 2019, 07:30 PM IST

ନୂଆଦିଲ୍ଲୀ: ଶିଖ୍‌ ଧର୍ମ ଗୁରୁ ନାନକଙ୍କ ଜନ୍ମ ବାର୍ଷିକୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପାକିସ୍ତାନରେ ଥିବା କର୍ତ୍ତାରପୁର କରିଡର ଯିବେ। ଏକ ସର୍ବଦଳୀୟ ଗୋଷ୍ଠୀର ଅଂଶ ଭାବେ ସେ ସେଠାକୁ ଯିବେ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଘୋଷଣା କରିଛନ୍ତି। ଅମରିନ୍ଦର ଏହି ଅବସରରେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ଦିଆଯାଇଛି। ପଞ୍ଜାବ ସରକାର ପକ୍ଷରୁ ଆୟୋଜିତ ଏହି ଐତିହାସିକ କାର୍ଯ୍ୟକ୍ରମରେ ସାମିଲ ହେବାପାଇଁ ଉଭୟ ସମ୍ମତି ପ୍ରଦାନ କରିଥିବା ସେ କହିଛନ୍ତି।

କର୍ତ୍ତାରପୁର କରିଡର ନେଇ ପାକିସ୍ତାନ ସହ ଆଲୋଚନା ପରେ ଏହି କାର୍ଯ୍ୟକ୍ରମ ବାବଦରେ ସର୍ବସାଧାରଣରେ କୁହାଯାଇପାରିବ। ଆଜି ଅମରିନ୍ଦର ମନମୋହନ ସିଂହଙ୍କୁ ଭେଟିବା ସହ ଏହି ପ୍ରସିଦ୍ଧ ତୀର୍ଥକ୍ଷେତ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିମନ୍ତ୍ରଣ ଜଣାଇଛନ୍ତି।

ସେ ନଭେମ୍ବର ୯ ତାରିଖରେ ସର୍ବଦଳୀୟ ଗୋଷ୍ଠୀ ବା ‘ଜଠ’ ସହ କର୍ତ୍ତାରପୁର ଗୁରୁଦ୍ୱାର ଯିବେ। ଏତଦ୍‌ ବ୍ୟତୀତ ନଭେମ୍ବର ୧୨ ତାରିଖରେ ସୁଲତାନପୁର ଲୋଧିଠାରେ ପ୍ରଥମ ଶିଖ୍‌ ଗୁରୁ ନାନକଙ୍କ ୫୫୦ ତମ ଜନ୍ମ ବାର୍ଷିକୀର ମୁଖ୍ୟ ଆୟୋଜନରେ ଯୋଗ ଦେବେ। ଅମରିନ୍ଦର ଏହି ଗ୍ରୁପ୍‌ର ନେତୃତ୍ୱ ନେବେ।

Related story