ବିବାଦରେ ଖଟ୍ଟରଙ୍କ ଗୀତା ପାଠ, ୧୦ଟି ଗୀତା ବହି  କିଣିବା ପାଇଁ ଖର୍ଚ୍ଚ କରିଛନ୍ତି ୩ ଲକ୍ଷ ଟଙ୍କା

ଚଣ୍ଡିଗଡ଼: ଗତ ବର୍ଷ ହରିୟାଣାରେ ହୋଇଥିବା ଗୀତା ଜୟନ୍ତୀ ମହୋତ୍ସବ ବେଶ୍‌  ପ୍ରଶଂସା ସାଉଁଟି ଥିଲା। ପୁଣି ଥରେ ଏହି ମହୋତ୍ସବକୁ ନେଇ ଚଳିତ ବର୍ଷ  ପୁଣିଥରେ ଚର୍ଚ୍ଚାର ବିଷୟ ପାଲଟିଛି। ଏକ ଆରଟିଆଇ ରିପୋର୍ଟରୁ ଜଣାପଡ଼ିଛି ଯେ,  ହରିୟାଣା ସରକାର ଗୀତାର ୧୦ଟି କପି କିଣିବାରେ  ପ୍ରାୟ ୩.୮ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଅର୍ଥାତ ଗୋଟିଏ ଭଗବତ ଗୀତାର ବହିର କପି  କିଣିବାରେ ପ୍ରାୟ ୩୮.୦୦୦ ଖର୍ଚ୍ଚ କରାଯାଇଛି। ଏହି ରିପୋର୍ଟ ଆସିବା ପରେ  […]

hariyana

Rakesh Mallick
  • Published: Tuesday, 09 January 2018
  • , Updated: 09 January 2018, 12:18 PM IST

ଚଣ୍ଡିଗଡ଼: ଗତ ବର୍ଷ ହରିୟାଣାରେ ହୋଇଥିବା ଗୀତା ଜୟନ୍ତୀ ମହୋତ୍ସବ ବେଶ୍‌  ପ୍ରଶଂସା ସାଉଁଟି ଥିଲା। ପୁଣି ଥରେ ଏହି ମହୋତ୍ସବକୁ ନେଇ ଚଳିତ ବର୍ଷ  ପୁଣିଥରେ ଚର୍ଚ୍ଚାର ବିଷୟ ପାଲଟିଛି। ଏକ ଆରଟିଆଇ ରିପୋର୍ଟରୁ ଜଣାପଡ଼ିଛି ଯେ,  ହରିୟାଣା ସରକାର ଗୀତାର ୧୦ଟି କପି କିଣିବାରେ  ପ୍ରାୟ ୩.୮ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଅର୍ଥାତ ଗୋଟିଏ ଭଗବତ ଗୀତାର ବହିର କପି  କିଣିବାରେ ପ୍ରାୟ ୩୮.୦୦୦ ଖର୍ଚ୍ଚ କରାଯାଇଛି। ଏହି ରିପୋର୍ଟ ଆସିବା ପରେ  ପୁଣି ଥରେ ଖଟ୍ଟର ସରକାରଙ୍କୁ ବିବାଦ ଘେରକୁ ଟାଣିନେଇଛି।

ସୂଚନା ଅନୁସାରେ, ପୂର୍ବବର୍ଷ ହୋଇଥିବା ଏହି ମହୋତ୍ସବରେ ହରିୟାଣା ସରକାର ୧୫ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ୨୫ ନଭେମ୍ୱରରୁ ୫ ଡିସେମ୍ୱର ଯାଏଁ ଚାଲି ଥିଲା ଏହି ମହୋତ୍ସବ। ଆରଟିଆଇ ରିପୋର୍ଟ ପ୍ରକାଶ ପାଇବା ପରେ  ହରିୟାଣା ଆଇଏନ୍‌ଏଲଡି ନେତା  ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ। ସେ କହିଥିଲେ.” ଗୀତା କପି ବହୁତ ଶସ୍ତାରେ ଅନ୍ ଲାଇନ୍ ଓ ଅଫ୍ ଲାଇନ୍‌ରେ ଉପଲବ୍ଧ ହେଉଛି। ସରକାର ଏତେ ଟଙ୍କା କ’ଣ ପାଇଁ ଖର୍ଚ୍ଚ କଲେ।”

ଆରଟିଆଇରେ ରିପୋର୍ଟରୁ ଜଣାପଡ଼ିଛି ଯେ ଏହି ମହୋତ୍ସବ ଆୟୋଜନ ପାଇଁ ବିଜେପି ସାଂସଦଙ୍କୁ ପଇସା ଦିଆଯାଇଛି। ହେମା ମାଳିନୀଙ୍କୁ ୨୦ ଲକ୍ଷ ଓ ମନୋଜ ତିୱାରୀଙ୍କୁ ୧୦ ଲକ୍ଷ ଟଙ୍କା ଦିଆଯାଇଥିଲା।

ଏନେଇ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଅନୀଲ ବ୍ରିଜ୍‌ କହିଛନ୍ତି,“ ଗୀତା ମହୋତ୍ସବ ବହୁତ ବଡ଼ କାର୍ଯ୍ୟକ୍ରମ ଥିଲା। ଯଦି ଏଥିରେ କିଛି ତ୍ରୁଟି ହୋଇଛି ଏନେଇ ଯାଞ୍ଚ କରାଯିବ ବୋଲି ସେ କହିଛନ୍ତି।

Related story